ଦିଲ୍ଲୀ ଆୟତନ ଅନୁସାରେ ଭାରତର ସବୁଠୁ ବଡ଼ ମହାନଗର ଓ ଜନସଂଖ୍ୟା ହିସାବରେ ଦ୍ୱିତୀୟ ବୃହତ ମହାନଗର[1][2][3][4] ଏହା ପୃଥିବୀର ଅଷ୍ଟମ ବୃହତ ମହାନଗର । ୨୦୧୧ ଲୋକଗଣନା ଏଠାରେ ୧୬,୭୫୩,୨୩୫ ଜଣ ବାସିନ୍ଦା ଅଛନ୍ତି । ଏଠାକାର ଗ୍ରେଟର ନ୍ୟାସନାଲ କ୍ୟାପିଟାଲ ରିଜିଅନ ସହରାଞ୍ଚଳରେ ପାଖାପାଖି ୨୨.୨ ମିଲିଅନ ଲୋକ ବାସ କରନ୍ତି ।[5] ଦିଲ୍ଲୀ ନାମ ନ୍ୟାସନାଲ କ୍ୟାପିଟାଲ ରିଜିଅନ ପାଖାପାଖି ସହରାଞ୍ଚଳକୁ ଓ ଭାରତର ରାଜଧାନୀକୁ ମଧ୍ୟ ବୁଝାଇଥାଏ । ଯଦିଓ ଏହା ଏକ କେନ୍ଦ୍ରଶାସିତ ଅଞ୍ଚଳ ଭଳି କାମ କରେ, ରାଜନୈତିକ ପ୍ରଶାସନ ଅନୁସାରେ ଏହା ଏକ ରାଜ୍ୟ ଭାବେ କାମ କରେ । ଏଠାରେ ବାକି ରାଜ୍ୟମାନଙ୍କ ପରି ନ୍ୟାୟପାଳିକା, ହାଇକୋର୍ଟ, ଜଣେ ମୁଖ୍ୟମନ୍ତ୍ରୀଙ୍କ ଅଧିନରେ ଏକ ମନ୍ତ୍ରିମଣ୍ଡଳ କାମ କରିଥାଏ । ନୂଆଦିଲ୍ଲୀ, ମିଳିତ ଭାବରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଦେଇ ଶାସିତ ହୋଇଥାଏ । ଏହା ନ୍ୟାସନାଲ କ୍ୟାପିଟାଲ ରିଜିଅନର ମଧ୍ୟ ରାଜଧାନୀ ।

Quick Facts ଦିଲ୍ଲୀ दिल्ली, Country ...
ଦିଲ୍ଲୀ
दिल्ली
ମହାନଗର
Thumb
ଉପରୁ ଡାହାଣକୁ: ଲୋଟସ ଟେମ୍ପଲ, ହୁମାୟୁଁ ମସଜିଦ, କନୌଟ ପାଲେସ, ଅକ୍ଷରଧାମ ମଦିର, ଇଣ୍ଡିଆ ଗେଟ
Country India
Stateଦିଲ୍ଲୀ
Government
  ରାଜ୍ୟ ପାଳତେଜେନ୍ଦ୍ର ଖାନ୍ନା
  ମୁଖ୍ୟମନ୍ତ୍ରୀ ତାଲିକାଶୀଳା ଦିକ୍ଷୀତ
  ମେୟରପ୍ରଫେସର ରଜନୀ ଅବ୍ୱୀ
Area
  ସମୁଦାୟ1483 km2 (573 sq mi)
  Rankପ୍ରଥମ
Elevation
239 m (784 ft)
Population
 (2010)
  Total୧୬୭୫୩୨୩୫
  Rankଦ୍ୱିତୀୟ
  Density11297/km2 (29,260/sq mi)
Languages
  Officialଇଂରାଜୀ, ହିନ୍ଦୀ, ଉର୍ଦ୍ଦୁ, ପଞ୍ଜାବୀ
Time zoneUTC+5:30 (IST)
PIN
୧୧୦ xxx
Telephone code୯୧-୧୧- XXXX XXXX
ଯାନବାହାନ ପଞ୍ଚୀକରଣDL-xx
HDIIncrease
୦.୮୭୫
HDI Year୨୦୦୫
HDI Categoryଅଧିକ
Legislature typeଏକ ନ୍ୟାୟପାଳିକା
Legislature Strength୭୦
Websitedelhigovt.nic.in
Close

ଇତିହାସ

Thumb
72.5 m (238 ft), କୁତବ ମିନାର ପୃଥିବୀର ଉଚ୍ଚତମ ଇଟା ତିଆରି ମିନାର[6]
Thumb
୧୫୬୦ରେ ତିଆରି, ହୁମାୟୁଁଙ୍କ ଦୁର୍ଗ ପ୍ରଥମ ମୋଗଲ ଦୁର୍ଗ[7]
Thumb
ଲାଲ କିଲା, ଏକ ଇଉନେସ୍କୋ ବିଶ୍ୱ ଐତିହ୍ୟ ସ୍ଥଳ, ହେଉଛି ସେହି ଜାଗା ହେଉଛି ସେହି ଜାଗା ଯେଉଁଠାରୁ ଭାରତର ପ୍ରଧାନ ମନ୍ତ୍ରୀ ସମଗ୍ର ଦେଶପ୍ରତି ସ୍ୱାଧୀନତା ଦିବସରେ ଭାଷଣ ଦିଅନ୍ତି ।

ଭାରତର ରାଜଧାନୀ ଦିଲ୍ଲୀ ଖ୍ରୀଷ୍ଟପୂର୍ବ ଷଷ୍ଠ ଶତାବ୍ଦୀରେ ପ୍ରତିଷ୍ଠିତ ହୋଇଥିବାର ଐତିହାସିକମାନେ ମତ ଦିଅନ୍ତି ।[8] ଖ୍ରୀ.ପୂ. ଦ୍ୱିତୀୟ ଶତାବ୍ଦୀ ବା ତାହା ଆଗରୁ ଏଠାରେ ଜନବସତି ଥିଲା ବୋଲି ମନେକରାଯାଏ ।[9] ଓ ଖ୍ରୀ.ପୂ. ଷଷ୍ଠ ଶତାବ୍ଦୀ ପରଠାରୁ ଏଠାରେ ନିରନ୍ତର ଜନବସତି ତିଆରି ହୋଇଚାଲିଥିଲା । ଏହା ମହାଭାରତର ପାଣ୍ଡବମାନଙ୍କ ରାଜଧାନୀ ଇନ୍ଦ୍ରପ୍ରସ୍ଥ ବୋଲି ବିଶ୍ୱାସ କରାଯାଏ ।ମୌର୍ଯ୍ୟ ଶାସନ ପରେ ଏଠାରେ ବିଭିନ୍ନ କାମ ବ୍ୟବସ୍ଥିତ ହୋଇଥିଲା ବୋଲି ଅନୁମାନ କରାଯାଏ ( ଖ୍ରୀ.ପୂ. ୩୦୦)।

Thumb

ନାମକରଣ

ରାଜଧାନୀ ଦିଲ୍ଲୀର ନାମକରଣ କିପରି ହୋଇଥିଲା, ତାହାର ରହସ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଉନ୍ମୋଚନ ହୋଇନାହିଁ । ଗବେଷକମାନେ ଏ ନେଇ ଭିନ୍ନ ଭିନ୍ନ ମତ ଦିଅନ୍ତି । ସ‌ହସ୍ରବର୍ଷ ପୂର୍ବେ ପ୍ରତିଷ୍ଠିତ ଏହି ସ‌ହରର ପୂରାନାମ ଇନ୍ଦ୍ରପ୍ରସ୍ଥ ଥିଲା । ଏହା ପଞ୍ଚୁପାଣ୍ଡବ (ଯୁଧିଷ୍ଠିର, ଭୀମ, ଅର୍ଜୁନ, ନ‌କୁଳସ‌ହଦେବ)ଙ୍କ ରାଜଧାନୀ ଥିଲା । ତେବେ ଗବେଷକଙ୍କ ମତରେ ଖ୍ରୀଷ୍ଟପୂର୍ବ ୫୦ ବେଳକୁ ଜନୈକ ରାଜା ଧିଲୁ ଏଠାରେ ଶାସନ କରୁଥିଲେ । ତାଙ୍କ ନାମକୁ ଅପଭ୍ରଂଶ କରାଯାଇ ଏହି ସ୍ଥାନର ନାମ ଦିଲ୍ଲୀ ରଖାଯାଇଛି । ଅନ୍ୟ କେତେକ ଐତିହାସିକଙ୍କ ମତରେ, ତୋମର ବଂଶର ରାଜା ଧବ ତାଙ୍କ କିଲ୍ଲା ଭିତରର ଢିଲା ଲୁହା ଖମ୍ବ କାରଣରୁ ଏହି ସ୍ଥାନର ନାମ ଢିଲୀ ରଖିଦେଇଥିଲେ । ପରବର୍ତ୍ତୀ ସମୟରେ ତାହା ଅପଭ୍ରଂଶ ହୋଇ ଦିଲ୍ଲୀ ନାମକରଣ ହୋଇଛି । ମହାରାଜା ପୃଥ୍ୱୀରାଜ ଚୌହାନଙ୍କ ଶାସନ ସମୟରେ ଏହି ସ୍ଥାନର ନାମ ଦିଲ୍ଲୀ ରଖାଯାଇଥିଲା ବୋଲି ଉଜ୍ଜୟିନୀର ଜନୈକ ଗବେଷକ ପ୍ରକାଶ କରିଛନ୍ତି । ତାଙ୍କ କ‌ହିବା ଅନୁସାରେ, ପୃଥ୍ୱୀରାଜ ଚୌହାନ ଦିଲ୍ଲୀର ଶେଷ ହିନ୍ଦୁ ଶାସକ ଥିଲେ । ତାଙ୍କ ରାଜପରିଷଦର ଜଣେ ମୁଖ୍ୟ କର୍ମକର୍ତ୍ତା ଦିଲ୍ଲୀ ନାମ ରଖିଥିବା ଅନୁମେୟ ।[10]

ଆଧାର

ଆଗକୁ ପଢ଼ିବେ

ଅଧିକ ତଥ୍ୟ

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.