ଜନ ଗଣ ମନ
ଭାରତର ଜାତୀୟ ସଙ୍ଗୀତ / From Wikipedia, the free encyclopedia
ଜନ ଗଣ ମନ' ଭାରତର ଜାତୀୟ ସଙ୍ଗୀତ ଅଟେ । ଏହା ୨୪ ଜାନୁଆରୀ ୧୯୫୦ରେ ସମ୍ବିଧାନ ସଭାଦ୍ୱାରା ସରକାରୀ ଭାବେ ଗ୍ରହଣ କରାଯାଇଥିଲା । ୨୭ ଡିସେମ୍ବର ୨୦୧୧ରେ ଏହାର ପ୍ରଥମ ଗାନର ଶତବର୍ଷ ପାଳନ କରାଯାଇଥିଲା । [1][2]
Quick Facts English: Jana Gana Mana (for Piano), Lyrics ...
English: Jana Gana Mana (for Piano) | |
---|---|
Jôno Gôno Mono | |
National anthem of ଭାରତ | |
Lyrics | Rabindranath Tagore, 1911 |
Music | Rabindranath Tagore, 1919 |
Adopted | January 24, 1950 |
Music sample | |
Close
ଆମର ଜାତୀୟ ସଙ୍ଗୀତକୁ ଗାନ କରିବା ପାଇଁ ମୋଟ ୫୨ସେକେଣ୍ଡ ସମୟ ଲାଗିଥାଏ ତେବେ କେତେକ ସ୍ଥାନରେ ଏହାର ପ୍ରଥମ ଓ ଶେଷ ପଦ ଗାନ କରାଯାଏ ଏଥିଲାଗି ୨୦ ସେକେଣ୍ଡ ସମୟ ଲାଗିଥାଏ [3] ଦେଶର ପ୍ରଟୋକଲ ଅନୁଯାୟୀ ରାଷ୍ଟ୍ରପତି ଓ ରାଜ୍ୟପାଳମାନେ ଯୋଗଦେଉଥିବା ପ୍ରତ୍ୟେକ କାର୍ଯ୍ୟକ୍ରମରେ ସେମାନେ ଆସନ ଗ୍ରହଣ କରିବା ଓ ଆସନ ଛାଡ଼ିବା ପୂର୍ବରୁ ଜନଗଣମନ ଗାନ କରାଯିବା ପାଇଁ ନିୟମ ରହିଛି