ନରେନ୍ଦ୍ର ମୋଦୀ
ଭାରତର ୧୫ଶ ପ୍ରଧାନମନ୍ତ୍ରୀ / From Wikipedia, the free encyclopedia
ନରେନ୍ଦ୍ର ଦାମୋଦରଦାସ ମୋଦୀ (ଜନ୍ମ: ୧୭ ସେପ୍ଟେମ୍ବର ୧୯୫୦) ଭାରତର ୧୫ମ ପ୍ରଧାନମନ୍ତ୍ରୀ । ସେ ଭାରତୀୟ ଜନତା ପାର୍ଟିର ଜଣେ ପ୍ରମୁଖ ସଦସ୍ୟ। ସେ ୨୦୧୪ ଲୋକ ସଭା ନିର୍ବାଚନରେ ଭାରତର ପ୍ରମୁଖ ବିପକ୍ଷ ଦଳ ଭାରତୀୟ ଜନତା ପାର୍ଟି ତରଫରୁ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନର ପ୍ରଧାନମନ୍ତ୍ରୀ ପ୍ରାର୍ଥୀଭାବେ ନିର୍ବାଚନ ଲଢିଥିଲେ ଏବଂ ଉତ୍ତର ପ୍ରଦେଶ ଓ ଗୁଜରାଟରୁ ଯଥାକ୍ରମେ ବାରଣାସୀ[1] ଓ ଭଦୋଦରା[2]ରୁ ବିଜୟୀ ହୋଇଥିଲେ । ୧୯୯୮ ମସିହାରେ ଭାରତୀୟ ଜନତା ପାର୍ଟିର ନେତା ଲାଲ କୃଷ୍ଣ ଆଡ଼ଭାନୀଙ୍କଦ୍ୱାରା ଗୁଜରାଟ ଏବଂ ହିମାଚଳ ପ୍ରଦେଶର ନିର୍ବାଚନ ପ୍ରଚାର ପାଇଁ ପସନ୍ଦ କରାଯାଇଥିଲା । ୨୦୦୧ ମସିହାରେ ଗୁଜରାଟର ପୂର୍ବତନ ମୂଖ୍ୟମନ୍ତ୍ରୀ କେଶୁଭାଇ ପଟେଲ ଇସ୍ତଫା ଦେବାପରେ ସେ ମୂଖ୍ୟମନ୍ତ୍ରୀ ଭାବେ ୨୦୦୧ ଅକ୍ଟୋବର ୭ ତାରିଖରେ ଶପଥ ଗ୍ରହଣ କରିଥିଲେ । ପୁନର୍ବାର ୨୦୦୭ ଗୁଜରାଟ ବିଧାନ ସଭା ନିର୍ବାଚନରେ ବିପୁଳ ସମର୍ଥନରେ ବିଜୟୀ ହୋଇ ସେ ତୃତୀୟ ଥର ପାଇଁ ମୂଖ୍ୟମନ୍ତ୍ରୀ ହୋଇଥିଲେ । ସେ ଉଭୟ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ଜଣେ ବିବାଦୀୟ ବ୍ୟକ୍ତି। [3][4][5][6]
ନରେନ୍ଦ୍ର ମୋଦୀ | |
---|---|
ଭାରତର ୧୫ମ ପ୍ରଧାନମନ୍ତ୍ରୀ | |
Incumbent | |
Assumed office ୨୬ ମେ ୨୦୧୪ | |
ପୂର୍ବ ଅଧିକାରୀ | ମନମୋହନ ସିଂହ |
ଗୁଜରାଟର ମୂଖ୍ୟମନ୍ତ୍ରୀ | |
କାର୍ଯ୍ୟକାଳ ୭ ଅକ୍ଟୋବର ୨୦୧୪ – ୨୨ ମେ ୨୦୦୧ | |
ରାଜ୍ୟପାଳ | ସୁନ୍ଦର ସିଂହ ଭଣ୍ଡାରି କୈଳାସପତି ମିଶ୍ରା ବଳରାମ ଜାଖର ନବଲ କିଶୋର ଶର୍ମା ଏସ.ସି.ଜମିର ଡ.କମଲ ବେନିୱଲ |
ପୂର୍ବ ଅଧିକାରୀ | କେଶୁଭାଇ ପଟେଲ |
ପର ଅଧିକାରୀ | ଆନନ୍ଦିବେନ ପଟେଲ |
ବାରଣାସୀରୁ ସଦସ୍ଯ ଲୋକ ସଭା | |
Incumbent | |
Assumed office ୧୬ ମେ ୨୦୧୪ | |
ପୂର୍ବ ଅଧିକାରୀ | ମୁରଲୀ ମନୋହର ଯୋଶୀ |
ମଣିନନଗରରୁ ସଦସ୍ୟ ଗୁଜରାଟ ବିଧାନ ସଭା | |
କାର୍ଯ୍ୟକାଳ ୧ ଜାନୁଆରୀ ୨୦୦୨ – ୧୬ ମେ ୨୦୧୬ | |
ପୂର୍ବ ଅଧିକାରୀ | କମଲେସ ପଟେଲ |
ପର ଅଧିକାରୀ | ସୁରେସ ପଟେଲ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ନରେନ୍ଦ୍ର ଦାମୋଦରଦାସ ମୋଦୀ (1950-09-17) ୧୭ ସେପ୍ଟେମ୍ବର ୧୯୫୦ (ବୟସ ୭୩) ବଡ଼ନଗର, ଭାରତ |
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | ଭାରତୀୟ ଜନତା ପାର୍ଟି |
ଜୀବନ ସାଥୀ | ଯଶୋଦାବେନ ଚିମନଲାଲ (ବାଳବିବାହ; ବିର୍କତ) |
ଘର | ୭,ଲୋକ କଲ୍ୟାଣ ମାର୍ଗ ,ନୂଆଦିଲ୍ଲୀ |
ଶିକ୍ଷାନୁଷ୍ଠାନ | ଗୁଜରାଟ ବିଶ୍ୱବିଦ୍ୟାଳୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ |
ସନ୍ତକ | |
ୱେବସାଇଟ | Official website Government website |
ଷାଠିଏ ଦଶକର ମଧ୍ୟ ଭାଗରେ ଭାରତ ପାକିସ୍ତାନ ଯୁଦ୍ଧ ସମୟରେ କିଶୋର ଅବସ୍ଥାରେ ଥାଇ ସୁଦ୍ଧା ସେ ସ୍ୱେଚ୍ଛାକୃତ ଭାବରେ ରେଳ ଷ୍ଟେସନରେ ରହିଥିବା ସୈନିକମାନଙ୍କୁ ସେବା ଯୋଗାଇ ଦେଇଥିଲେ। ୧୯୬୭ରେ ସେ ଗୁଜରାଟରେ ବନ୍ୟା ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସାହାଯ୍ୟ କରିବା ପାଇଁ ଆଗେଇ ଆସିଥିଲେ। ତାଙ୍କ ମଧ୍ୟରେ ସାଂଗଠନିକ ଦକ୍ଷତା ଭରି ରହିଥିଲା ଏବଂ ସେ ଲୋକମାନଙ୍କର ଭାବାବେଗକୁ ଭଲ ଭାବରେ ବୁଝିପାରୁଥିଲେ। ସେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ରେ ଯୋଗ ଦେଇ ସେବା କାର୍ଯ୍ୟ ଆରମ୍ଭ କରିଥିଲେ ଏବଂ ଗୁଜରାଟର ବିଭିନ୍ନ ସାମାଜିକ-ରାଜନୈତିକ ଘଟଣାଗୁଡ଼ିକରେ ଏକ ଗୁରୁତ୍ୱପୂର୍ଣ ଭୂମିକା ନିର୍ବାହ କରିଥିଲେ।
ବିଶ୍ୱର ଏକ ଅଗ୍ରଣୀ ସଂବାଦପତ୍ରିକା ଟାଇମର ୨୬ ମାର୍ଚ୍ଚ ୨୦୧୨ର ସଂଖ୍ୟାରେ ନରେନ୍ଦ୍ର ମୋଦୀଙ୍କର ଫଟୋଚିତ୍ରକୁ ଏହାର କଭରରେ ସ୍ଥାନିତ କରାଯାଇଥିଲା ଓ ଶିରୋନାମା ଥିଲା ମୋଦି ମିନସ୍ ବିଜନେସ୍। ପୂର୍ବରୁ ଏହି ଟାଇମ୍ ପତ୍ରିକାରେ ସ୍ଥାନ ପାଇଥିବା ଅନ୍ୟାନ୍ୟ ଭାରତୀୟମାନେ ହେଲେ ମହାତ୍ମା ଗାନ୍ଧୀ, ବଲ୍ଲଭଭାଇ ପଟେଲ, ଲାଲ ବାହାଦୁର ଶାସ୍ତ୍ରୀ ଓ ଆଚାର୍ଯ୍ୟ ବିନୋବା ଭାବେ ଟାଇମ୍ ପତ୍ରିକାରେ ଗୁଜରାଟ ରାଜ୍ୟର ବିକାଶ ପାଇଁ ମୋଦିଙ୍କର ଅବଦାନକୁ ବହୁ ପ୍ରଶଂସା କରାଯାଇଛି ।