From Wikipedia, the free encyclopedia
ଅପରାଜିତା ଷଡ଼ଙ୍ଗୀ (ଜନ୍ମ ୮ ଅକ୍ଟୋବର, ୧୯୬୯) ଜଣେ ଭାରତୀୟ ରାଜନେତ୍ରୀ ଅଟନ୍ତି । ସେ ୨୦୧୯ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ ।[2][3] ୧୯୯୪ ମସିହା ଆଇଏଏସ ବା ସର୍ବଭାରତୀୟ ପ୍ରଶାସନିକ ସେବା ବ୍ୟାଚର ସେ ସଦସ୍ୟା ଥିଲେ । ସେ ନିଜର ପ୍ରଶାସନିକ ସେବାରୁ ଅବସର ନେଇ ୨୦୧୮ ମସିହା ନଭେମ୍ବର ମାସ ୨୭ ତାରିଖରେ ବିଜେପିରେ ଯୋଗଦାନ କରିଥିଲେ ।[4][5] ନିର୍ବାଚନରେ ବିଜୁ ଜନତା ଦଳର ଅରୂପ ପଟ୍ଟନାୟକ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦୀ ଥିଲେ ।[6]
ଅପରାଜିତା ଷଡ଼ଙ୍ଗୀ | |
---|---|
ଲୋକ ସଭା ସଦସ୍ୟ | |
ନିର୍ବାଚନ ମଣ୍ଡଳୀ | ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀ |
Incumbent | |
Assumed office ୨୦୧୯ | |
ପୂର୍ବ ଅଧିକାରୀ | ପ୍ରସନ୍ନ କୁମାର ପାଟ୍ଟଶାଣୀ |
ବ୍ୟକ୍ତିଗତ ସବିଶେଷ | |
ଜନ୍ମ | ମୁଜାଫରପୁର, ବିହାର, ଭାରତ | ଅକ୍ଟୋବର ୮, ୧୯୬୯
ଜାତୀୟତା | ଭାରତୀୟ |
ରାଜନୀତିକ ଦଳ | Bharatiya Janata Party |
ଜୀବନ ସାଥୀ | ସନ୍ତୋଷ କୁମାର ଷଡ଼ଙ୍ଗୀ[1] |
ସନ୍ତାନ | ୨ |
ବୃତ୍ତି | ରାଜନେତ୍ରୀ, ପୂର୍ବ ପ୍ରଶାସନ କର୍ମଚାରୀ |
ବିହାର ରାଜ୍ୟର ଭାଗଲପୁର ଜିଲ୍ଲାରେ ଅପରାଜିତାଙ୍କ ଜନ୍ମଗ୍ରହଣ କରିଥିଲେ । ତାଙ୍କର ଉଭୟ ମାତାପିତା ଶିକ୍ଷକ ଥିଲେ । ଅପରାଜିତା ନିଜ ପୁରା ଛାତ୍ରୀ ଜୀବନରେ ବହୁମୁଖୀ ପ୍ରତିଭାର ଅଧିକାରୀଣି ଥିଲେ, ସ୍କୁଲ, କଲେଜରେ ଟପର୍ ମଧ୍ୟ ଥିଲେ । ନିଜ ମହାବିଦ୍ୟାଳୟରେ ଲାଗାତାର ତିନି ବର୍ଷ ଶ୍ରେଷ୍ଠ ନଟ୍ୟକାର ପୁରସ୍କାର ବିଜେତା, ସେହିପରି ନୂଆଦିଲ୍ଲୀରେ ଇଣ୍ଡିଆନ୍ କାଉନସିଲ ଅଫ ୱାର୍ଲଡ ଆଫାୟାର୍ସଦ୍ୱାରା ଆୟୋଜିତ ସର୍ବଭାରତୀୟ ବତ୍କୃତା ପ୍ରତିଯ଼ୋଗିତାରେ ଶ୍ରେଷ୍ଠ ବକ୍ତା ଭାବେ ସମ୍ମାନିତ ହୋଇଥିଲେ ।[7]
ନିଜର ପ୍ରଥମ ପ୍ରଚେଷ୍ଟାରେ ହିଁ ସେ ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷା ୧୯୯୪ ମସିହାରେ କୃତକାର୍ଯ୍ୟ ହୋଇଥିଲେ । ଉତ୍ତରାଖଣ୍ଡର ମସୁରିଠାରେ ତାଲିମ ନେବା ସମୟରେ ସେ ସନ୍ତୋଷ ଷଡ଼ଙ୍ଗୀଙ୍କୁ ଭେଟିଥିଲେ ଏବଂ ପରେ ବିବାହ କରିଥିଲେ ।[8] ତାଙ୍କର ଦୁଇଟି ସନ୍ତାନ ଅଛନ୍ତି । ସେ ଭୁବନେଶ୍ୱରର ଆଇଆରସି ଭିଲେଜରେ ବାସ କରନ୍ତି ।[2]
୧୯୯୪ ମସିହାରେ ସେ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳରେ ଉପ-ଜିଲ୍ଲାପାଳ ରୂପେ ନିଯୁକ୍ତି ପାଇଥିଲେ । ସେ ଖୋର୍ଦ୍ଧା, କୋରାପୁଟ, ନୟାଗଡ଼ ଏବଂ ବରଗଡ଼ ଜିଲ୍ଲାର ଜିଲ୍ଲାପାଳ ରୂପେ ମଧ୍ୟ ଦାୟିତ୍ୱ ତୁଲାଇଥିଲେ ।[7]
୨୦୦୬ରୁ ୨୦୦୯ ମସିହା ପର୍ଯ୍ୟନ୍ତ ସେ ଭୁବନେଶ୍ୱର ମ୍ୟୁନସିପାଲ କମିଶନର ଭାବରେ ମଧ୍ୟ କାମ କରିଥିଲେ । ଏହି ଅବଧିରେ ରାଜଧାନୀର ସୌନ୍ଦର୍ଯ୍ୟକରଣ ଏବଂ ଉଠାଦୋକାନୀମାନଙ୍କ ପାଇଁ ଭେଣ୍ଡିଂଜୋନ ବ୍ୟବସ୍ଥା କାର୍ଯ୍ୟକାରୀ କରିଥିଲେ ।
୨୦୧୦ ମସିହାରେ ଗଣଶିକ୍ଷା ବିଭାଗରେ ସେ ରାଜ୍ୟ ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ । ଏହି ସମୟରେ ସେ ବିଦ୍ୟାଳୟରେ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ପାଇଁ ଗଣବେଶ ଲାଗୁ, ସମୟାନୁବର୍ତ୍ତିତାକୁ କଡ଼ାକଡ଼ି କରିବା ସହିତ ଅଚାନକ କୌଣସି ବିଦ୍ୟାଳୟ ପରିଦର୍ଶନରେ ଯାଇ ଯାଞ୍ଚପରଖ କରୁଥିଲେ ।
୨୦୧୪ ମସିହାରୁ ୨୦୧୮ ମସିହା ଅଗଷ୍ଟ ମାସ ପର୍ଯ୍ୟନ୍ତ ଜାତୀୟ ସ୍ତରରେ ଗ୍ରାମୀଣ ବିକାଶ ମନ୍ତ୍ରାଳୟର ସେ ଯୁକ୍ତ ସଚିବ ଭାବରେ ପାଞ୍ଚ ବର୍ଷ ଧରି କାମ କରିଥିଲେ ।[9][2][10]
ସେ ନିଜର ଚାକିରିରୁ ସ୍ୱେଚ୍ଛାକୃତ ଅବସର ଗ୍ରହଣ କରି ୨୭ ନଭେମ୍ବର ୨୦୧୮ରେ ବିଜେପିରେ ଯୋଗଦାନ କରି ନିଜର ରାଜନୈତିକ ଜୀବନ ପ୍ରାରମ୍ଭ କରିଥିଲେ ।[4] ସେ ୨୦୧୯ ଲୋକ ସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟି ତରଫରୁ ଭୁବନେଶ୍ୱର ଆସନ ପାଇଁ ଛିଡ଼ା ହୋଇ ଜୟଯୁକ୍ତ ହୋଇଥିଲେ ।[2][3] ପରେ ତାଙ୍କୁ ସଂସଦୀୟ କମିଟିର ସଦସ୍ୟ ଭାବରେ ନିଯୁକ୍ତ କରାଯାଇଥିଲା।[11] ତାଙ୍କୁ ଭାରତୀୟ ଜନତା ପାର୍ଟିର ମୁଖପାତ୍ର ଭାବେ ମଧ୍ୟ ନିଯୁକ୍ତ କରାଯାଇଥିଲା।[12]
୨୦୨୪ ଭାରତୀୟ ସାଧାରଣ ନିର୍ବାଚନରେ, ସେ ପୁଣିଥରେ ଭୁବନେଶ୍ୱର ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ବିଜେପିର ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିଥିଲେ ।[13] ଏହି ନିର୍ବାଚନରେ, ସେ ସମୁଦାୟ ୫,୧୨,୧୫୨ ଖଣ୍ଡ ଭୋଟ ପାଇଥିଲେ ଏବଂ ବିଜେଡି ପ୍ରାର୍ଥୀ ମନ୍ମଥ କୁମାର ରାଉତରାୟ ୩୫,୧୫୨ ଖଣ୍ଡ ଭୋଟରେ ପରାସ୍ତ କରିଥିଲେ ।[14]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.