ଓଡ଼ିଶାର ବିଧାନ ସଭା ନିର୍ବାଚନ ୨୦୧୯ ମସିହା ୧୧ ଅପ୍ରେଲରୁ ୨୯ ଅପ୍ରେଲ ମଧ୍ୟରେ ଓଡ଼ିଶାର ଲୋକ ସଭା ଆସନଗୁଡ଼ିକର ନିର୍ବାଚନ ସହ ମିଶିକରି ଅନୁଷ୍ଠିତ ହୋଇଥିଲା ।[1][2] ତତ୍କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ଜନତା ଦଳର ନେତା ନବୀନ ପଟ୍ଟନାୟକ, ଭାରତୀୟ ଜନତା ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ[3], ଧର୍ମେନ୍ଦ୍ର ପ୍ରଧାନ ଏବଂ କଂଗ୍ରେସ ଦଳ ମୁଖ୍ୟ ପ୍ରତିଯୋଗୀ ଭାବେ ନିର୍ବାଚନ ଲଢ଼ିଥିଲେ । ୧୫ଶ ବିଧାନ ସଭାର କାର୍ଯ୍ୟକାଳ ୨୪ ମଇ ୨୦୧୯ ତାରିଖରେ ସମାପ୍ତ ଘଟିଥିଲା ।
ଜୟଦେବ ନିର୍ବାଚନ ମଣ୍ଡଳୀର ଏକ ପୋଲିଂ ବୁଥରେ ଲୋକେ ମତଦାନ ପାଇଁ ଧାଡ଼ି ହୋଇ ଛିଡ଼ାହୋଇଥିବାର ଏକ ଦୃଶ୍ୟ
Quick Facts ୧୪୭ ବିଧାନ ସଭା ନିର୍ବାଚନ ମଣ୍ଡଳୀ ୭୪ seats needed for a majority, Leader ...
୨୦୧୯ ଓଡ଼ିଶା ବିଧାନ ସଭା ନିର୍ବାଚନ
![India](//upload.wikimedia.org/wikipedia/commons/thumb/4/41/Flag_of_India.svg/50px-Flag_of_India.svg.png)
|
|
|
|
ଫଳାଫଳ |
|
Close
ନିର୍ବାଚନ ଫଳାଫଳ ୨୩ ମଇ ୨୦୧୯ ତାରିଖରେ ପ୍ରକାଶ ପାଇଥିଲା, ଯେଉଁଥିରେ ବିଜେଡି ମୋଟ ୧୪୬ରୁ (ପାଟକୁରା ଆସନରେ ନିର୍ବାଚନ ହୋଇନଥିଲା) ୧୧୨ଟି ଆସନରେ ବିଜୟୀହୋଇ ସଂଖ୍ୟାଗରିଷ୍ଠତା ଲାଭ କରିଥିଲା । ଏହି ନିର୍ବାଚନରେ ନବୀନ ପଟ୍ଟନାୟକ ଲଗାତାର ପଞ୍ଚମ ଥର ପାଇଁ ବିଜୟୀ ହୋଇ ସରକାର ଗଢ଼ିଥିଲେ ।
ପାଟକୁରାରେ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ, ୨୯ ଅପ୍ରେଲରେ ହେବାର ଥିଲା କିନ୍ତୁ, ବିଜେଡି ପ୍ରାର୍ଥୀ ବେଦପ୍ରକାଶ ଅଗ୍ରୱାଲଙ୍କର ଦେହାନ୍ତ ଯୋଗୁଁ ମଇ ୧୯ ଯାଏଁ ନିର୍ବାଚନ ଘୁଞ୍ଚାଯାଇଥିଲା ।[4] ପରେ ଘୁର୍ଣ୍ଣିବାତ୍ୟା ଫଣୀ ଯୋଗୁଁ ଏହାକୁ ଆଉଥରେ ଘୁଞ୍ଚାଯାଇ ୨୦ ଜୁଲାଇରେ ଉପନିର୍ବାଚନ ଅନୁଷ୍ଠିତ ହୋଇଥିଲା ।[5] ଜୁଲାଇ ୨୪, ୨୦୧୯ ତାରିଖରେ ଏହାର ଫଳାଫଳ ପ୍ରକାଶ ପାଇଥିଲା । ବିଜେଡି ପ୍ରତିନିଧି, ସାବିତ୍ରୀ ଅଗରୱାଲ ଏହି ଆସନରୁ ଜିତିଥିଲେ ।[6]