ଘୂର୍ଣ୍ଣିବାତ୍ୟା From Wikipedia, the free encyclopedia
ଅତି ଗୁରୁତର ଘୂର୍ଣ୍ଣିବାତ୍ୟା ଫଣୀ (/ˈfɒniː/; ବଙ୍ଗଳା: ফণী)[lower-alpha 1] ୨୦୧୯ ମସିହା ମଇ ମାସ ପ୍ରାରମ୍ଭରେ ଆସିଥିବା ଏକ ଶକ୍ତିଶାଳୀ କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟା । ଏହାକୁ ଫୋନୀ, ଫନି ଏବଂ ଫନୀ ନାମରେ ମଧ୍ୟ ଉଲ୍ଲେଖ କରାଯାଇଥାଏ । ଏହା ପୂର୍ବ ଭାରତରେ ପୁରୀଠାରେ ମଇ ମାସ ୩ ତାରିଖ ସକାଳରେ ଲ୍ୟାଣ୍ଡଫଲ କରିଥିଲା । ୨୦୧୯ ଉତ୍ତର ଭାରତୀୟ ମହାସାଗର ବାତ୍ୟା ଋତୁର ଫଣୀ ପଞ୍ଚମ ଗୁରୁତର ଝଡ଼ବାତ୍ୟା ଏବଂ ଚତୁର୍ଥ ନାମିତ ବାତ୍ୟା ଥିଲା । ଫଣୀ ପ୍ରଭାବରେ ଓଡ଼ିଶାର ପୁରୀ ଜିଲ୍ଲା ଏବଂ ଭୁବନେଶ୍ୱର ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥିଲାବେଳେ ପାଖାପାଖି ଦେଢ଼ କୋଟିରୁ ଅଧିକ ଲୋକ ପ୍ରଭାବିତ ହୋଇଥିଲେ । ଓଡ଼ିଶାର ପ୍ରାୟ ୧୩ଟି ଜିଲ୍ଲାରେ ଏହି ବାତ୍ୟାଦ୍ୱାରା ପ୍ରଭାବିତ ହୋଇଥିଲା ।[4] ବଙ୍ଗଳାଦେଶରେ ଫଣୀ ଯୋଗୁଁ ୧୫ ଜଣଙ୍କର ମୃତ୍ୟୁ ଘଟିଥିଲା ।[5] ଓଡ଼ିଶାରେ ୪୧ ଜଣ ବ୍ୟକ୍ତିଙ୍କ ସମେତ ୩୪ ଲକ୍ଷ ୫୨ ହଜାର ପଶୁପକ୍ଷୀଙ୍କର ମୃତ୍ୟୁ ଘଟିଥିଲା ।[6][7]
| |||
---|---|---|---|
Current storm status Extremely severe cyclonic storm (IMD) | |||
Current storm status Category 4 (1-min mean) | |||
| |||
As of: | 05:30 IST (00:00 UTC), 2 May | ||
Location: | 16.7°N 84.8°E 650 km (405 mi) SSW of Digha 450 km (280 mi) SSW of Puri 230 km (145 mi) SSE of Vishakhapatnam | ||
Sustained winds: | 215 km/h; 130 mph (3-min mean) 240 km/h; 150 mph (1-min mean) gusting to 230 km/h; 145 mph | ||
Pressure: | 939 hPa (27.73 inHg) | ||
Movement: | NNE at 8 kn (15 km/h; 9 mph) | ||
|
ଫଣୀ ଭାରତ ମହାସାଗରରେ ସୁମାତ୍ରାର ପଶ୍ଚିମରେ ଅପ୍ରେଲ ୨୬ ତାରିଖରେ ଏକ କ୍ରାନ୍ତୀୟ ବିଷଣ୍ଣତାରୁ ଜନ୍ମିଥିଲା । ମିଳିତ ଟାଇଫୁନ ଚେତାବନୀ କେନ୍ଦ୍ର (JTWC) ଭାରତ ମହାସାଗରରେ ଏକ କ୍ରାନ୍ତୀୟ ବିଶୃଙ୍ଖଳା ଉପରେ ଆଖି ରଖିଥିଲା ଓ ୦୧B ନାମରେ ଚିହ୍ନଟ କରିଥିଲା । ଫଣୀ ଧୀରେ ଧୀରେ ପଶ୍ଚିମ ଆଡ଼କୁ ଗତିକରି ଶକ୍ତିଶାଳୀ ହେବା ପାଇଁ ଏକ ଅଞ୍ଚଳ ଖୋଜୁଥିଲା । ଏହି ପ୍ରକ୍ରିୟା ତ୍ୱରାନ୍ୱିତ ହେଲା ଆଉ ନାମିତ ହେବାର ଦୁଇ ଦିନ ପରେ ଏହା ଋତୁର ଦ୍ୱିତୀୟ ନାମିତ ବାତ୍ୟା ଫଣୀ ଘୂର୍ଣ୍ଣିବାତ୍ୟାରେ ପରିଣତ ହେଲା । ଫଣୀ ଉତ୍ତରକୁ ଗତି କଲା । ବିଭକ୍ତ ପବନରୁ ଦୂରେଇ ଗଲା ପରେ ଫଣୀ ଖୁବ ଶୀଘ୍ର ତୀବ୍ରତର ହେଲା ଓ ୨୦୧୯ ମସିହା ଅପ୍ରେଲ ମାସ ୩୦ ତାରିଖରେ ଋତୁର ପ୍ରଥମ ଘୂର୍ଣ୍ଣିବାତ୍ୟା ଭାବେ ଏକ ଅତି ଗୁରୁତର ଘୂର୍ଣ୍ଣିବାତ୍ୟାରେ ପରିଣତ ହେଲା । ଏହା "ବିଶାଖାପାଟଣା ଓ ଗୋପାଳପୁର ନିକଟରେ ବଙ୍ଗୋପସାଗର ଦେଇ ପୁରୀଠାରେ ପ୍ରାତଃ ୯.୦୦ ଟା ସମୟରେ ସ୍ଥଳଭାଗ ଛୁଇଁଲା । ଗୋପାଳପୁର ଓ ବ୍ରହ୍ମପୁରଠାରେ ଘଣ୍ଟା ପ୍ରତି ପବନର ବେଗ ୧୨୦ କିମି ପ୍ରତି ଘଣ୍ଟା ଥିବା ବେଳେ ପୁରୀଠାରେ ପବନର ବେଗ ୧୮୦ - ୨୦୦ କିମି ପ୍ରତି ଘଣ୍ଟା ରହିଥିଲା ।
ଏହି ଘୁର୍ଣ୍ଣିବାତ୍ୟାର ମୁକାବିଲା କରିବା ପାଇଁ ଭାରତୀୟ ପାଣିପାଗ ବିଭାଗ ସତର୍କତା ସୂଚନା ଜାରୀ କରିଥିଲେ । ଭାରତର ଦକ୍ଷିଣ-ପୂର୍ବ ଅଞ୍ଚଳକୁ ଏହି ଘୁର୍ଣ୍ଣିବାତ୍ୟା ପ୍ରଭାବିତ କରିବାର ସମ୍ଭାବନା ଥିବାରୁ ଏସବୁ ଅଞ୍ଚଳ ପାଇଁ ହଳଦିଆ ଚେତାବନୀ (yellow warnings) ଜାରୀ କରାଯାଇଥିଲା । ଭାରତୀୟ ନୌସେନା ମଧ୍ୟ ବିଶାଖାପାଟଣା ଓ ଓଡ଼ିଶା ଉପକୂଳରେ ନୌଜାହାଜ ମୁତୟନ କରିଥିଲେ । [8] ଫଣୀର ପ୍ରଭାବ ପଡ଼ିବା ସୁସ୍ପଷ୍ଟ ହେବା ପରେ ପ୍ରଶାସନ ତରଫରୁ ହାରାହାରି ୭,୮୦,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।[9][10] ମୟୁରଭଞ୍ଜ ଜିଲ୍ଲାରେ ପାଖାପାଖି ୪୫,୦୦୦ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।[11] ବଙ୍ଗଳାଦେଶରେ ମଧ୍ୟ ଅନେକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତରିତ କରାଯାଇଥିଲା ।[12]
ମଇ ୩ ତାରିଖ ସକାଳେ ଏହି ଘୁର୍ଣ୍ଣିବାତ୍ୟା ପୁରୀ ନିକଟରେ ସ୍ଥଳ ଭାଗ ସ୍ପର୍ଶ କଲାପରେ ଧୀରେ ଧୀରେ ଉତ୍ତର ଆଡ଼କୁ ଗତି କରିଥିଲା । ପୁରୀରେ ଫଣୀ ସ୍ଥଳଭାଗ ସ୍ପର୍ଶ କରିବାମାତ୍ରେ ୧୭୦ରୁ ୨୦୦ କିଲୋମିଟର ପ୍ରତିଘଣ୍ଟା ବେଗରେ ପବନ ବହିଥିଲା । ଅନେକ ଘରଦ୍ୱାର ଏବଂ ଗଛପତ୍ର ଭାଙ୍ଗିପଡିଥିଲା ।[13] ଏହାର ପ୍ରଭାବରେ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, କେନ୍ଦ୍ରାପଡ଼ା ଆଦି ଜିଲ୍ଲାରେ ଭୀଷଣ ପବନ ଓ ବର୍ଷା ଲାଗିରହିଥିଲା ।[14] ଅନେକ ନଦୀରେ ବନ୍ୟାର ଆଶଙ୍କା ଦେଖାଦେଇଥିଲା ।[4]
ଫଣୀ ବାତ୍ୟାରେ ଓଡ଼ିଶାର ୧୪ଟି ଜିଲ୍ଲାର ମୋଟ ୧ କୋଟି ୫୦ ଲକ୍ଷ ୯୪ ହଜାର ୩୨୧ଜଣ ଲୋକ ପ୍ରଭାବିତ ହୋଇଥିଲେ । ଏହି ଜିଲାଗୁଡ଼ିକ ହେଲା:- ପୁରୀ, ଖୋର୍ଦ୍ଧା, କଟକ, ଅନୁଗୋଳ, ବାଲେଶ୍ୱର, ଭଦ୍ରକ, ଢ଼େଙ୍କାନାଳ, ଜଗତ୍ସିଂହପୁର, ଯାଜପୁର, କେନ୍ଦ୍ରାପଡ଼ା, କେନ୍ଦୁଝର, ମୟୂରଭଞ୍ଜ ଓ ନୟାଗଡ଼ । ବାତ୍ୟାରେ ମୋଟ ୫ ଲକ୍ଷ ୮ ହଜାର ୪୬୭ଟି ଘର ଭାଙ୍ଗି ଯାଇଥିଲା ।
ପୁରୀ, ଖୋର୍ଦ୍ଧା ଏବଂ ଭୁବନେଶ୍ୱରର ଟେଲିକମ ସେବା ବାଧାପ୍ରାପ୍ତ ହୋଇଥିଲା ।[6]
୬୮ଟି ପଞ୍ଚାୟତ ସମିତିର ୧ ଲକ୍ଷ ୫୨ ହଜାର ୯୮୫ ହେକ୍ଟର ଚାଷଜମି ଏବଂ ୧୨ ହଜାର ୭୭୭ ହେକ୍ଟର ନଡ଼ିଆ, ଆମ୍ବ, ପଣସ, କଦଳୀ, ପାନବରଜ ଆଦି ବାରମାସୀ ଫସଲ ଉଜୁଡ଼ିଯାଇଥିଲା । ଏହି କ୍ଷତିର ମୂଲ୍ୟ ପାଖାପାଖି ୧୪୫ କୋଟି ଥିଲା ।[15] ହୋଟେଲ ଶିଳ୍ପର ୫୦୦ କୋଟି ଟଙ୍କାର କ୍ଷତି ଘଟିଥିଲା ।[16]
୧୯୯୯ ମସିହା ମହାବାତ୍ୟାର ଦୀର୍ଘ ୨୦ ବର୍ଷ ପରେ ଫଣୀ ରୂପକ ବାତ୍ୟା ଯୋଗୁଁ ଓଡ଼ିଶାର ରାଜଧାନୀ ଭୁବନେଶ୍ୱରରେ ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ହେଇଥିଲା ।[17]
ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଅନେକ କ୍ଷୟକ୍ଷତି ଯୋଗୁଁ ଏହାକୁ ମଇ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ କରାଯାଇଥିଲା ।[18][19] ଫଣୀ ଯୋଗୁଁ ଓଡ଼ିଶାର ସେସୁ ଶକ୍ତି ବିଭାଗରେ ୧୨୦୦ କୋଟି ଟଙ୍କାର କ୍ଷତି ହୋଇଥିଲାବେଳେ ୨୯ ଲକ୍ଷ ବ୍ୟକ୍ତି ବିଦ୍ୟୁତସେବାରୁ ବଞ୍ଚିତ ରହିଥିଲେ । ପ୍ରାୟ ୧୦,୦୦୦ରୁ ଅଧିକ ବିଦ୍ୟୁତ ଖୁଣ୍ଟି ଭାଙ୍ଗିଯାଇଥିଲା ।[20] ବାତ୍ୟା ପରେ ପାଣି ଏବଂ ବିଦ୍ୟୁତ ହିଁ ପ୍ରମୁଖ ସମସ୍ୟାରୂପେ ଉଭା ହୋଇଥିଲା । ଘଟଣାର ନଅ ଦିନପରେ ମଧ୍ୟ ରାଜଧାନୀ ଭୁବନେଶ୍ୱରରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ ରହିଥିଲା ।[21][22] ଅନେକ ଠେଲା ଏବଂ ଉଠାଦୋକାନୀଙ୍କର ଆର୍ଥିକ ଅବସ୍ଥା ଶୋଚନୀୟ ହୋଇଯାଇଥିଲା ।[23]
ପୁରୀ ଜିଲ୍ଲାର ପିପିଲିଠାରେ ଶହ ଶହ ବୃକ୍ଷଲତା ଉପୁଡ଼ି ପଡିଥିଲାବେଳେ ଅନେକ ଗୃହପାଳିତ ପଶୁଙ୍କର ପ୍ରାଣହାନୀ ତଥା ଅନେକଗୁଡ଼ିଏ କୁକୁଡ଼ା ଫାର୍ମ ମାଟିରେ ମିଶିଯାଇଥିଲା । ଅନେକ ୧୧ କେଭି ବିଦ୍ୟୁତ ଖୁଣ୍ଟି ଉପୁଡ଼ି ପଡିଥିଲା, ଟେଲିକମ ପ୍ରଦାନକାରୀ ସଂସ୍ଥା ବିଏସଏନଏଲର ଦୁଇଟି ଆଣ୍ଟିନା ନଷ୍ଟ ହୋଇଯାଇଥିଲା । ପିପିଲିରେ ତାଣ୍ଡବ ରଚାଇଲା ଫଣି,୧ମୃତ, ୩୦ରୁ ଉର୍ଦ୍ଧ ଆହତ।।ଶହ ଶହ ସଂଖ୍ୟାରେ ୧୧କେଭି ଲାଇନ ଖୁଣ୍ଟ, ୧୩ କେଭି ଲାଇନ ଖୁଣ୍ଟ ସମେତ ଏକ ହଜାରରୁ ଉର୍ଦ୍ଧ ଏଲ୍ଟି ଲାଇନ ଖୁଣ୍ଟ ସଂପୂର୍ଣ୍ଣ ଭାବେ ଭାଙ୍ଗି ଯାଇଛି । ରାସ୍ତା ସାରା ଛିଣ୍ଡା ବିଦ୍ୟୁତ ତାର ପଡିରହିଛି । କେତେକ ସ୍ଥାନରେ ବିଦ୍ୟୁତ ଟ୍ରାନ୍ସଫର୍ମର ମଧ୍ୟ ଉପୁଡି ପଡିଛି । ସମଗ୍ର ଅଞ୍ଚଳରେ ରାସ୍ତା ଉପରେ ବଡ଼ ବଡ଼ ଗଛ ପଡିରହିଥିବା ଯୋଗୁଁ ଯାତାୟତରେ ବ୍ୟାଘାତ ସୃଷ୍ଟି ହୋଇଛି । ତେବେ ସମସ୍ତ ଗ୍ରାମ୍ୟରାସ୍ତାରେ ପଡିଥିବା ଗଛ ଓ ବିଦ୍ୟୁତ୍ ଖୁଣ୍ଟି ହଟାଯାଇନଥିବାରୁ କୌଣସି ଗ୍ରାମକୁ ଯିବା ସମ୍ଭବପର ହେଉନାହିଁ ।[24]ପୁରୀ ଜିଲ୍ଲାରେ ମୋଟ ୧ ଲକ୍ଷ ୮୯ହଜାର ୯୫ଟି କଚ୍ଚା ଘର ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିଲା ।[6][25] [26] [27] ପୁରୀଠାରୁ ରାମଚଣ୍ଡୀ ପର୍ଯ୍ୟନ୍ତ ୭୪ ବର୍ଗକିଲୋମିଟର ସ୍ଥାନରେ ଥିବା ବାଲୁଖଣ୍ଡ ଅଭୟାରଣ୍ୟ କେବଳ ଥୁଣ୍ଟା ଗଛମାନଙ୍କର ମେଳି ପାଲଟିଛି ।[28] ୨୦୧୫ ମସିହାରେ ୭୨ କୋଟି ଟଙ୍କାରେ ୫୦୦ ବସ ରହିଲାଭଳି ନିର୍ମିତ ପୁରୀ ବସ ଷ୍ଟାଣ୍ଡର ପୁନରୁଦ୍ଧାର ପାଇଁ ୧୦ କୋଟି ଟଙ୍କାର ମରାମତି ଖର୍ଚ୍ଚ ଆକଳନ କରାଯାଇଥିଲା ।[29]
ତଳିଆ ଅଞ୍ଚଳରେ ବାତ୍ୟା ଆଶ୍ରୟସ୍ଥଳୀ ଗୁଡ଼ିକରେ ଥିବା ଆଶ୍ରୟୀମାନଙ୍କୁ ରିଲିଫ ବଣ୍ଟନ କରାଯାଇଥିଲା ।[30] ତାମିଲନାଡୁ ଏବଂ ଉତ୍ତରପ୍ରଦେଶ, ଉଭୟ ଓଡ଼ିଶାକୁ ୧୦ କୋଟି ଲେଖାଏଁ ପାଣ୍ଠିର ସହାୟତା ଘୋଷଣା କରିଥିଲେ ।[31] ପ୍ରଧାନମନ୍ତ୍ରୀ ଜାତୀୟ ସହାୟତା ରାଶି(PMNRF)ରୁ ଓଡ଼ିଶାକୁ ୧୩୪୧କୋଟି ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରିଥିବାବେଳେ ମହାରାଷ୍ଟ୍ର, ଛତିଶଗଡ଼, ଆନ୍ଧ୍ରପ୍ରଦେଶ, ତାମିଲନାଡୁ ସରକାର ପାଖାପାଖି ୧୦କୋଟି ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ଧର୍ମଗୁରୁ ଦଲାଇଲାମା ମଧ୍ୟ ୧୦ ଲକ୍ଷ ଟଙ୍କା ଆର୍ଥିକ ସହାୟତା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି।[32] ଏହା ଛଡ଼ା ସୋସିଆଲ ମିଡିଆ ଏବଂ ଅନ୍ୟାନ୍ୟ ମାଧ୍ୟମରେ ପ୍ରଚାର ଯୋଗୁଁ ବିଭିନ୍ନ ଉତ୍ସରୁ ମୁଖ୍ୟମନ୍ତ୍ରୀ ସହାୟତା ପାଣ୍ଠିକୁ ଅର୍ଥ ପ୍ରଦାନ କରାଯାଇଥିଲା । ଆଇଓସିଏଲ ତରଫରୁ ପୁରୀ ଜଗନ୍ନାଥ ମନ୍ଦିରକୁ ପାଞ୍ଚ କୋଟି ଦାନ କରାଯାଇଥିଲା ।[33]
ଅତି ପ୍ରଭାବିତ ୫ଟି ଜିଲ୍ଲାର ଅନ୍ତେବାସୀଙ୍କୁ ମାଗଣା ଚାଉଳ, ଟଙ୍କା ଏବଂ ପଲିଥିନ ପ୍ରଦାନ କରାଯାଇଥିଲା ।[6]
ବାତ୍ୟା ପରେ ଦେଶ ବିଦେଶରୁ ଅନେକ ମହଲରୁ ଭାରତର ପୂର୍ବତଟବାସୀଙ୍କ ପାଇଁ ସୁହାନୁଭୂତି ଜ୍ଞାପନ କରାଯାଇଥିଲା । ଓଡ଼ିଶାରେ ବାତ୍ୟାର ପୂର୍ବ ପ୍ରସ୍ତୁତିକୁ ମିଳିତ ଜାତିସଂଘ ତରଫରୁ ପ୍ରଶଂସା କରାଯାଇଥିଲା ।[34]
ଯାହାର ଫଣା ଥାଏ ତାହାକୁ “ଫଣୀ” ବୋଲି କୁହନ୍ତି । ଫଣୀ ହେଉଛି ନାଗ ବା ସାପର ଏକ ସମାନାର୍ଥ ।[35]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.