ହୋ ଭାଷା
From Wikipedia, the free encyclopedia
ହୋ (ବିହାର ହୋ ଏବଂ ଲଙ୍କା କୋଲ ନାମରେ ମଧ୍ୟ ଜଣା) ଭାରତରେ ପାଖାପାଖି ୧.୦୪ ମିଲିଅନ (ଭାରତୀୟ ଜନସଂଖ୍ୟାର ୧.୧୦୩% ଭାଗ) ଏକ ଆଷ୍ଟ୍ରୋ-ଏସୀୟ ଭାଷା ସମୂହ ଅନ୍ତର୍ଗତ ଏକ ମୁଣ୍ଡା ଭାଷା । ଏହା ହୋ ଲୋକଙ୍କ ଦେଇ କଥିତ ଓ ବାରାଙ୍ଗ ଚିତି ଲିପିରେ ଲିଖିତ । କିଛି ଅଞ୍ଚଳରେ ଏହା ଓଡ଼ିଆ, ଦେବନାଗରୀ ଓ ଲାଟିନ ଲିପିରେ ଲିଖିତ ହୋଇଥିଲେ ହେଁ [2] ହୋ ଭାଷୀ ଲୋକେ ଅନ୍ୟ ଲିପିରେ ଲେଖାକୁ ଠିକ ମାନନ୍ତି ନାହିଁ ଏବଂ କେବଳ ବାରାଙ୍ଗ ଚିତି ଲିପିରେ ଲେଖିବା ଉଚିତ ମଣନ୍ତି । [3] "ହୋ" ନାମଟି ଏହି ଭାଷାର ଶବ୍ଦ "ହୋ"ରୁ (ଅର୍ଥ: ମଣିଷ) ନିଆଯାଇଛି । [4]