From Wikipedia, the free encyclopedia
ବିଭିନ୍ନ ଝଡ଼ ବା ବାତ୍ୟା ସତର୍କ କେନ୍ଦ୍ର ନିଜ ନିଜ ମଧ୍ୟରେ ଯୋଗାଯୋଗ ବେଳେ ଓ ସାଧାରଣ ଜନତାଙ୍କୁ ଆସନ୍ନ ବାତ୍ୟାର ସୂଚନା ଦେବାବେଳେ ସୁବିଧା ପାଇଁ, କ୍ରାନ୍ତୀୟ ଓ ଉପ-କ୍ରାନ୍ତୀୟ ଘୁର୍ଣ୍ଣିବାତ୍ୟାମାନଙ୍କର ନାମକରଣ କରାଯାଇଥାଏ । ଏକ ଅଞ୍ଚଳରେ ବାରମ୍ବାର ଘୁର୍ଣ୍ଣିବାତ୍ୟା ସୃଷ୍ଟି ହେଉଥିଲେ ଅଲଗା ଅଲଗା ନାମ ରଖିବାଦ୍ୱାରା ସେମାନଙ୍କ ସମ୍ପର୍କିତ ଭ୍ରାନ୍ତି ଦୂର ହୁଏ । ସାଧାରଣତଃ ବାତ୍ୟାରେ ପବନର ବେଗ ୩୩ ନଟ୍ସ୍ (୬୧ କି.ମି. ପ୍ରତି ଘଣ୍ଟା ବା ୩୮ ମାଇଲ୍ ପ୍ରତି ଘଣ୍ଟା) ଅତିକ୍ରମ କରି ଦୀର୍ଘ ସମୟ ପର୍ଯ୍ୟନ୍ତ ଏପରି ବେଗ ବଜାୟ ରଖିଲେ, ସେମାନଙ୍କ ନାମକରଣ କରାଯାଏ । ଯେଉଁ ବେସିନ୍ ବା ସାମୁଦ୍ରିକ ଉତ୍ସରୁ ଏମାନେ ସୃଷ୍ଟି ହୁଅନ୍ତି, ତାହା ଅନୁସାରେ ନାମକରଣ କରାଯାଏ । ବେଳେବେଳେ ଏହି ନାମକରଣ ସଂଜ୍ଞାରେ ବ୍ୟତିକ୍ରମ ଦେଖାଯାଏ : ଯଥା କେତେକ କ୍ରାନ୍ତୀୟ ବଳୟ ଘୁର୍ଣ୍ଣିବାତ୍ୟା ପଶ୍ଚିମ ପ୍ରଶାନ୍ତ ମହାସାଗରର ନାମକରଣ ତାଲିକା ବ୍ୟବହାର କରନ୍ତି । କ୍ରାନ୍ତୀୟ ବାତ୍ୟାର ବେଗ ବା ବଳ ଏକ ନିର୍ଦ୍ଦିଷ୍ଟ ବେଗ ପାର କରିବା ପରେ ଦକ୍ଷିଣ ଗୋଲାର୍ଦ୍ଧରେ ଏହା ନାମକରଣ ପାଇଁ ଯୋଗ୍ୟ ବିବେଚିତ ହୁଏ ।
ଏହି ପ୍ରସଙ୍ଗଟି ଅସମ୍ପୂର୍ଣ୍ଣ ଅଟେ । ଆପଣ ଏହାକୁ ସଂପୂର୍ଣ୍ଣ କରି ଉଇକିପିଡ଼ିଆକୁ ସମୃଦ୍ଧ କରିପାରିବେ । |
ନାମକରଣ ପ୍ରକ୍ରିୟାର ପ୍ରଚଳନ ପୂର୍ବରୁ କ୍ରାନ୍ତୀୟ ବାତ୍ୟାଗୁଡିକୁ ସେମାନେ ପ୍ରଭାବିତ କରୁଥିବା ସ୍ଥାନ, ବିଭିନ୍ନ ବସ୍ତୁ, ଘଟୁଥିବା ଦିନ ଅନୁସାରେ ସେମାନଙ୍କ ନାମ ରଖାଯାଉଥିଲା । ଅଷ୍ଟ୍ରେଲିଆର କ୍ୱିନ୍ସ୍ଲ୍ୟାଣ୍ଡ୍ ସରକାରୀ ପାଣିପାଗ ବିଭାଗର ପାଣିପାଗ ବିଜ୍ଞାନୀ କ୍ଲେମୋଁ ରାଗ୍ଗ୍ (Clement Wragge)ଙ୍କୁ ବାତ୍ୟା ନାମକରଣ ପ୍ରକ୍ରିୟାର ଶ୍ରେୟ ଯାଇପାରେ, ଯିଏ ୧୮୮୭ରୁ ୧୯୦୭ ମଧ୍ୟରେ ଅନେକ ବାତ୍ୟାଙ୍କୁ ବ୍ୟକ୍ତିଗତ ନାମ ଦେଇଥିଲେ । କ୍ଲେମୋଁ ଅବସର ନେବା ପରେ ଏପରି ନାମକରଣ ପଦ୍ଧତି ଅନେକ ବର୍ଷ ପର୍ଯ୍ୟନ୍ତ କେହି ବ୍ୟବହାର କଲେନାହିଁ । କିନ୍ତୁ ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ପଶ୍ଚିମ ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ପୁଣି ନାମକରଣ ଉପାୟ ବ୍ୟବହୃତ ହେବା ଆରମ୍ଭ ହେଲା । ପରବର୍ତ୍ତୀ ସମୟରେ ପୂର୍ବ, କେନ୍ଦ୍ର, ପଶ୍ଚିମ ଓ ଦକ୍ଷିଣ ପ୍ରଶାନ୍ତ ମହାସାଗରୀୟ, ଅଷ୍ଟ୍ରେଲୀୟ ଅଞ୍ଚଳ, ଆଟ୍ଲାଣ୍ଟିକ୍ ମହାସାଗରୀୟ ଓ ଭାରତୀୟ ମହାସାଗରୀୟ ବାତ୍ୟାମାନଙ୍କ ପାଇଁ ନାମକରଣ ପଦ୍ଧତି ସ୍ଥିରୀକୃତ ହେଲା ଏବଂ ବାତ୍ୟାମାନଙ୍କ ନାମ ତାଲିକା ପ୍ରକାଶ କରାଗଲା ।
କ୍ରାନ୍ତୀୟ ଘୂର୍ଣ୍ଣିବାତ୍ୟା ନାମକରଣ ସଂସ୍ଥା | |||
---|---|---|---|
ମହାସାଗର ଉତ୍ସ | ସଂସ୍ଥା ବା ଅନୁଷ୍ଠାନ | ଦାୟିତ୍ୱ ପରିସୀମା | |
ଉତ୍ତର ଆଟ୍ଲାଣ୍ଟିକ୍ ମହାସାଗର ପୂର୍ବ ପ୍ରଶାନ୍ତ ମହାସାଗର | ଯୁକ୍ତରାଷ୍ଟ୍ର ଆମେରିକା ଜାତୀୟ ହରିକେନ୍ କେନ୍ଦ୍ର | ବିଷୁବ ବୃତ୍ତର ଉତ୍ତରକୁ, ଆଫ୍ରିକୀୟ ଉପକୂଳ – ୧୪୦° ପଶ୍ଚିମ | [1] |
ମଧ୍ୟ ପ୍ରଶାନ୍ତ ମହାସାଗର | ଯୁକ୍ତରାଷ୍ଟ୍ର ଆମେରିକା ମଧ୍ୟ ପ୍ରଶାନ୍ତ ମହାସାଗରୀୟ ହରିକେନ୍ କେନ୍ଦ୍ର | ବିଷୁବ ବୃତ୍ତର ଉତ୍ତରକୁ, ୧୪୦° ପଶ୍ଚିମ – ୧୮୦° | [1] |
ପଶ୍ଚିମ ପ୍ରଶାନ୍ତ ମହାସାଗର | ଜାପାନ୍ ପାଣିପାଗ ବିଭାଗ PAGASA (ବେସରକାରୀ) | ବିଷୁବ ବୃତ୍ତ – ୬୦° ଉତ୍ତର, ୧୮୦ – ୧୦୦°ପୂ ୫°ଉ – ୨୧°ଉ, ୧୧୫°ପୂ – ୧୩୫°ପୂ | [2] [3] |
ଉତ୍ତର ଭାରତୀୟ ମହାସାଗର | ଭାରତୀୟ ପାଣିପାଗ ବିଭାଗ | ବିଷୁବ ବୃତ୍ତର ଉତ୍ତର ପଟକୁ, ୧୦୦°ପୂ – ୪୫°ପୂ | [4] |
ଦକ୍ଷିଣ-ପଶ୍ଚିମ ଭାରତୀୟ ମହାସାଗର | ମୌରିସିୟସ୍ ପାଣିପାଗ ସେବା ମାଡାଗାସ୍କାର୍ ପାଣିପାଗ | ବିଷୁବ ବୃତ୍ତ – ୪୦°ଦ, ୫୫°ପୂ – ୯୦°ପୂ ବିଷୁବ ବୃତ୍ତ – ୪୦°ଦ, ଆଫ୍ରିକୀୟ ଉପକୂଳ – ୫୫°ପୂ | [5] |
ଅଷ୍ଟ୍ରେଲୀୟ କ୍ରାନ୍ତୀୟ ଅଞ୍ଚଳ | ଇନ୍ଦୋନେସୀୟ ପାଣିପାଗ, ଜଳବାୟୁ ଓ ଭୂଭୌତିକ ବିଜ୍ଞାନ ବିଭାଗ ପାପୁଆ ନ୍ୟୁ ଗିନି ଜାତୀୟ ପାଣିପାଗ ସେବା ଅଷ୍ଟ୍ରେଲୀୟ ପାଣିପାଗ କାର୍ଯ୍ୟାଳୟ | ବିଷୁବ ବୃତ୍ତ – ୧୦° ଦ, ୯୦°ପୂ – ୧୪୧°ପୂ ବିଷୁବ ବୃତ୍ତ – ୧୦°ଦ, ୧୪୧°ପୂ – ୧୬୦°ପୂ ୧୦°ଦ – ୩୬°ଦ, ୯୦°ପୂ – ୧୬୦°ପୂ | [6] |
ଦକ୍ଷିଣ ପ୍ରଶାନ୍ତ ମହାସାଗର | ଫିଜି ପାଣିପାଗ ସେବା ନ୍ୟୁଜିଲ୍ୟାଣ୍ଡ୍ ପାଣିପାଗ ସେବା | ବିଷୁବ ବୃତ୍ତ – ୨୫°ଦ, ୧୬୦°ପୂ – ୧୨୦°ପ ୨୫°ଦ – ୪୦°ଦ, ୧୬୦°ପୂ – ୧୨୦°ପ | [6] |
ଦକ୍ଷିଣ ଆଟ୍ଲାଣ୍ଟିକ୍ ମହାସାଗର | ବ୍ରାଜିଲୀୟ ନୌସେନା ଜଳମାପକ କେନ୍ଦ୍ର (Unofficial) | ବିଷୁବ ବୃତ୍ତ – ୩୫°ଦ, ବ୍ରାଜିଲୀୟ ଉପକୂଳ – ୨୦°ପ | [7] |
ବର୍ତ୍ତମାନ ୧୧ଟି ସତର୍କ କେନ୍ଦ୍ର ମଧ୍ୟରୁ କୌଣସି ଏକ କେନ୍ଦ୍ର ଏହି ଘୁର୍ଣ୍ଣିବାତ୍ୟାର ନାମକରଣ କରିଥାଏ । ଏହି ନାମ ଘୁର୍ଣ୍ଣିବାତ୍ୟାର ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବ୍ୟବହାର କରାଯାଏ । ଘୂର୍ଣ୍ଣିବାତ୍ୟା ସହିତ ନାମ ସଂଲଗ୍ନ ହେବାଦ୍ୱାରା ଜଳବାୟୁ ପୂର୍ବାନୁମାନ, ସାଧାରଣ ଜନତାଙ୍କୁ ଦିଆଯାଉଥିବା ସୂଚନା, ସତର୍କ କେନ୍ଦ୍ରମାନଙ୍କ ମଧ୍ୟରେ ହେଉଥିବା ତଥ୍ୟ ଆଦାନପ୍ରଦାନ ଇତ୍ୟାଦିରେ ଏହି ନାମ ବ୍ୟବହାର କରାଯାଏ ଓ ସ୍ପଷ୍ଟ ବାର୍ତ୍ତା ପ୍ରଦାନ କରାଯାଏ । ଗୋଟିଏ ଅଞ୍ଚଳରୁ ଏକା ସମୟରେ ଏକାଧିକ ବାତ୍ୟା ବା ଝଡ଼ର ସମ୍ଭାବନା ଥିଲେ ନାମଦ୍ୱାରା ସଭିଙ୍କ ଦିଗ, ପ୍ରକାର ଇତ୍ୟାଦି ସ୍ପଷ୍ଟ ଭାବେ ଲୋକଙ୍କୁ ଜଣାଇ ଦିଆଯାଏ । ଝଡ଼ମାନଙ୍କ ନାମ ଏକ ପୂର୍ବରୁ ପ୍ରସ୍ତୁତ ହୋଇସାରିଥିବା ତାଲିକାରୁ ବଛାଯାଏ । ଘୁର୍ଣ୍ଣିବାତ୍ୟା ୧ ମିନିଟ୍, ୩ ମିନିଟ୍ ବା ୧୦ ମିନିଟ୍ ପାଇଁ ନିରନ୍ତର ଭାବେ ୬୫ କି.ମି. ପ୍ରତି ଘଣ୍ଟା/ ୪୦ ମାଇଲ୍ ପ୍ରତି ଘଣ୍ଟା ବେଗରେ ପ୍ରବାହିତ ହେଲେ ସେମାନଙ୍କ ନାମକରଣ ଆରମ୍ଭ ହୁଏ । ଏହି ବେଗର ମାପ ପ୍ରତି ମହାସାଗର ଓ ଏହାର ବିଭିନ୍ନ ଅଞ୍ଚଳ ପାଇଁ ଭିନ୍ନ ଭିନ୍ନ ହୋଇପାରେ । ପଶ୍ଚିମ ପ୍ରଶାନ୍ତ ମହାସାଗରରେ ଲଘୁଚାପ ଅତି ଘନୀଭୂତ ହୋଇ କ୍ରାନ୍ତୀୟ ବାତ୍ୟାରେ ପରିଣତ ନ ହେବା ଯାଏଁ ବା PAGASAର କ୍ଷେତ୍ରକୁ ପ୍ରବେଶ ନ କରିବା ପର୍ଯ୍ୟନ୍ତ ସେମାନଙ୍କୁ ନାମ ଦିଆଯାଏନାହିଁ । ଦକ୍ଷିଣ ଗୋଲାର୍ଦ୍ଧରେ ବାୟୁପ୍ରବାହ ଅତ୍ୟନ୍ତ ତୀବ୍ର ହେବାପରେ ଓ ଏହାର କେନ୍ଦ୍ରରେ ବଳ ଖୁବ୍ ଅଧିକ ହେଲେ ଏହାକୁ ନାମ ଦିଆଯାଏ ।
ବର୍ତ୍ତମାନର ନାମକରଣ ୧୯୭୯ ପରଠାରୁ ଆରମ୍ଭ ହୋଇଛି । ଏଥିରେ ଏକ ସ୍ତ୍ରୀ-ଲିଙ୍ଗୀୟ ନାମ ଓ ଏକ ପୁଂଲିଙ୍ଗୀୟ ନାମ କ୍ରମକ୍ରମ ବଦଳ କରି ଦିଆଯାଏ । ପୁଣି କେତେକ ସ୍ପାନ୍ୟାର୍ଡ୍ ଓ ଫରାସୀ ନାମ ମଧ୍ୟ ବ୍ୟବହାର କରାଯାଏ । କିଛି ବର୍ଷ ତଳେ କେବଳ ସ୍ତ୍ରୀ-ଲିଙ୍ଗବାଚୀ ନାମ ଦିଆଯାଉଥିଲା ।
୨୦୧୭ | |||||||||||
---|---|---|---|---|---|---|---|---|---|---|---|
ନାମସୂଚୀ | ଆର୍ଲିନ୍ | ବ୍ରେଟ୍ | ସିଣ୍ଡି | ଡ଼ନ୍ | ଏମିଲି | ଫ୍ରାଂକ୍ଲିନ୍ | ଗର୍ଟ୍ | ହାର୍ଭି | ଇର୍ମା | ଜୋସ୍ | କାତ୍ୟା |
ଲି | ମାରିଆ | ନାଟେ | ଓଫେଲିଆ | ଫିଲିପ୍ | ରୀନା | ସ୍ୟନ୍ | ଟ୍ୟାମି | ଭିନ୍ସେ | ୱିଟ୍ନି | ||
୨୦୧୮ | |||||||||||
ନାମସୂଚୀ | ଆଲ୍ବର୍ଟୋ | ବେରିଲ୍ | କ୍ରିସ୍ | ଡେବି | ଅର୍ନେଷ୍ଟୋ | ଫ୍ଲୋରେଂସ୍ | ଗୋର୍ଡନ୍ | ହେଲେନ୍ | ଆଇଜାକ୍ | ଜୋଏସ୍ | କିର୍କ୍ |
ଲେସ୍ଲି | ମାଇକେଲ୍ | ନାଦିନ୍ | ଓସ୍କାର୍ | ପ୍ୟାଟି | ରାଫାଏଲ୍ | ସାରା | ଟୋନି | ଭାଲେରି | ୱିଲିୟମ୍ | ||
୨୦୧୯ | |||||||||||
ନାମସୂଚୀ | ଆଣ୍ଡ୍ରିଆ | ବେରି | ସଣ୍ଟାଲ୍ | ଡୋରିଆନ୍ | ଏରିନ୍ | ଫର୍ନାଣ୍ଡ୍ | ଗାବ୍ରିଏଲ୍ | ହମ୍ବର୍ଟୋ | ଇମେଲ୍ଡା | ଜେରି | କ୍ୟାରେନ୍ |
ଲୋରେଞ୍ଜୋ | ମେଲିସା | ନେଷ୍ଟର୍ | ଓଲ୍ଗା | ପାବ୍ଲୋ | ରେବେକା | ସେବାଷ୍ଟିଏନ୍ | ତାନ୍ୟା | ଭ୍ୟାନ୍ | ୱେଣ୍ଡି | ||
୨୦୨୦ | |||||||||||
ନାମସୂଚୀ | ଆର୍ଥର୍ | ବର୍ଥା | ଖ୍ରୀଷ୍ଟୋବଲ୍ | ଡ଼ଲି | ଏଡୌୱାର୍ଡ୍ | ଫେ | ଗୋଞ୍ଜାଲୋ | ହେନ୍ନା | ଇସାଇଆସ୍ | ଜୋସେଫିନ୍ | କାଇଲ୍ |
ଲରା | ମାର୍କୋ | ନେନା | ଓମାର୍ | ପୌଲେଟ୍ | ରେନେ | ସେଲି | ଟେଡ଼ି | ଭିକି | ୱିଲ୍ଫ୍ରେଡ଼୍ | ||
୨୦୨୧ | |||||||||||
ନାମସୂଚୀ | ଏନା | ବିଲ୍ | କ୍ଲୌଡେଟ୍ | ଡ୍ୟାନି | ଏଲ୍ସା | ଫ୍ରେଡ୍ | ଗ୍ରେସ୍ | ହେନରି | ଇଡ଼ା | ଜୁଲିଆନ୍ | କେଟ୍ |
ଲ୍ୟାରି | ମିଣ୍ଡି | ନିକୋଲାସ୍ | ଓଡ଼େଟ୍ | ପିଟର୍ | ରୋଜ୍ | ସ୍ୟାମ୍ | ଟେରିସା | ଭିକ୍ଟର୍ | ୱାଣ୍ଡା | ||
୨୦୨୨ | |||||||||||
ନାମସୂଚୀ | ଆଲେକ୍ସ୍ | ବୋନି | କଲିନ୍ | ଡାନିଏଲ୍ | ଅର୍ଲ୍ | ଫିଓନା | ଗ୍ୟାଷ୍ଟୋନ୍ | ହର୍ମିନ୍ | ଇଆନ୍ | ଜୁଲିଆ | କାର୍ଲ୍ |
ଲିସା | ମାର୍ଟିନ୍ | ନିକୋଲ୍ | ଓୱେନ୍ | ପୌଲା | ରିଚାର୍ଡ୍ | ଶ୍ୟାରି | ଟୋବିଆସ୍ | ଭର୍ଜିନି | ୱାଲ୍ଟର୍ | ||
References:[1] |
ନାମସୂଚୀ | ନାମ ପ୍ରସ୍ତାବ ଦେଇଥିବା ଦେଶ | |||||||||
---|---|---|---|---|---|---|---|---|---|---|
ବଙ୍ଗଳାଦେଶ | ଭାରତ | ମାଳଦ୍ୱୀପ | ବ୍ରହ୍ମଦେଶ | ଓମାନ୍ | ପାକିସ୍ଥାନ | ଶ୍ରୀଲଙ୍କା | ଥାଇଲ୍ୟାଣ୍ଡ୍ | |||
୧ | ଓନିଲ୍ | ଅଗ୍ନି | ହିବାରୁ | ପ୍ୟାର୍ର | ବାଜ୍ | ଫାନୁସ୍ | ମାଲା | ମୁକଦା | ||
୨ | ଓଗ୍ନି | ଆକାଶ | ଗୋନୁ | ୟେମ୍ୟିନ୍ | ସିଦ୍ର୍ | ନର୍ଗିସ୍ | ରଶ୍ମୀ | ଖାଇମୁକ୍ | ||
୩ | ନିଶା | ବିଜ୍ଲି | ଆଇଲା | ଫୟାନ୍ | ୱାର୍ଦ | ଲୈଲା | ବାନ୍ଦୁ | ଫେତ୍ | ||
୪ | ଗିରି | ଜଳ | କେଇଲା | ଥାନେ | ମୁର୍ଜନ୍ | ନୀଲମ୍ | ଭିୟାରୁ | ଫାଇଲିନ୍ | ||
୫ | ହେଲେନ୍ | ଲେହେର୍ | ମାଡି | ନାନୌକ୍ | ହୁଡ୍ହୁଡ୍ | ନୀଲୋଫର୍ | ଅଶୋବା | କୋମେନ୍ | ||
୬ | ଚପଳ | ମେଘ | ରୋଆନୁ | ଖ୍ୟାନ୍ତ୍ | ନାଦା | ୱର୍ଧା | ମାରୁଥା | ମୋରା | ||
୭ | ଓକ୍ଷି | ସାଗର | ମେକୁନୁ | ଡାୟେ | ଲୁବନ୍ | ତିତ୍ଲି | ଗଜ | ଫେଥାଇ | ||
୮ | ଫଣୀ | ବାୟୁ | ହିକା | କ୍ୟାର୍ | ମହା | ବୁଲ୍ବୁଲ୍ | ପୱନ୍ | ଅମ୍ଫାନ୍ | ||
References:[8] |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.