ଭବାନୀପାଟଣା (ବିଧାନ ସଭା ନିର୍ବାଚନ ମଣ୍ଡଳୀ)
ବିଧାନ ସଭା ନିର୍ବାଚନ ମଣ୍ଡଳୀ / From Wikipedia, the free encyclopedia
ଭବାନୀପାଟଣା (କ୍ରମିକ ସଂଖ୍ୟା: ୮୦) କଳାହାଣ୍ଡି ଜିଲ୍ଲା ଅନ୍ତର୍ଗତ ଏକ ବିଧାନ ସଭା ନିର୍ବାଚନ ମଣ୍ଡଳୀ ।[1] ଏହି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଅଞ୍ଚଳ ଗୁଡ଼ିକ ହେଲା: ଭବାନୀପାଟଣା (ମ), କେସିଙ୍ଗା (ବି), ଭବାନୀପାଟଣା ବ୍ଳକର ୨୫ଟି ଗ୍ରାମ ପଞ୍ଚାୟତ (ମାଦିଗୁଡା, ଚଅଗାଁ, କର୍ଲାପଡା, ଛେଲିଆମାଲ୍, କଲମ୍, କର୍ଲାଗୁଡା, ଥୁଆପଦର, ଦାଦପୁର, ଦେପୁର, ଗୁଡିଆଲିପଦର, କାମଠଣା, କୁଲିଆମାଲ, ଗଣ୍ଡବର୍ଜାହୋଲ, ମେଦିନୀପୁର, ସେଁପୁର, ପାଲସିଝରନ,ଉଦେପୁର, ମାଟିଆ, ବୋର୍ଡା, କେନ୍ଦୁପାଟି, ଗୁରୁଜଙ୍ଗ, ବୋରଭଟା, ଡୁମୁରିଆ, ଅର୍ତଲ, ପଲନା୍ ଓ କେସିଙ୍ଗା ବ୍ଳକର ୧୭ଟି ଗ୍ରାମ ପଞ୍ଚାୟତ (ଅଧମୁଣ୍ଡା, ବାଲସି, ବୋରିଆ, ଚାଞ୍ଚେର, ଦେଓଗାଁ, ଫଟକାମାଲ୍, ଗାଇଗାଁ, ଗୋକୁଲେଶ୍ୱର, କାଣ୍ଡେଲ, କିକିଆ, କୁଣ୍ଡାବନ୍ଧ, ଲଇତରା, ନାସିଗାଁ, ପାଷ୍ଟିକୁଡି, ପଥର୍ଲା, ସିରୋଲ୍, ଉତ୍କେଲା) ।[2][3]
ଭବାନୀପାଟଣା ବିଧାନ ସଭା ନିର୍ବାଚନ ମଣ୍ଡଳୀ | |
---|---|
ଭୋଟର ସଂଖ୍ୟା (୨୦୧୪): | ୨,୦୫,୯୭୯ |
ଜିଲ୍ଲା: | କଳାହାଣ୍ଡି |
ଲୋକ ସଭା ନିର୍ବାଚନ ମଣ୍ଡଳୀ: | କଳାହାଣ୍ଡି |
ପଞ୍ଚାୟତ ସମିତି: | ୨ |
ଗ୍ରାମ ପଞ୍ଚାୟତ: | |
ବିଜ୍ଞାପିତ ଅଞ୍ଚଳ ପରିଷଦ: | ୧ |
ପୌର ପରିଷଦ: | ୧ |
ଗତ ୨୦୧୪ ନିର୍ବାଚନରେ ବିଜୁ ଜନତା ଦଳ ପ୍ରାର୍ଥୀ ଅନାମ ନାଏକ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାଏକଙ୍କଠାରୁ ୧୦୮୧୪ ଖଣ୍ଡ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଛନ୍ତି।[4]
ଗତ ୨୦୦୯ ନିର୍ବାଚନରେ ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ ଦୁଷ୍ମନ୍ତ ନାୟକ, ବିଜୁ ଜନତା ଦଳ ପ୍ରାର୍ଥୀ ପ୍ରଦୀପ୍ତ କୁମାର ନାଏକଙ୍କଠାରୁ ୨,୧୯୫ ଅଧିକ ଭୋଟ ପାଇ ନିର୍ବାଚିତ ହୋଇଥିଲେ ।[5]