ସାନ୍ତାଳୀ ଭାଷା
ଅଷ୍ଟ୍ରୋ-ଏସୀୟ ଭାଷା / From Wikipedia, the free encyclopedia
ସାନ୍ତାଳୀ ( ᱥᱟᱱᱛᱟᱲ) ଅଷ୍ଟ୍ରୋ-ଏସୀୟ ଭାଷା ସମୂହର ସାନ୍ତାଳ ଉପ-ପରିବାରର ଏକ ଭାଷା । ଏହା ହୋ ଓ ମୁଣ୍ଡାରି ଭାଷାସହିତ କେତେକାଂଶରେ ମିଶିଥାଏ । ଏହା ପାଖାପାଖି ୬୨ ଲକ୍ଷ ଲୋକଙ୍କ ଦେଇ କହାଯାଇଥାଏ । ଏହି ଭାଷା କହୁଥିବା ଅଧିକାଂଶ ଲୋକ ଭାରତର ଆସାମ, ଓଡ଼ିଶା, ଝାଡ଼ଖଣ୍ଡ, ତ୍ରିପୁରା, ପଶ୍ଚିମବଙ୍ଗ, ବିହାର ଆଦି ରାଜ୍ୟରେ ବସବାସ କରିଥାଆନ୍ତି । ଏହି ଭାଷାର ଲିପି ଅଲ ଚିକି (ᱚᱞ ᱪᱤᱠᱤ); ତେବେ ଏହାର ସାକ୍ଷରତା ହାର ଖୁବ କମ (ହାରାହାରି ୧୦-୩୦ %) ।