୧୭ଶ ଲୋକ ସଭା ପାଇଁ ଭାରତୀୟ ନିର୍ବାଚନ From Wikipedia, the free encyclopedia
ଭାରତୀୟ ସାଧାରଣ ନିର୍ବାଚନ ୧୭ତମ ଲୋକ ସଭା ସଦସ୍ୟମାନଙ୍କୁ ନିର୍ବାଚିତ କରିବାକୁ ୨୦୧୯ ମସିହା ଅପ୍ରେଲ ମାସ ୧୧ ତାରିଖରୁ ଆରମ୍ଭ କରି ମଇ ମାସ ୧୯ ତାରିଖ ପର୍ଯ୍ୟନ୍ତ ସାତଟି ପର୍ଯ୍ୟାୟରେ ଅନୁଷ୍ଠିତ ହୋଇଥିଲା । ମଇ ମାସ ୨୩ ତାରିଖରେ ଭୋଟ ଗଣନା ହୋଇ ଫଳାଫଳ ପ୍ରକାଶ ପାଇଥିଲା ।[1][2]
| |||||||||||||||||||||||||
ଲୋକ ସଭାରେ ୫୪୩ଟି ସ୍ଥାନ ୨୭୨ seats needed for a majority | |||||||||||||||||||||||||
---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|---|
Opinion polls | |||||||||||||||||||||||||
| |||||||||||||||||||||||||
|
ବିଧାନ ସଭା ନିର୍ବାଚନ ମଧ୍ୟ ନିମ୍ନୋକ୍ତ ରାଜ୍ୟଗୁଡ଼ିକରେ ଏହି ସମୟରେ ଏକା ସାଙ୍ଗରେ ହୋଇଥିଲା: ଆନ୍ଧ୍ର ପ୍ରଦେଶ, ଅରୁଣାଞ୍ଚଳ ପ୍ରଦେଶ, ଓଡ଼ିଶା, ଜମ୍ମୁ ଓ କାଶ୍ମୀର ଏବଂ ସିକ୍କିମ ।[3] ଓଡ଼ିଶାରେ ଚାରୋଟି ପର୍ଯ୍ୟାୟରେ ୧୧, ୧୮, ୨୩ ଏବଂ ୨୯ ଅପ୍ରେଲ ମାସରେ ନିର୍ବାଚନ ହୋଇଥିଲା ।[4]
୫୪୩ ଜଣ ସାଂସଦଙ୍କୁ ଭାରତୀୟ ନାଗରିକଗଣ ଭୋଟ ଦେଇ ୫୪୩ଟି ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ନିର୍ବାଚିତ କରନ୍ତି । ବାକି ୨ ଜଣ ସାଂସଦଙ୍କୁ ଭାରତର ରାଷ୍ଟ୍ରପତି ଚାହିଁଲେ ଅଙ୍ଗ୍ଲୋ-ଇଣ୍ଡିଆନଙ୍କମଧ୍ୟରୁ ମନୋନୀତ କରନ୍ତି । [5][6]
ପୂର୍ବଥର ୧୬ଶ ଭାରତୀୟ ସାଧାରଣ ନିର୍ବାଚନ ଓଡ଼ିଶାରେ ଦୁଇଟି ପର୍ଯ୍ୟାୟରେ ହୋଇଥିଲାବେଳେ ଏହି ଥର ଏହା ସୁବିଧାରେ ପରିଚାଳନା କରିବାକୁ ଚାରୋଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବ ।[7] ଓଡ଼ିଶା ବିଧାନ ସଭା ନିର୍ବାଚନ ସୂଚୀ ଅଲଗା ଭାବରେ ପ୍ରକାଶ ପାଇବ ।[4][8]
ନିର୍ବାଚନ ପର୍ଯ୍ୟାୟ | ନିର୍ବାଚନ ତାରିଖ | ଲୋକ ସଭା ନିର୍ବାଚନ ମଣ୍ଡଳୀ |
---|---|---|
ପ୍ରଥମ | ୧୧ ଅପ୍ରେଲ ୨୦୧୯ | କଳାହାଣ୍ଡି |
ନବରଙ୍ଗପୁର | ||
ବ୍ରହ୍ମପୁର | ||
କୋରାପୁଟ | ||
ଦ୍ୱିତୀୟ | ୧୮ ଅପ୍ରେଲ ୨୦୧୯ | ବରଗଡ଼ |
ସୁନ୍ଦରଗଡ଼ | ||
ବଲାଙ୍ଗୀର | ||
କନ୍ଧମାଳ | ||
ଆସିକା | ||
ତୃତୀୟ | ୨୩ ଅପ୍ରେଲ ୨୦୧୯ | ସମ୍ବଲପୁର |
କେନ୍ଦୁଝର | ||
ଢେଙ୍କାନାଳ | ||
କଟକ | ||
ପୁରୀ | ||
ଭୁବନେଶ୍ୱର | ||
ଚତୁର୍ଥ | ୨୯ ଅପ୍ରେଲ ୨୦୧୯ | ମୟୂରଭଞ୍ଜ |
ବାଲେଶ୍ୱର | ||
ଭଦ୍ରକ | ||
ଯାଜପୁର | ||
କେନ୍ଦ୍ରାପଡ଼ା | ||
ଜଗତସିଂହପୁର |
ଭାରତର ଅନ୍ୟ ପ୍ରାନ୍ତଗୁଡ଼ିକ ସହ ଓଡ଼ିଶାର ମଧ୍ୟ ଲୋକ ସଭା ନିର୍ବାଚନ ଫଳାଫଳ ୨୩ ମଇ ୨୦୧୯ରେ ପ୍ରକାଶ ପାଇବ ।
ନିର୍ବାଚନ ହେଉଛନ୍ତି ଏକ ସ୍ୱାଧୀନ ସଂସ୍ଥା ଯିଏ କି ଭାରତରେ ନିର୍ବାଚନ ଆୟୋଜନ କରିଥାନ୍ତି ଏବଂ ଫଳାଫଳ ମଧ୍ୟ ଘୋଷଣା କରନ୍ତି ।
୨୦୧୯ ଲୋକ ସଭା ନିର୍ବାଚନ ନିର୍ଦ୍ଧାରିତ ସମୟରେ ହେବ ଏବଂ ଏଥିପାଇଁ ଭାରତୀୟ ନିର୍ବାଚନ କମିଶନ ସଂପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ବୋଲି ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କହିଥିଲେ ।[9]
ପୂର୍ବ ଲୋକ ସଭା ନିର୍ବାଚନ ଅପ୍ରେଲ-ମଇ ମାସ ୨୦୧୪ ମସିହାରେ ହୋଇଥିଲା । ଏହି ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ନେତୃତ୍ୱରେ ଏନଡିଏ ଜୟଲାଭ କରିଥିଲା । ଏହି ଦଳର ନେତାରୂପେ ନରେନ୍ଦ୍ର ମୋଦୀ ପ୍ରଧାନମନ୍ତ୍ରୀ ହୋଇଥିଲେ । ଇତିହାସରେ ଦେଖିବାକୁ ଗଲେ ଭାରତର ପ୍ରଥମ ଲୋକ ସଭା ନିର୍ବାଚନ ୧୯୫୧-୫୨ ମସିହାରେ ହୋଇଥିଲା ।
୨୦୧୯ ମସିହା, ଜାନୁୟାରୀ ୧୨ ତାରିଖରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜର ଦ୍ୱିତୀୟ ଥର ସରକାର ଗଢ଼ିବାକୁ ବିଜେପି ତରଫରୁ ନିର୍ବାଚନ ପ୍ରଚାର ଆରମ୍ଭ କରିଥିଲେ ।[10] ଏହା ପ୍ରାୟ ଜଣାଯାଉଛି ଯେ ବିଜେପି ହିନ୍ଦୁ-ଜାତୀୟତାକୁ ଗୂଢ଼କରି ନିର୍ବାଚନ ପ୍ରଚାର କରିବ ।[11][12]
ଠିକ ସେହିଦିନ ମାୟାବତୀ (ବହୁଜନ ସମାଜବାଦୀ ପାର୍ଟିର ସଭାପତି ) ଏବଂ ଅଖିଲେଶ ଯାଦବ (ସମାଜବାଦୀ ପାର୍ଟିର ସଭାପତି) ଏକ ଗଠବନ୍ଧନ କରି ଉତ୍ତର ପ୍ରଦେଶର ୮୦ଟି ଆସନରୁ ୭୬ଟିରେ ପ୍ରାଥୀ ଦେବେବୋଲି ଘୋଷଣା କରିଥିଲେ । ଅମେଥି ଏବଂ ରାଏବରେଲୀରୁ ରାହୁଲ ଗାନ୍ଧୀ ଏବଂ ସୋନିଆ ଗାନ୍ଧୀ ଛିଡ଼ା ହେଉଥିବାରୁ, ଏହି ଗଠବନ୍ଧନ ଏହି ଦୁଇ ସ୍ଥାନରେ ପ୍ରାଥୀ ଦେବନାହିଁ ବୋଲି ଘୋଷଣା କରିଥିଲେ ।[13]
ବେକାରୀ ସମସ୍ୟାରୁ ଆରମ୍ଭକରି ଚାଷୀ ଅସନ୍ତୋଷ ପର୍ଯ୍ୟନ୍ତ ଏହି ଲୋକ ସଭା ନିର୍ବାଚନରେ ଅନେକ ପ୍ରସଙ୍ଗ ରହିଛି । .
ଖାଦ୍ୟର ମୁଦ୍ରାସ୍ଫୀତି ହାର ହ୍ରାସ[14] ଏବଂ କୃଷି କ୍ଷେତ୍ରରେ କମ ଅଭିବୃଦ୍ଧି[15] ଚାଷବାସ କ୍ଷେତ୍ରରେ ଗଭୀର ଅସନ୍ତୋଷର କାରଣ ହୋଇଛି ।[16] ଏହି ଅସନ୍ତୋଷ ଯୋଗୁଁ ଦେଶସାରା ନାନାଦି ସ୍ଥାନରେ ଚାଷୀମାନେ ଧାରଣା ଏବଂ ଆନ୍ଦୋଳନ କରିଆସୁଛନ୍ତି ।[17][18] [19] [20] ଚାଷୀମାନଙ୍କୁ ସାହାଯ୍ୟ ପ୍ରଦାନ କରିବାକୁ ଯାଇ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର କୃଷିଜାତ ଦ୍ରବ୍ୟର ସର୍ବନିମ୍ନ ମୂଲ୍ୟ ବଢାଇଥିଲେ, ହେଲେ ଏହାକୁ ଅନେକ ସ୍ଥାନରୁ ସମାଲୋଚନା ମିଳିଥିଲା ।[21][22][23] [24][25] କେନ୍ଦ୍ରରେ ସରକାର ଗଢ଼ିଲେ, ଗରିବ ଚାଷୀମାନଙ୍କୁ କଂଗ୍ରେସ ବାର୍ଷିକ ୭୨,୦୦୦ ଦେବ ବୋଲି ତାଙ୍କର ନିର୍ବାଚନ ଇସ୍ତିହାରରେ ଘୋଷଣା କରିଛି ।[26]
ବେକାରୀ ସମସ୍ୟା ଭାରତରେ ଏବେ ଗମ୍ଭୀରତାର ରୂପ ନେଇଛି ।[27] ଗତ ୪୫ ବର୍ଷରେ ବର୍ତ୍ତମାନର ବେକାରୀ ହାର ସର୍ବାଧିକ ୬.୧% ହୋଇଛି ।[28][29][30] ନୋଟବନ୍ଦୀ ଯୋଗୁଁ ୧୫ ଲକ୍ଷ୍ୟ ବ୍ୟକ୍ତି ବେକାର ହୋଇଯାଇଥିଲେ । [31] ଜିଏସଟି ଯୋଗୁଁ ମଧ୍ୟ ବେକାରୀ ସଂଖ୍ୟାରେ ବୃଦ୍ଧି ଘଟିଥିଲା ।[32][33]
ବିରୋଧୀ ଦଳ ମତଦେଉଛନ୍ତି ଯେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ସରକାର, ଗଣତାନ୍ତ୍ରିକ ଅନୁଷ୍ଠାନ ଏବଂ ପ୍ରକ୍ରିୟାଗୁଡ଼ିକୁ ନଷ୍ଟ କରିବାରେ ଲାଗିଛି ।[34] ଜୁଡ଼ିସିଆରି, ନ୍ୟାୟତନ୍ତ୍ର[35][36], ସଂସଦ[35], ମିଡ଼ିଆ[35], ଭାରତୀୟ ରିଜର୍ଭ ବ୍ୟାଙ୍କ [37], ସିବିଆଇ[38][39] ଏବଂ ସୂଚନା ଅଧିକାର ଆଇନ[38] ସରକାରଙ୍କଦ୍ୱାରା ଅଣଦେଖା କରାଯାଉଛି ବୋଲି କୁହାଯାଉଛି । ଏହି ପ୍ରସଙ୍ଗନେଇ ବିରୋଧୀଦଳଗୁଡିକ ପ୍ରଚୁର ମାତ୍ରାରେ ନିର୍ବାଚନ ପ୍ରଚାର କରୁଛନ୍ତି ।[40]
ନରେନ୍ଦ୍ର ମୋଦୀ ଏବଂ ଅମିତ ଶାହାଙ୍କ ବିରୁଦ୍ଧରେ ତୃଣମୂଳ କଂଗ୍ରେସର ସଭାପତି ମମତା ବାନାର୍ଜୀ ୩ ଫେବୃୟାରୀ ୨୦୧୯ ଦିନ ପଶ୍ଚିମବଙ୍ଗଠାରେ ସମ୍ବିଧାନ ବଞ୍ଚାଅ ଧାରଣା ଦେଇଥିଲେ ।[41][42] ବିଜେପି ମତରେ ଏହି ଧାରଣା କେବଳ ଚିଟ ଫଣ୍ଡ ଦୁର୍ନୀତିଗ୍ରସ୍ତ ଲୋକଙ୍କୁ ପରଦାରେ ରଖିବାକୁ କରାଯାଇଥିଲା ।[43] ଭାରତୀୟ ଜାତୀୟ କଂଗ୍ରେସ, ଆମ ଆଦମୀ ପାର୍ଟି, ତେଲୁଗୁ ଦେଶମ ପାର୍ଟି, ରାଷ୍ଟ୍ରୀୟ ଜନତା ଦଳ, ଜମ୍ମୁ ଓ କାଶ୍ମୀର ଜାତୀୟ କନଫରେନ୍ସ, ଦ୍ରାବିଡ଼ ମୁନେତ୍ରା କାଗମ ଦଳଗୁଡ଼ିକ ମମତା ବାନାର୍ଜୀଙ୍କୁ ସମର୍ଥନ କରିଥିଲେ ।[44] ସୁପ୍ରିମକୋର୍ଟଙ୍କ ରାୟ ପରେ ଏହି ଧାରଣା ୫ ଫେବୃୟାରୀ ୨୦୧୯ ତାରିଖରେ ବନ୍ଦ ହୋଇଥିଲା ।[45]
ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରିବାକୁ ବିଜେପି ସମର୍ଥନ କରୁଅଛି । ଏହା ଦେଖାଯାଇଛି ଯେ ଦଳ ଏହି ପ୍ରସଙ୍ଗକୁ ନେଇ ଜୋରସୋରରେ ନିର୍ବାଚନ ପ୍ରଚାର କରିବ । ଏହା ଦେଖାଯାଇଛି ଯେ ନରେନ୍ଦ୍ର ମୋଦୀ ଏବଂ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଅଦିତ୍ୟନାଥ ହିନ୍ଦୁ ଭୋଟ ପାଇବା ଆଶାରେ ଏହି ମନ୍ଦିର ଗଢ଼ିବା ପ୍ରସଙ୍ଗ ଉଠାଉଛନ୍ତି ।[46][47] [48]
ବିରୋଧୀ ଦଳଗୁଡ଼ିକ ରାଫେଲ ବିମାନ କିଣା ଚୁକ୍ତିର ମୂଲ୍ୟବୃଦ୍ଧି ଏବଂ କେତେକ ନିର୍ଦ୍ଧିଷ୍ଟ କମ୍ପାନୀଗୁଡିକୁ ଅଧିକ ପକ୍ଷପାତ ହେଉଛି ବୋଲି ଆଙ୍ଗୁଳି ଉଠାଇଛନ୍ତି ।[49][50] ଅନ୍ୟ ପକ୍ଷ୍ୟରେ ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନ ଏହି ସବୁ ଆରୋପକୁ ଏଡ଼ାଇଦେଇଛନ୍ତି ।[51][52][53][54][55]
ଭାରତୀୟ ଜାତୀୟ କଂଗ୍ରେସ ଏକ ସାମୁହିକ ସଂସଦୀୟ କମିଟି ଗଠନ କରିବାକୁ ଦାବି କରିଛନ୍ତି । [56][57] ସିଏଜି ରିପୋର୍ଟ ହିସାବରେ କଂଗ୍ରେସ ସରକାର ଅମଳରେ ହୋଇଥିବା ରାଫାଲ ରାଜିନାମାଠାରୁ ଏନଡିଏ ସରକାରଙ୍କ ଅମଳରେ ହୋଇଥିବା ରାଫେଲ ମୂଲଚାଲ ୨.୮% ଶସ୍ତା ବୋଲି କୁହାଯାଇଛି ।[58]
ବେଆଇନ ଅନୁପ୍ରବେଶକାରୀମାନଙ୍କର ସଂଜ୍ଞା ପରିବର୍ତ୍ତନ କରିବାକୁ ସଂସଦ ନାଗରିକ ସଂଶୋଧନ ବିଲ ଜରିଆରେ ଚେଷ୍ଟା କରୁଛି ।.[59] ଭାରତର ଉତ୍ତର ପୂର୍ବ ରାଜ୍ୟଗୁଡ଼ିକରେ ମୁଖ୍ୟତଃ ଆସାମରେ ଏହା ବିରୁଦ୍ଧରେ ଆନ୍ଦୋଳନ ହୋଇଥିଲା ।[60][61][62]
ବି. ଦ୍ର. : ନିମ୍ନଲିଖିତ ତଥ୍ୟ କେବଳ କିଛି ନିର୍ଦ୍ଧିଷ୍ଟ ରାଜ୍ୟ ପାଇଁ ସମସ୍ତ ଦେଶର ତଥ୍ୟ ନୁଁହେ ।
ରାଷ୍ଟ୍ରୀୟ ଗଣତାନ୍ତ୍ରିକ ଗଠବନ୍ଧନରେ ଥିବା ଦଳଗୁଡିକ: [63]
ଦଳ | ରାଜ୍ୟ | ସ୍ଥାନ | |
---|---|---|---|
ଲଢ଼ିଥିଲେ | ଜିତିଥିଲେ | ||
ଭାରତୀୟ ଜନତା ପାର୍ଟି | ଅନେକ ରାଜ୍ୟ | ||
ଜନତା ଦଳ(ସଂଯୁକ୍ତ) | ବିହାର | ୧୭ | |
ଶିରୋମଣୀ ଅକାଳୀ ଦଳ | ପଞ୍ଜାବ | ୧୦ | |
ଲୋକ ଜନଶକ୍ତି ପାର୍ଟି | ବିହାର | ୬ | |
ଶିବ ସେନା[64] | ମହାରାଷ୍ଟ୍ର | ୨୩ | |
ଏଆଇଡିଏମକେ + ପିଏମକେ | ତାମିଲନାଡୁ ଏବଂ ପଣ୍ଡିଚେରୀ | ୩୫[65] |
ଟିକଟ ବଣ୍ଟାକୁ ହେଇଥିବା ବିବାଦ ଯୋଗୁଁ ଏହି ଦଳ, ଗଠବନ୍ଧନରୁ ୧୦ ଡିସେମ୍ବର ୨୦୧୮ରେ ବାହାରିଯାଇଥିଲା ।[66]
ନାଗରିକ ସଂଶୋଧନ ବିଲ ବିରୋଧରେ ଆନ୍ଦୋଳନ କରି ଏହି ଦଳ ଗଠବନ୍ଧନରୁ ଓହରି ଆସିଥିଲା ।[67]
ନିଜର ଦାବିଗୁଡ଼ିକ ପୁରଣନହେବାରୁ ଗୋର୍ଖା ଜନମୁକ୍ତି ମୋର୍ଚ୍ଚା ୨୧ ଜାନୁୟାରୀ ୨୦୧୯ରେ ଗଠବନ୍ଧନରୁ ବାହାରିଆସି ତୃତୀୟ ଗଠବନ୍ଧନରେ ଯୋଗଦାନ କରିଥଲେ ।[68]
ସଂଯୁକ୍ତ ପ୍ରଗତିଶୀଳ ଗଠବନ୍ଧନରେ ଥିବା ଦଳଗୁଡ଼ିକର ତାଲିକା:[69]
ଦଳ | ରାଜ୍ୟ | ସ୍ଥାନ | |
---|---|---|---|
ଲଢ଼ିଥିଲେ | ଜିତିଥିଲେ | ||
ଭାରତୀୟ ଜାତୀୟ କଂଗ୍ରେସ | ଅନେକ ରାଜ୍ୟ | ||
ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି | ଅନେକ ରାଜ୍ୟ | ୨୪ | |
ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା | ଝାଡ଼ଖଣ୍ଡ | ୪ | |
ଝାଡ଼ଖଣ୍ଡ ବିକାଶ ମୋର୍ଚ୍ଚା (ପ୍ରଜାତନ୍ତ୍ରୀକ) | ଝାଡ଼ଖଣ୍ଡ | ୨ | |
ଡିଏମକେ | ତାମିଲନାଡୁ | ୩୦[65] | |
ରାଷ୍ଟ୍ରୀୟ ଜନତା ଦଳ | ବିହାର |
ଦଳ | ରାଜ୍ୟ | ସ୍ଥାନ | |
---|---|---|---|
ଲଢ଼ିଥିଲେ | ଜିତିଥିଲେ | ||
ବହୁଜନ ସମାଜ ପାର୍ଟି [13] | ଅନେକ ରାଜ୍ୟ | ୬୮ | |
ସମାଜବାଦୀ ପାର୍ଟି [13] | ଅନେକ ରାଜ୍ୟ | ୪୧ | |
ରାଷ୍ଟ୍ରୀୟ ଲୋକ ଦଳ[70] | ଉତ୍ତରପ୍ରଦେଶ | ୩ |
ଓଡ଼ିଶାର ଲୋକ ସଭା ନିର୍ବାଚନ ମଣ୍ଡଳୀ ଗୁଡିକରେ ଛିଡାହୋଇଥିବା ବିଭିନ୍ନ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ।[71][72][73][74][75][76][77][78]
କ୍ରମାଙ୍କ | ଲୋକ ସଭା ନିର୍ବାଚନ ମଣ୍ଡଳୀ | ବିଜେତା | ବିଜୁ ଜନତା ଦଳ ପ୍ରାର୍ଥୀ | ଭାରତୀୟ ଜନତା ପାର୍ଟି ପ୍ରାର୍ଥୀ | ଭାରତୀୟ ଜାତୀୟ କଂଗ୍ରେସ ପ୍ରାର୍ଥୀ | ଅନ୍ୟାନ୍ୟ ଦଳ ପ୍ରାର୍ଥ | ସ୍ୱାଧୀନ ପ୍ରାର୍ଥ |
---|---|---|---|---|---|---|---|
୧ | ଆସ୍କା | ପ୍ରମିଳା ବିଶୋଇ | ପ୍ରମିଳା ବିଶୋଇ | ଅନିତା ପ୍ରିୟଦର୍ଶିନୀ | |||
୨ | କଟକ | ଭର୍ତ୍ତୃହରି ମହତାବ | ଭର୍ତ୍ତୃହରି ମହତାବ | ପ୍ରକାଶ ମିଶ୍ର | |||
୩ | କନ୍ଧମାଳ | ଅଚ୍ୟୁତ ସାମନ୍ତ | ଅଚ୍ୟୁତ ସାମନ୍ତ | ଐରଖାରବେଳ ସ୍ବାଇଁ | ମନୋଜ କୁମାର ଆଚାର୍ଯ୍ୟ | ||
୪ | କଳାହାଣ୍ଡି | ବସନ୍ତ କୁମାର ପଣ୍ଡା | ପୁଷ୍ପେନ୍ଦ୍ର ସିଂହଦେଓ | ବସନ୍ତ କୁମାର ପଣ୍ଡା | ଭକ୍ତ ଚରଣ ଦାସ | ||
୫ | କେନ୍ଦୁଝର (ସଂ) | ଚନ୍ଦ୍ରାଣି ମୁର୍ମୁ | ଚନ୍ଦ୍ରାଣି ମୁର୍ମୁ | ଅନନ୍ତ ନାୟକ | |||
୬ | କେନ୍ଦ୍ରାପଡ଼ା | ଅନୁଭବ ମହାନ୍ତି | ଅନୁଭବ ମହାନ୍ତି | ବୈଜୟନ୍ତ ପଣ୍ଡା | |||
୭ | କୋରାପୁଟ(ସଂ) | ସପ୍ତଗିରି ଶଙ୍କର ଉଲ୍ଲାକା | କୌଶଲ୍ୟା ହିକ୍କା | ଜୟରାମ ପାଙ୍ଗି | ସପ୍ତଗିରି ଶଙ୍କର ଉଲ୍ଲାକା | ||
୮ | ଜଗତସିଂହପୁର | ରାଜଶ୍ରୀ ମଲ୍ଲିକ | ରାଜଶ୍ରୀ ମଲ୍ଲିକ | ||||
୯ | ଢେଙ୍କାନାଳ | ମହେଶ ସାହୁ | ମହେଶ ସାହୁ | ରୁଦ୍ର ନାରାୟଣ ପାଣି | କାମାକ୍ଷାପ୍ରସାଦ ସିଂଦେଓ[79] | ||
୧୦ | ନବରଙ୍ଗପୁର(ସଂ) | ରମେଶ ଚନ୍ଦ୍ର ମାଝି | ରମେଶ ଚନ୍ଦ୍ର ମାଝି | ବଳଭଦ୍ର ମାଝି | ପ୍ରଦୀପ ମାଝି | ||
୧୧ | ପୁରୀ | ପିନାକୀ ମିଶ୍ର | ପିନାକୀ ମିଶ୍ର | ସମ୍ବିତ ପାତ୍ର | |||
୧୨ | ବରଗଡ଼ | ସୁରେଶ ପୂଜାରୀ | ପ୍ରସନ୍ନ ଆଚାର୍ଯ୍ୟ | ସୁରେଶ ପୂଜାରୀ | ପ୍ରଦୀପ କୁମାର ଦେବତା | ||
୧୩ | ବଲାଙ୍ଗୀର | ସଙ୍ଗୀତା କୁମାରୀ ସିଂହଦେଓ | କଳିକେଶ ନାରାୟଣ ସିଂହଦେଓ | ସଙ୍ଗୀତା କୁମାରୀ ସିଂହଦେଓ | |||
୧୪ | ବାଲେଶ୍ୱର | ପ୍ରତାପ ଷଡ଼ଙ୍ଗୀ | ରବୀନ୍ଦ୍ର ଜେନା | ପ୍ରତାପ ଷଡ଼ଙ୍ଗୀ | |||
୧୫ | ବ୍ରହ୍ମପୁର | ଚନ୍ଦ୍ରଶେଖର ସାହୁ | ଚନ୍ଦ୍ରଶେଖର ସାହୁ | ବ୍ରୁଘୁ ବକ୍ସିପାତ୍ର | ଭି ଚନ୍ଦ୍ରଶେଖର ନାଇଡୁ | ||
୧୬ | ଭଦ୍ରକ | ମଞ୍ଜୁଲତା ମଣ୍ଡଳ | ମଞ୍ଜୁଲତା ମଣ୍ଡଳ | ଅଭିମନ୍ୟୁ ସେଠୀ | |||
୧୭ | ଭୁବନେଶ୍ୱର | ଅପରାଜିତା ଷଡ଼ଙ୍ଗୀ | ଅରୂପ ପଟ୍ଟନାୟକ | ଅପରାଜିତା ଷଡ଼ଙ୍ଗୀ | |||
୧୮ | ମୟୁରଭଞ୍ଜ | ବିଶ୍ୱେଶ୍ୱର ଟୁଡ଼ୁ | ଦେବାଶିଷ ମାରାଣ୍ଡି | ବିଶ୍ୱେଶ୍ୱର ଟୁଡ଼ୁ | |||
୧୯ | ଯାଜପୁର | ଶର୍ମିଷ୍ଠା ସେଠୀ | ଶର୍ମିଷ୍ଠା ସେଠୀ | ଅମିୟ ମଲ୍ଲିକ | |||
୨୦ | ସମ୍ବଲପୁର | ନୀତେଶ ଗଙ୍ଗ ଦେବ | ନଳିନୀ ପ୍ରଧାନ | ନୀତେଶ ଗଙ୍ଗ ଦେବ | ଶରତ ପଟ୍ଟନାୟକ | ||
୨୧ | ସୁନ୍ଦରଗଡ଼ (ସଂ) | ଜୁଏଲ ଓରାମ | ସୁନୀତା ବିଶ୍ୱାଳ | ଜୁଏଲ ଓରାମ | ଜର୍ଜ ତିର୍କୀ |
(ସଂ): ଅନୁସୂଚିତ ଜାତି ବା ଜନଜାତି ସଂରକ୍ଷିତ ଆସନ
ଆଗାମୀ ଲୋକ ସଭା ନିର୍ବାଚନକୁ ଦୃଷ୍ଟିରେ ରଖି ଅନେକ ସଂସ୍ଥା ଜନମତ ସର୍ବେକ୍ଷଣ ନେଇ ଲୋକମାନଙ୍କର ମତ ଆଗୁଆ ଜାଣିବାକୁ ଚେଷ୍ଟା କରୁଛନ୍ତି । ସେହି ସବୁ ସର୍ବେକ୍ଷଣର ଫଳାଫଳ ନିମ୍ନରେ ଦର୍ଶାଗଲା । ଗତ ୨୦୧୪ ନିର୍ବାଚନରୁ ଜାନୁୟାରୀ ୨୦୧୯ ଯାଏଁ ଏହି ତଥ୍ୟ ଅନ୍ତର୍ଭୁକ୍ତ । [80]
Date published | Polling agency | Others | Leadα | Majority | |||
---|---|---|---|---|---|---|---|
NDA | UPA | ||||||
ଫେବୃୟାରୀ ୨୦୧୯ | VDP Associates | ୨୪୨ | ୧୪୮ | ୧୫୩ | ୯୪ | ଝୁଲା | |
Jan 2019 | Times Now-VMR | 252 | 147 | 144 | 105 | Hung | |
Jan 2019 | Deccan Herald | 160-175 | 180-200 | 160-180 | 40-5 | Hung | |
Jan 2019 | ABP News -Cvoter Archived 2019-04-29 at the Wayback Machine. | 233 | 167 | 143 | 66 | Hung | |
Jan 2019 | India Today -Karvy | 237 | 166 | 140 | 67 | Hung | |
Jan 2019 | VDP Associates | 225 | 167 | 150 | 58 | Hung | |
Dec 2018 | India Today | 257 | 146 | 140 | 111 | Hung | |
Dec 2018 | ABP News - C Voter Archived 2019-09-15 at the Wayback Machine. | 247 | 171 | 125 | 76 | Hung | |
Dec 2018 | India TV - CNX | 281 | 124 | 138 | 157 | 9 | |
Nov 2018 | ABP News - C Voter Archived 2019-04-29 at the Wayback Machine. | 261 | 119 | 163 | 142 | Hung | |
Oct 2018 | ABP News-CSDS Archived 2019-04-29 at the Wayback Machine. | 276 | 112 | 155 | 164 | 4 | |
Aug 2018 | India Today- Karvy | 281 | 122 | 140 | 159 | 9 | |
May 2018 | ABP News-CSDS | 274 | 164 | 105 | 110 | 2 | |
Jan 2018 | Republic-CVoter Archived 2018-06-29 at the Wayback Machine. | 335 | 89 | 119 | 246 | 63 | |
Jan 2018 | India Today | 309 | 102 | 132 | 207 | 37 | |
Aug 2017 | India Today | 349 | 75 | 119 | 276 | 77 | |
Jan 2017 | India Today | 370 | 60 | 123 | 310 | 98 | |
Aug 2016 | India Today | 304 | 94 | 145 | 210 | 32 | |
Feb 2016 | India Today | 286 | 110 | 147 | 176 | 14 | |
Aug 2015 | India Today | 288 | 81 | 174 | 207 | 16 | |
April–May 2014 | General election results | 336 | 60 | 113 | 276 | 64 | |
ମଇ ୨୦୧୯ | ରିପବ୍ଲିକ ଏବଂ ସି ଭୋଟର | ୨୮୭ | ୧୨୮ | ୧୨୭ | ୧୫୯ | ||
ଟାଇମସ ନାଓ ଏବଂ ଭିଏମଆର୍ | ୩୯୬ | ୧୩୨ | ୧୦୪ | ୨୬୪ | |||
ଜନ କି ବାତ୍ | ୩୦୫ | ୧୨୪ | ୧୧୩ | ୧୮୧ | |||
ଚାଣକ୍ୟ | ୩୪୦ | ୭୦ | ୧୩୩ | ୨୦୭ | |||
ଆଜତକ୍ ଆକ୍ସିସ୍ ଇଣ୍ଡିଆ | ୧୭୫-୧୮୮ | ୭୩-୯୬ | ୩୭-୫୨ | ୧୦୨-୧୧୫ |
ଓଡ଼ିଶାର ୨୧ଟି ଆସନରେ ହୋଇଥିବା ଏକଜିଟ ପୋଲ:[81]
ସଂସ୍ଥାର ନାମ | ବିଜେଡି | ବିଜେପି | କଂଗ୍ରେସ + |
---|---|---|---|
ସମ୍ବାଦ-କନକ ନ୍ୟୁଜ୍ | <୧୦ | ୦୮-୧୨ | ୦୦ |
ରିପବ୍ଲିକ -ସି ଭୋଟର | ୧୦ | ୧୧ | ୦୦ |
ଏନଡିଟିଭି ପୋଲସ ଅଫ ପୋଲ | ୧୦ | ୧୦ | ୦୧ |
ଜନ କି ବାତ୍ | ୦୮ | ୧୨ | ୦୧ |
ଟାଇମସ ନାଓ ଭିଏମଆର୍ | ୦୮ | ୧୨ | ୦୧ |
ଇଣ୍ଡିଆଟିଭି | ୧୫ | ୦୬ | ୦୦ |
ନିର୍ବାଚନ ପରେ ଜଣାପଡ଼ିବ ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.