ପଞ୍ଜାବୀ ଭାଷା
ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ 'ପଞ୍ଜାବ' ରାଜ୍ୟର ସରକାରୀ ଭାଷା ଅଟେ From Wikipedia, the free encyclopedia
ପଞ୍ଜାବୀ ଭାଷା ଭାରତର ଉତ୍ତର-ପଶ୍ଚିମରେ ଅବସ୍ଥିତ 'ପଞ୍ଜାବ' ରାଜ୍ୟର ସରକାରୀ ଭାଷା ଅଟେ । ପଞ୍ଜାବୀ /pʌnˈdʒɑːbi/[୫] (ସାମୁଖୀ: پنجابی [paṉjābī] Error: {{Transliteration}}: unrecognized language / script code: Punjabi (help); ଗୁରୁମୁଖୀ: ਪੰਜਾਬੀ pañjābī)[୬] ହେଉଛି ଏକ ଇଣ୍ଡୋ-ଆର୍ଯ୍ୟ ଭାଷା, ଯାହା ବିଶ୍ୱବ୍ୟାପୀ ୧୧୦ ନିୟୁତ ସ୍ଥାନୀୟ ଲୋକଙ୍କଦ୍ୱାରା କୁହାଯାଇଥାଏ, ଯାହା ଏହାକୁ ପୃଥିବୀରେ ୧୦ମ ଅଧିକ କୁହାଯାଉଥିବା ଭାଷା (୨୦୧୫))ରେ ପରିଣତ କରିଛି ।[୭][୮] ଏହା ପଞ୍ଜାବୀ ଲୋକଙ୍କର ସ୍ଥାନୀୟ ଭାଷା, ଯେଉଁମାନେ ଭାରତ ଓ ପାକିସ୍ତାନର ଐତିହାସିକ ପଞ୍ଜାବ ଅଞ୍ଚଳରେ ରହିଆସୁଛନ୍ତି । ଏହା ଇଣ୍ଡୋ-ଇଉରୋପୀୟ ଭାଷାମାନଙ୍କ ମଧ୍ୟରେ ଏକମାତ୍ର ଜୀବନ୍ତ ଭାଷା, ଯାହା ଏକ ସମ୍ପୂର୍ଣ୍ଣ ସ୍ୱର ସମ୍ବନ୍ଧୀୟ ଭାଷା ।[୯][୧୦][୧୧][୧୨]
ପଞ୍ଜାବୀ | |
---|---|
ਪੰਜਾਬੀ • پنجابی | |
![]() The word "Punjabi" written in Shahmukhi (Nast'aliq style), Gurmukhi | |
Native to | ପଞ୍ଜାବ ଅଞ୍ଚଳ |
ମାତୃଭାଷୀ | [୧] |
ଇଣ୍ଡୋ-ଇଉରୋପିଆନ୍
| |
ମାନକ ରୂପ |
|
ଶାହମୁଖୀ (Extended Perso-Arabic) ଗୁରୁମୁଖୀ (ବ୍ରାହ୍ମୀ)[୩] ପଞ୍ଜାବୀ ବ୍ରେଲି (ଭାରତ) ଦେବନାଗରୀ (ବ୍ରାହ୍ମୀ, unofficial)[୪] | |
ଆଧିକାରିକ ସ୍ଥିତି | |
କେଉଁଠି ରାଜଭାଷା: | India (ଭାରତୀୟ ରାଜ୍ୟ ପଞ୍ଜାବ, ଚଣ୍ଡୀଗଡ଼, ଦିଲ୍ଲୀ, ହରିୟାଣାରେ ବ୍ୟବହୃତ ଗୌଣ ସରକାରୀ ସ୍ୱୀକୃତ ଭାଷା Pakistan ପଞ୍ଜାବ, ପାକିସ୍ତାନର ଆଞ୍ଚଳିକ ଭାଷା |
ଭାଷା କୋଡ୍ | |
ISO ୬୩୯-୧ | pa |
ISO ୬୩୯-୨ | pan |
ISO ୬୩୯-୩ | pan – inclusive codeIndividual codes: bhd – [[Bhadrawahi]] bht – [[Bhattiyali]] kfs – [[Bilaspuri]] cdh – [[Chambeali]] cdj – Churahi doi – [[Dogri]] dgo – [[Dogri (proper)]] gbk – [[Gaddi (Bharmauri)]] kjo – Harijan Kinnauri hii – Hinduri jat – [[Jakati]] jns – [[Jaunsari]] hno – [[Northern Hindko]] xnr – [[Kangri]] xhe – [[Khetrani]] kfx – [[Kullu Pahari]] doi – [[Lahnda]] bfz – Mahasu Pahari mjl – [[Mandeali]] pnb – [[Pahari-Potwari]] pgg – [[Pangwali]] skr – [[Saraiki]] srx – [[Sirmauri]] hnd – [[Southern Hindko]] pnb – [[Western Punjabi]] |
ଗ୍ଲୋଟୋଲୋଗ | panj1256 Punjabi |
Linguasphere | 59-AAF-e |
![]() Areas (red) where Punjabi is the native language, compared to all Indo-Aryan languages (dark grey) | |
ପାକିସ୍ତାନରେ, ପଞ୍ଜାବୀ ବହୁଳ ଭାବେ କୁହାଯାଉଥିବା ଏକ ଭାଷା ।[୧୩], ଭାରତରେ ୧୧ତମ ବହୁଳ ଭାବେ କୁହାଯାଉଥିବା ଭାଷା ।[୧୪] ଏବଂ ଭାରତୀୟ ଉପମହାଦେଶରେ ୩ୟ ବହୁଳ ଭାବେ କୁହାଯାଉଥିବା ସ୍ଥାନୀୟ ଭାଷା । ଯୁକ୍ତରାଜ୍ୟରେ ପଞ୍ଜାବୀ ୪ର୍ଥ ବହୁଳ ଭାବେ କୁହାଯାଉଥିବା ଭାଷା [୧୫]ଏବଂ କାନାଡାରେ ଇଂରାଜୀ ଓ ଫ୍ରେଞ୍ଚ ପରେ ୩ୟ ବ୍ୟବହୃତ ଭାଷା ।[୧୬][୧୭] ଏହି ଭାଷାର ମଧ୍ୟ ସଂଯୁକ୍ତ ରାଜ୍ୟ ଆରବ, ଯୁକ୍ତରାଜ୍ୟ, ସାଉଦି ଆରବ ଓ ଅଷ୍ଟ୍ରେଲିଆରେ ଆଖିଦୃଶିଆ ଉପସ୍ଥିତି ଅଛି । ଭରତୀୟ ଉପମହାଦେଶରେ ପଞ୍ଜାବୀ ସାଂସ୍କୃତିକ ଭାଷାର ସଂଯୋଗ ରହିଥିବା ହେତୁ ବଲିଉଡରେ ବହୁ ଗୀତ ଅଧା ବା ସମ୍ପୂର୍ଣ୍ଣ ଭାବେ ପଞ୍ଜାବୀ ଭାଷାରେ ଆଛି ।[୧୮][୧୯][୨୦]
ଉପଭାଷା ଓ ସମ୍ପର୍କିତ ଭାଷା
ମୁଖ୍ଯ ପଞ୍ଜାବୀ ଉପଭାଷା ମଧ୍ୟରେ ଅଛି ମାଝି, ଦୋଆବି, ମଲୱାଇ, ପୋୱାଧି, ପୋଥୋହାରି ଓ ମୁଲତାନି । ବହୁ ଭାଷାତତ୍ତ୍ୱବିତ୍ଙ୍କ ମତରେ ପଞ୍ଜାବୀର, ଲାହଣ୍ଡା ଭଳି ନିରବଚ୍ଛିନ ଉପଭାଷାରେ ଥିବା ଭାଷା, ଯେଉଁଥିରେ ସାରାଇକି ଓ ହିଣ୍ଡକୋ, ପ୍ରଭୃତି ଉପଭାଷା ରହିଛି, ମାତ୍ର ଅନ୍ୟମାନଙ୍କ ପାଇଁ ଏହା ପୃଥକ୍ ।[୨୧]
ସାଧାରଣତଃ ଇଣ୍ଡୋ-ଆର୍ଯ୍ୟ ଭାଷାରେ ଏକ ଉପଭାଷାକୁ ଅନ୍ୟ ଏକ ଭାଷା ସହିତ ଯୋଡ଼ିବା ବେଳେ ଅସୁବିଧା ସୃସଜ୍ଟି ହୁଏ ।[୨୨][୨୩] ତଥାପି ଗତ ଶତାବ୍ଦୀରେ ଯେତେବେଳେ ପଞ୍ଜାବୀ ଭାଷାର ମୁଖ୍ୟ ଅଞ୍ଚଳ ବର୍ଣ୍ଣନା କରିବାକୁ ପଡ଼ିଛି, ସେତେବେଳେ ବିଶେଷ କୌଣସି ଅସୁବିଧା ହୋଇନାହିଁ । ବ୍ରିଟିଶ ଭାଷାତତ୍ତ୍ୱବିତ୍ ଜର୍ଜ ଅବ୍ରାହମ୍ ଗ୍ରିଏର୍ସନ୍ ଶେଷକଥା ଉପନୀତ କରିଥିଲେ ଯେ, ପଶ୍ଚିମ ପଞ୍ଜାବୀ ଭାବେ ଜଣାଶୁଣା ଉପଭାଷାର ଏକ ଗୋଷ୍ଠୀ ପଞ୍ଜାବର ହୃଦୟସ୍ଥଳ, ସିନ୍ଧୁ ଉପତ୍ୟକାର ଉତ୍ତର ଓ ପଶ୍ଚିମାଞ୍ଚଳ ଏବଂ ଅନ୍ୟ ଚାରୋଟି (ବେଆସ୍ ନଦୀ ଭିନ୍ନ) ଶାଖାନଦୀର ତଳ ଅଞ୍ଚଳରେ ବ୍ୟବହାର କରାଯାଏ । ସେ ଏହି ଦଳକୁ ୧୯୧୯ରେ ପ୍ରକାଶିତ ହୋଇଥିବା ଲାଙ୍ଗୁଏଜ୍ ସର୍ଭେ ଅଫ୍ ଇଣ୍ଡିଆ (ଏଲ୍ ଏସ୍ ଟି)ରେ ଲାହଣ୍ଡା ଉପଭାଷା ନାମରେ ନାମିତ କରିଥିଲେ ।[୨୪] ସେ ସାରାଇକି ନାମରେ ଜଣା ଯାଉଥିବା ଉପଭାଷାକୁ ଦକ୍ଷିଣ ଲାହଣ୍ଡା ନାମ ଦେଲେ, ଯାହା ଆଜି ସାରାଇକି ନାମରେ ନାମିତ । ପାକିସ୍ତାନର ଜାତୀୟ ଜନଗଣନା (୧୯୮୧) ଅନୁଯାୟୀ ସାରାଇକି ଓ ହିଣ୍ଡିକୋ (ପୂର୍ବରୁ ପଶ୍ଚିମ ପଞ୍ଜାବୀ ଭାବେ ଜଣାଶୁଣା), ସ୍ୱତନ୍ତ୍ର ଭାଷାର ମାନ୍ୟତା ପାଇଛି ।[୨୫] ଯାହା ପଞ୍ଜାବୀ ଭାଷାଭାଷୀଙ୍କ ସଂଖ୍ୟା କମୁଥିବାର ସୂଚନା ଦିଏ ।
ମାନକ ଉପଭାଷା
ଅମୃତସର ଓ ଲାହୋରରେ କୁହାଯାଉଥିବା ମାଝି ଉପଭାଷା ପଞ୍ଜାବର ସମ୍ମାନସ୍ପଦ ଭାଷା । ମାଝି ପଞ୍ଜାବର କେନ୍ଦ୍ରାଞ୍ଚଳ ମଝାରେ କୁହାଯାଏ, ଯାହା ଲାହୋର, ଅମୃତସର, ଗୁରଦାସପୁର, କସୁର, ତାନ ତାରନ, ଫୈସଲାବାଦ୍, ନାଙ୍କନା ସାହିବ, ପଠାନକୋଟ, ଓକାରା, ପାକପଟ୍ଟାନ, ସାହିୱାଲ୍, ନାରୋୱାଲ, ଶେଖୁପୁରା, ସିଆଲକୋଟ୍, ଛିନିଓଟ, ଗୁରଜନୱାଲା ଓ ଗୁଜରାଟ ଜିଲ୍ଲାକୁ ବ୍ୟାପୀ ରହିଛି ।
ମାଝି ନାକର ବ୍ୟଞ୍ଜନ ବର୍ଣ୍ଣ /ŋ/ ଓ /ɲ/କୁ ଧରି ରଖିଥାଏ ଯାହାକୁ, /ɡ/ ଓ /d͡ʒ/ ଯଥାକ୍ରମେ ଚାପି ରଖିଥାଆନ୍ତି । ମାଝି (ଓ ଲାହଣ୍ଡା) ପାକିସ୍ତାନରେ ପାର୍ସି ଶବ୍ଦରେ ଅଧିକ ବ୍ୟବହାର କରାଯାଏ ଏବଂ /z/, /x/ ଓ /ɣ/ ଶବ୍ଦର ଧ୍ୱନିର ବ୍ୟବହାର ବହୁତ ସାଧାରଣ ଥାଏ ।
ଇଂରାଜୀ | ଗୁରୁମୁଖୀ ଆଧାରିତ (ଭାରତୀୟ) | ଶାମୁଖୀ ଆଧାରିତ (ପାକିସ୍ତାନ) |
---|---|---|
ପ୍ରେସିଡ଼େଣ୍ଟ | ରାଷ୍ଟ୍ରପତି | ସଦର-ଏ-ମୁଲମିକତ୍ |
ଆର୍ଟିକଲ୍ | ଲେଖ | ମାଜମିନ୍ |
ପ୍ରାଇମ-ମିନିଷ୍ଟର | ପ୍ରଧାନ ମନ୍ତ୍ରୀ | ୱାଜିର-ଏ-ଆଜମ୍ |
ଫ୍ୟାମିଲି | ପରବାର/ତବାର୍ | ଖାଣ୍ଡାନ/ତବାର୍ |
ଫିଲୋସୋଫି | ଦର୍ଶନ | ଫଲସଫା |
କ୍ୟାପିଟଲ୍ | ରାଜଧାନୀ | ଦାରୁଲ ହକୁମତ୍/ରାଜଘର୍ |
ଭିୟୁଅର୍ | ଦର୍ଶକ | ନାଜରିନ୍ |
ବ୍ୟାକରଣ
ପଞ୍ଜାବୀ ଭାଷାର ବ୍ୟାକରଣ ଶବ୍ଦ, ଚିହ୍ନ ଦେବା, କ୍ରିୟାପଦର ପରିବର୍ତ୍ତନ ପଦ୍ଧତି ଓ ଅନ୍ୟ ପ୍ରକାର ତତ୍ତ୍ୱ ଉପରେ ଗୁରୁତ୍ୱ ଦେଇଥାଏ ।
ଲେଖିବା ଶୈଳୀ
ଛାଞ୍ଚ:Arabic-script sidebar ପଞ୍ଜାବୀ ଲେଖିବା ପାଇଁ ଦୁଇ ପ୍ରକାର ଶୈଳୀ ଅଛି: ଗୁରୁମୁଖୀ ଓ ଶାମୁଖୀ । ଗୁରୁମୁଖୀ ଗୁରୁଙ୍କ ମୁଖକୁ ଅନୁବାଦିତ ହୋଇଛି ।[୨୬] ଓ ଶାମୁଖୀର ଅର୍ଥ ରାଜାଙ୍କ ମୁଖରୁ ।[୨୭]
ପାକିସ୍ତାନ ପଞ୍ଜାବରେ, ଶାମୁଖୀ ଲିପି ବ୍ୟବହୃତ ହୁଏ ଓ ଏହା ଉର୍ଦ୍ଦୁ ବର୍ଣ୍ଣମାଳାଠାରୁ ଚାରୋଟି ଅଧିକ ଅକ୍ଷରରେ ଭିନ୍ନ ହୁଏ ।[୨୮] ପୂର୍ବ ପଞ୍ଜାବ, ଭାରତରେ ଅବସ୍ଥିତ ଓ ଏହା ତିନୋଟି ରାଜ୍ୟରେ ବିଭକ୍ତ । ପଞ୍ଜାବ ରାଜ୍ୟରେ ସାଧାରଣତଃ ଗୁରୁମୁଖୀ ଲିପିକୁ ଲେଖିବା ପାଇଁ ବ୍ୟବହାର କରାଯାଏ ।[୨୮]
ନମୁନା ଅକ୍ଷର
ଏହାକୁ ପଞ୍ଜାବୀ ଉଇକିପିଡ଼ିଆ ପ୍ରସଙ୍ଗ ଲାହୋରରୁ ନିଆଯାଇଛି ।
ଗୁରୁମୁଖୀ:
ਲਹੌਰ ਪਾਕਿਸਤਾਨੀ ਪੰਜਾਬ ਦੀ ਰਾਜਧਾਨੀ ਹੈ । ਲੋਕ ਗਿਣਤੀ ਦੇ ਨਾਲ ਕਰਾਚੀ ਤੋਂ ਬਾਅਦ ਲਹੌਰ ਦੂਜਾ ਸਭ ਤੋਂ ਵੱਡਾ ਸ਼ਹਿਰ ਹੈ । ਲਹੌਰ ਪਾਕਿਸਤਾਨ ਦਾ ਸਿਆਸੀ, ਰਹਤਲੀ ਤੇ ਪੜ੍ਹਾਈ ਦਾ ਗੜ੍ਹ ਹੈ ਅਤੇ ਇਸ ਲਈ ਇਹਨੂੰ ਪਾਕਿਸਤਾਨ ਦਾ ਦਿਲ ਵੀ ਕਿਹਾ ਜਾਂਦਾ ਹੈ । ਲਹੌਰ ਦਰਿਆ-ਏ-ਰਾਵੀ ਦੇ ਕੰਢੇ ਤੇ ਵਸਦਾ ਹੈ । ਤੇ ਇਸਦੀ ਲੋਕ ਗਿਣਤੀ ਇੱਕ ਕਰੋੜ ਦੇ ਨੇੜੇ ਹੈ ।
ଶାମୁଖୀ:
لہور پاکستانی پنجاب دا دارالحکومت اے۔ لوک گنتی دے نال کراچی توں بعد لہور دوجا سبھ توں وڈا شہر اے۔ لہور پاکستان دا سیاسی، رہتلی تے پڑھائی دا گڑھ اے تے اس لئی ایھنوں پاکستان دا دل وی کیھا جاندا اے۔ لہور دریاۓ راوی دے کنڈھے تے وسدا ۔ اے اسدی لوک گنتی اک کروڑ دے نیڑے اے ۔
ଟ୍ରାନ୍ସ ଲିଟେରେସନ୍: lahaur pākistānī panjāb dī rājdā̀ni ài. lok giṇtī de nāḷ karācī tõ bāad lahaur dūjā sáb tõ vaḍḍā šáir ài. lahor pākistān dā siāsī, rátalī te paṛā̀ī dā gáṛ ài te is laī ínū̃ pākistān dā dil vī kihā jāndā ài. lahaur dariāe rāvī de kaṇḍè te vasdā ài. te isdī lok giṇtī ikk karoṛ de neṛe ài.
ଅନୁବାଦ: ଲାହୋର ପାକିସ୍ତାନୀ ପଞ୍ଜାବର ରାଜଧାନୀ ଅଟେ । କରାଚୀ ପରେ ଲାହୋର ପାକିସ୍ତାନର ଦ୍ୱିତୀୟ ସର୍ବବୃହତ୍ ସହର । ଲାହୋର ସିନ୍ଧୁ ନଦୀ କୂଳରେ ଅବସ୍ଥିତ । ଲାହୋର ପାକିସ୍ତାନର ରାଜନୀତି ଓ ଶିକ୍ଷାର କେନ୍ଦ୍ରସ୍ଥଳ ଏବଂ ଏଥିପାଇଁ ଏହାକୁ ପାକିସ୍ତାନର ହୃଦୟ କୁହାଯାଏ । ଏହାର ଜନସଂଖ୍ୟା ପ୍ରାୟ ୧ ନିୟୁତ ।
ଆଇ ପି ଏ: [lə̄ɦɔ̄ːɾ pāːkɪ̄st̪āːnīː pə̄̃d͡ʒāːb d̪īː ɾāːd͡ʒt̪àːnɪ̄ ɦɛ̀ː ‖ lōk ɡɪ̄ɳt̪īː d̪ē nāːl kə̄ɾāːt͡ʃīː t̪ō̃ bāːə̄d̪ lə̄ɦɔ̄ːɾ d̪ūːd͡ʒāː sə́p t̪ō̃ ʋːə̄ɖāː ʃə̄ɦɪ̄ɾ ɦɛ̀ː ‖ lə̄ɦɔ̄ːɾ pāːkɪ̄st̪āːn d̪āː sɪ̄āːsīː | ɾə́ɦt̪ə̄līː t̪ē pə̄ɽɦàːīː d̪āː ɡə́ɽɦ ɦɛ̀ː t̪ē ɪ̄s lə̄īː ɪ́ɦnū̃ pāːkɪ̄st̪āːn d̪āː d̪ɪ̄l ʋīː kɪ̄ɦāː d͡ʒā̃ːd̪āː ɦɛ̀ː ‖ lə̄ɦɔ̄ːɾ d̪ə̄ɾɪ̄āːē ɾāːʋīː d̪ē kə̄̃ʈè t̪ē ʋə̄̃sd̪īː ɦɛ̀ː ‖ t̪ē īsd̪īː lōk ɡɪ̄ɳt̪īː ɪ̄kː kə̄ɾōɽ d̪ē nēɽē ɦɛ̀ː ‖]
ଗ୍ୟାଲେରି
- ଶାମୁଖୀ ଭାଷାରେ ପଞ୍ଜାବ ବିଷୟରେ ବହି
- ଗୁରୁମୁଖୀରେ ଗୁରୁ ଗ୍ରନ୍ଥସାହିବ
- ପଞ୍ଜାବୀ ଗୁରୁମୁଖୀ ଲିପି
- ପଞ୍ଜାବୀ ଶାମୁଖୀ ଲିପି
- ପଞ୍ଜାବୀରେ ଭୁଲେ ଶାହ କବିତା (ଶାମୁଖୀ ଲିପି)
- ପଞ୍ଜାବୀରେ ମୁନେର ନିଆଜି କବିତା (ଶାମୁଖୀ ଲିପି)
- ଗୁରୁମୁଖୀ ବର୍ଣ୍ଣମାଳା
ଆଧାର
ଅଧିକ ତଥ୍ୟ
Wikiwand - on
Seamless Wikipedia browsing. On steroids.