ସ୍ୱାଧୀନତା ଦିବସ (ଭାରତ)
ଆମ ଦେଶ ଆମ ଭାରତ / From Wikipedia, the free encyclopedia
ଭାରତର ସ୍ୱାଧୀନତା ଦିବସ ଏକ ଭାରତୀୟ ଜାତୀୟ ଦିବସ ଅଟେ । ୧୯୪୭ ମସିହାରେ ଭାରତ ଫିରିଙ୍ଗି ଶାସନରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଗଣରାଜ୍ୟରେ ପରିଣତ ହୋଇଥିଲା । ତେଣୁ ଏହି ଦିନକୁ ମନେପକାଇବା ପାଇଁ ପ୍ରତିବର୍ଷ ପନ୍ଦର ଅଗଷ୍ଟକୁ ଭାରତର ସ୍ୱାଧୀନତା ଦିବସ ଭାବରେ ପାଳନ କରାଯାଇଥାଏ ।[1] ଏହା ଭାରତର ଏକ ପ୍ରଧାନ ଜାତୀୟ ଦିବସ । ଦେଶ ସାରା, ଏହି ଦିନ ପତାକା ଉତ୍ତୋଳନ କରଯାଇଥାଏ ଓ ଉତ୍ସବମାନ ଅୟୋଜନ କରାଯାଇଥାଏ । ରାଜଧାନୀ ଦିଲ୍ଲୀରେ ଏହି ଦିନ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କ ନିମନ୍ତେ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ଦେଇଥାନ୍ତି ଯାହା ଦେଶସାରା ଟି.ଭି.ରେ ଦେଖାଯାଇଥାଏ । ଏହି ଅଭିଭାଷଣରେ ସେ ଦେଶର ପ୍ରଗତି, ଅସୁବିଧା ଓ ତାହାର ସମାଧାନ ଓ ଆଗକୁ ହେବାକୁ ଥିବା ଉନ୍ନତି ଆଦି ବିଷୟରେ ବଖାଣିଥାନ୍ତି । ଭାରତୀୟ ସ୍ୱାଧୀନତା ସଂଗ୍ରାମ ଓ ସଂଗ୍ରାମୀମାନଙ୍କ ଉପରେ ମଧ୍ୟ ସେ ଅଭିଭାଷଣ ରଖିଥାନ୍ତି ।
ସ୍ୱାଧୀନତା ଦିବସ | |
---|---|
ଅନ୍ୟ ନାମ | ପନ୍ଦର ଅଗଷ୍ଟ |
ପାଳନକାରୀ | ଭାରତ |
ପ୍ରକାର | ଜାତୀୟ |
ବିଶେଷତା | ଭାରତ ସ୍ୱାଧୀନତାର ଉତ୍ସବ ପାଳିବା |
ପାଳନ | ଜାତୀୟ ପତାକା ଉତ୍ତୋଳନ, ପ୍ୟାରେଡ଼ ପ୍ରଦର୍ଶନ, ଆତସବାଜି, ଦେଶଭକ୍ତିପୂର୍ଣ୍ଣ ସଂଗୀତ ଏବଂ ଜାତୀୟ ସଂଗୀତ ଗାନ, ଭାରତୀୟ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କ ଅଭିଭାଷଣ |
ତାରିଖ | ଅଗଷ୍ଟ ୧୫ |
ପୁନଃପୌନିକତା | ବାର୍ଷିକ |
ପ୍ରଥମ ପାଳନ | ଅଗଷ୍ଟ ୧୫ ୧୯୪୭ |
୧୯୪୬ରେ, ବ୍ରିଟେନର ଶ୍ରମିକ ସରକାର ୨ୟ ବିଶ୍ୱଯୁଦ୍ଧରେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ନିଜ ଦେଶ ଓ ବିଦେଶୀ ସହଯୋଗ ତଥା ଭାରତୀୟ ସେନାର ସହଯୋଗରେ ମାତିଉଠିଥିବା ଭାରତୀୟମାନଙ୍କୁ ଦମନ କରିବାର ଆଶା ହରାଇଥିଲେ ।[2][3] ଏଣୁ ସେମାନେ ଭାରତରେ ଫିରିଙ୍ଗି ଶାସନର ଅନ୍ତ କରିବାକୁ ସିଦ୍ଧାନ୍ତ ନେଲେ ଓ ୧୯୪୭ର ଆରମ୍ଭରେ ୧୯୪୮ ଜୁନ ଆଗରୁ ବ୍ରିଟେନ ଭାରତରୁ ଶାସନ ଫେରାଇଆଣିବାର ସିଦ୍ଧାନ୍ତ ପୋଷଣ କଲା । ଭାରତ ଏକ ସାର୍ବଭୌମ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରିକ ରାଷ୍ଟ୍ର ବୋଲି କୁହାଯାଏ। ସେହି ଦେଶ ନାଗରିକମାନଙ୍କ ମୌଳିକ ଅଧିକାରକୁ ସୁରକ୍ଷା ଦେଇ ଥାଏ।