ଭାରତ
ଏସିଆର ଦେଶ / From Wikipedia, the free encyclopedia
ଭାରତ ସରକାରୀ ସ୍ତରରେ ଏକ ଗଣରାଜ୍ୟ ଓ ଦକ୍ଷିଣ ଏସିଆର ଏକ ଦେଶ । ଏହା ଭୌଗୋଳିକ ଆୟତନ ଅନୁସାରେ ବିଶ୍ୱର ସପ୍ତମ ଓ ଜନସଂଖ୍ୟା ଅନୁସାରେ ବିଶ୍ୱର ପ୍ରଥମ ବୃହତ୍ତମ ଦେଶ । ଏହା ବିଶ୍ୱର ବୃହତ୍ତମ ଗଣତନ୍ତ୍ର ରୁପରେ ପରିଚିତ । ଏହାର ଉତ୍ତରରେ ଉଚ୍ଚ ଏବଂ ବହୁଦୂର ଯାଏ ଲମ୍ବିଥିବା ହିମାଳୟ, ଦକ୍ଷିଣରେ ଭାରତ ମହାସାଗର, ପୂର୍ବରେ ବଙ୍ଗୋପସାଗର ଓ ପଶ୍ଚିମରେ ଆରବସାଗର ରହିଛି । ଏହି ବିଶାଳ ଭୂଖଣ୍ଡରେ 28 ଗୋଟି ରାଜ୍ୟ ଓ ୮ଟି କେନ୍ଦ୍ର-ଶାସିତ ଅଞ୍ଚଳ ରହିଛି । ଭାରତର ପଡ଼ୋଶୀ ଦେଶମାନଙ୍କ ମଧ୍ୟରେ, ଉତ୍ତରରେ ଚୀନ, ନେପାଳ ଓ ଭୁଟାନ, ପଶ୍ଚିମରେ ପାକିସ୍ତାନ, ପୂର୍ବରେ ବଙ୍ଗଳାଦେଶ ଓ ମିଆଁମାର, ଏବଂ ଦକ୍ଷିଣରେ ଶ୍ରୀଲଙ୍କା ଅବସ୍ଥିତ ।
ଭାରତ ଗଣରାଜ୍ୟ ଭାରତ | |||||
---|---|---|---|---|---|
| |||||
ଗାଢ଼ ସବୁଜ: ଭାରତୀୟ ସରକାରଙ୍କଦ୍ୱାରା ପ୍ରଶାସିତ ଅଞ୍ଚଳ; ହାଲୁକା ସବୁଜ: ଭାରତୀୟ ସରକାରଙ୍କଦ୍ୱାରା ଅଧିଯାଚିତ ଅଣପ୍ରଶାସିତ ଅଞ୍ଚଳ | |||||
ରାଜଧାନୀ | ନୂଆ ଦିଲ୍ଲୀ | ||||
ସରକାରୀ ଭାଷା | ହିନ୍ଦୀ, ଇଂରାଜୀ
| ||||
Recognised regional languages | |||||
ଜାତୀୟ ଭାଷା | କେଉଁଟି ନାହିଁ ସମ୍ବିଧାନ[6] | ||||
Government | ଗଣତନ୍ତ୍ର ସଂସଦୀୟ ଗଣତନ୍ତ୍ର ସାମ୍ବିଧାନିକ ଗଣତନ୍ତ୍ର [7] | ||||
ଦ୍ରୌପଦୀ ମୁର୍ମୁ | |||||
ନରେନ୍ଦ୍ର ମୋଦୀ (ଭାଜପା) | |||||
• ବାଚସ୍ପତି | ଖାଲି ଅଛି(ଭାଜପା) | ||||
• ମୁଖ୍ୟ ବିଚାରପତି | ଧନଞ୍ଜୟ ଯଶୋବନ୍ତ ଚନ୍ଦ୍ରଚୂଡ଼ | ||||
ବିଧାନ ମଣ୍ଡଳ | ସଂସଦ | ||||
• ଉଚ୍ଚ ସଦନ | ରାଜ୍ୟ ସଭା | ||||
• ନିମ୍ନ ସଦନ | ଲୋକ ସଭା | ||||
ସ୍ୱାଧୀନତା | |||||
• ଘୋଷଣା କରାଗଲା | ୧୫ ଅଗଷ୍ଟ ୧୯୪୭ | ||||
୨୬ ଜାନୁଆରୀ ୧୯୫୦ | |||||
କ୍ଷେତ୍ରଫଳ | |||||
• | [convert: invalid number]‡ (୭ମ) | ||||
• ଜଳଭାଗ (%) | ୯.୫୬ | ||||
ଲୋକସଂଖ୍ୟା | |||||
• ୨୦୨୪ census | ୧୪୪,୧୦,୮୯,୦୯୨ (୧ମ) | ||||
ମୋଟ ଘରୋଇ ଉତ୍ପାଦ (ସମତୁଲ୍ୟ କ୍ରୟଶକ୍ତି) | ୨୦୧୦ estimate | ||||
• ମୋଟ | $୪.୦୬୦ ଲକ୍ଷ କୋଟି[8] (୪ର୍ଥ) | ||||
• ମୁଣ୍ଡପିଛା | $୩,୩୩୯[8] | ||||
ମୋଟ ଘରୋଇ ଉତ୍ପାଦ (ସାଙ୍କେତିକ) | ୨୦୧୦ estimate | ||||
• ମୋଟ | $୧.୫୩୮ ଲକ୍ଷ କୋଟି[8] (୧୦ମ) | ||||
• ମୁଣ୍ଡପିଛା | $୧,୨୬୫[8] | ||||
ଜିନି ଗୁଣାଙ୍କ (୨୦୦୪) | ୩୬.୮[9] Error: Invalid Gini value · ୭୯ତମ | ||||
ମାନବ ବିକାଶ ସୂଚନାଙ୍କ (୨୦୧୦) | ୦.୫୧୯[10] Error: Invalid HDI value · ୧୧୯ତମ | ||||
ମୁଦ୍ରା | ଭାରତୀୟ ମୁଦ୍ରା () (INR) | ||||
ସମୟ ମଣ୍ଡଳ | UTC+୫:୩୦ (ଭାରତୀୟ ମାନକ ସମୟ) | ||||
• Summer (DST) | UTC+୫:୩୦ | ||||
ତାରିଖ ସଜାଣି | ଦିନ/ମାସ/ବର୍ଷ (ଖ୍ରିଷ୍ଟ ପର) | ||||
ରାସ୍ତା ଚାଲିବା ପାଖ | ବାମ | ||||
ଟେଲିଫୋନ କୋଡ଼ | +୯୧ | ||||
Internet TLD | .in | ||||
ପ୍ରସିଦ୍ଧ ସିନ୍ଧୁ ସଭ୍ୟତାର ଉତ୍ଥାନ ପ୍ରାଚୀନ ଭାରତରୁ ହୋଇଥିଲା । ପ୍ରାଚୀନ ଭାରତ ବହୁ ବୈଦେଶିକ ବ୍ୟବସାୟୀଙ୍କ ମୁଖ୍ୟ ଆକର୍ଷଣ ଥିଲା । ନିଜର ବ୍ୟବସାୟ ଓ ସଂସ୍କୃତି ପାଇଁ ଭାରତୀୟ ଉପମହାଦେଶ ସାରା ବିଶ୍ୱରେ ଜଣାଶୁଣା ଥିଲା । [12] ବିଶ୍ୱର ପ୍ରମୁଖ ଧର୍ମ (ଯଥା ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ୍)ର ଉତ୍ପତ୍ତି ଭାରତରୁ ହୋଇଥିଲା । ଷଷ୍ଠ ଖ୍ରୀ.ପୂ.ରେ ଜୀଉମାନେ ଭାରତକୁ ଆଗମନ କଲେ । ପ୍ରଥମ ଶତାବ୍ଦୀରେ ପାର୍ସୀ, ଖ୍ରୀଷ୍ଟିଆନ ଓ ମୁସଲମାନମାନଙ୍କ ଆଗମନ ପରେ ପ୍ରଚୀନ ଭାରତର ରୂପରେଖରେ ଉନ୍ନତି ଘଟିଥିଲା । ୧୮ଶ ଶତାବ୍ଦୀରେ ଇଂରେଜମାନଙ୍କ ରାଜୁତିର ପ୍ରାରମ୍ଭ ହୋଇ ଭାରତ ପରାଧୀନତାର ଶିକାର ହୋଇଥିଲା । ଭାରତର ବହୁ ବରପୁତ୍ରଙ୍କ ସଂଗ୍ରାମ ପରେ ବିଂଶ ଶତାବ୍ଦୀର ମଧ୍ୟ ଭାଗରେ (୧୫ ଅଗଷ୍ଟ ୧୯୪୭ ରେ) ଭାରତ ସ୍ୱାଧୀନତା ଫେରି ପାଇଥିଲା ।
ପ୍ରାଚୀନ ସିନ୍ଧୁ ଉପତ୍ୟକାର ସଭ୍ୟତା, ଇତିହାସ ପ୍ରସିଦ୍ଧ ସମ୍ରାଟ ଓ ରାଜାମାନଙ୍କର ବିଚରଣ ଭୂମି, ଧନଧାନ୍ୟରେ ସମୃଦ୍ଧି, ବାଣିଜ୍ୟ ଓ ସଂସ୍କୃତିର କେନ୍ଦ୍ରରୂପେ ଭାରତ ସାରା ବିଶ୍ୱରେ ସୁପରିଚିତ । ହିନ୍ଦୁ, ବୌଦ୍ଧ, ଜୈନ ଓ ଶିଖ ଧର୍ମ ପରି ବିଶ୍ୱର ଚାରିଟି ପ୍ରଧାନ ଧର୍ମର ଉତ୍ପତ୍ତିସ୍ଥଳ ହେଉଛି ଏହି ଦେଶ । ଏହାଛଡ଼ା ଜୁଦା, ଜୋରାଷ୍ଟ୍ରୀୟ, ଖ୍ରୀଷ୍ଟ ତଥା ଇସଲାମ ଆଦି ଅନ୍ୟ ଧର୍ମର ଅନେକ ଧର୍ମାବଲମ୍ବୀମାନଙ୍କୁ ଦେଖିଲେ ଭାରତୀୟ ସଂସ୍କୃତିର ବ୍ୟାପକତା ଆକଳନ କରିହୁଏ ।
ମୋଟ ଜାତୀୟ ଉତ୍ପାଦ ହିସାବରେ ଭାରତ ପୃଥିବୀର ଏକାଦଶ ବୃହତ ଅର୍ଥନୀତି ଓ କ୍ରୟ-ଶକ୍ତି-ସମତା ହିସାବରେ ଭାରତ ପୃଥିବୀର ତୃତୀୟ ବୃହତ ଅର୍ଥନୀତି । ଭାରତ ଏକ ଦ୍ରୁତ ବିକାଶଶୀଳ ଦେଶ ହେଲେ ମଧ୍ୟ ଦାରିଦ୍ର୍ୟ, ନିରକ୍ଷରତା, ଭ୍ରଷ୍ଟାଚାର ଓ ସ୍ୱାସ୍ଥ୍ୟ ସମସ୍ୟା ଉପରେ ଏହା ସମ୍ପୂର୍ଣ୍ଣ ନିୟନ୍ତ୍ରଣ ପାଇ ପାରିନାହିଁ ।
ପ୍ରତିରକ୍ଷା ଦୃଷ୍ଟିରୁ ଦେଖିଲେ ଭାରତ ପୃଥିବୀର ଆଣବିକ ଶକ୍ତି ସମ୍ପନ୍ନ ରାଷ୍ଟ୍ରମାନଙ୍କ ଭିତରୁ ଗୋଟିଏ । ଏହାର ସ୍ଥଳସେନା ପୃଥିବୀରେ ତୃତୀୟ ବୃହତ୍ତମ ଓ ପ୍ରତିରକ୍ଷାରେ ଭାରତ କରୁଥିବା ଖର୍ଚ୍ଚରେ ପୃଥିବୀର ଅନ୍ୟାନ୍ୟ ଦେଶମାନଙ୍କ ଭିତରେ ଭାରତର ସ୍ଥାନ ନବମ । ରାଜନୈତିକ ଦୃଷ୍ଟିରୁ ଭାରତ ଏକ ସାର୍ବଭୌମ, ସାଂସଦୀୟ ଗଣତାନ୍ତ୍ରିକ, ପନ୍ଥନିରପେକ୍ଷ ରାଷ୍ଟ୍ର ।[13] ୨୯ ଗୋଟି ପ୍ରଦେଶ ଓ ୭ ଗୋଟି କେନ୍ଦ୍ରଶାସିତ ଅଞ୍ଚଳକୁ ମିଶାଇ ଗଠିତ ଏହି ଦେଶର ଭାଷା, ଚଳଣି, ପରମ୍ପରା, ଜଳବାୟୁ ଓ ଧର୍ମମତର ବିଭିନ୍ନତାକୁ ଲକ୍ଷ୍ୟ କରି ଅବିଭାଜିତ ଭାରତକୁ ଉପମହାଦେଶର ଆଖ୍ୟା ଦିଆଯାଏ । ଏହି ଦେଶରେ ବିବିଧ ପ୍ରକାରର ପଶୁପକ୍ଷୀ ଓ ସଂରକ୍ଷିତ ଜୀବଜନ୍ତୁ ଦେଖିବାକୁ ମିଳିଥାନ୍ତି ।