ଲଭ୍ ମାଷ୍ଟର
୨୦୧୨ର ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ଲଭ୍ ମାଷ୍ଟର ୨୦୧୨ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲା ଅଭିନେତ୍ରୀ ଅପରାଜିତା ମହାନ୍ତି । ଅଭିନେତା ଉତ୍ତମ ମହାନ୍ତି ଏହି କଥାଚିତ୍ରଟିର କାହଣୀ ରଚନା କରିଥିଲେ ଓ ବାପୁ ଗୋସ୍ୱାମୀ ଏହାର ସଂଳାପ ରଚନା କରିଥିଲେ । ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ହିମାଂଶୁ ପରିଜା ।[1]
Quick Facts ଲଭ ମାଷ୍ଟର, ନିର୍ଦ୍ଦେଶକ ...
ଲଭ ମାଷ୍ଟର | |
---|---|
ନିର୍ଦ୍ଦେଶକ | ହିମାଂଶୁ ପରିଜା |
ପ୍ରଯୋଜକ | ଅପରାଜିତା ମହାନ୍ତି |
ସଂଳାପ | ବାପୁ ଗୋସ୍ୱାମୀ, |
କାହାଣୀ | ଉତ୍ତମ ମହାନ୍ତି |
କଳାକାର | ବାବୁଶାନ୍, ରିୟା ଦେ, ପୁନମ ମିଶ୍ର, ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସମରେଶ୍ ରାଉତ୍ରାଏ, ପିଣ୍ଟୁ ନନ୍ଦ, ମିନକେତନ ଦାସ |
ସଙ୍ଗୀତ | ଅଭିଜିତ ମଜୁମଦାର |
ଚିତ୍ରଗ୍ରହଣ | ଧୃବାନନ୍ଦ ପଣ୍ଡା |
ସମ୍ପାଦକ | ସୁଶାନ୍ତ ମଣି |
ମୁକ୍ତିଲାଭ ତାରିଖ | ୧୯ ଅକ୍ଟୋବର ୨୦୧୨ |
କଥାଚିତ୍ରର ସମୟ | ୧୫୪ ମିନିଟ୍ |
ଦେଶ | ଭାରତ |
ଭାଷା | ଓଡ଼ିଆ |
Close
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ବାବୁଶାନ୍, ରିୟା ଦେ ଓ ପୁନମ ମିଶ୍ର ।[2] ମିହିର ଦାସ, ଉତ୍ତମ ମହାନ୍ତି, ଅପରାଜିତା ମହାନ୍ତି, ସମରେଶ ରାଉତରାୟ, ପିଣ୍ଟୁ ନନ୍ଦ, ମୀନକେତନ, ଜୀବନ ପଣ୍ଡା, ସରୋଜ ଦାସ। ସଲିଲ୍ ମିତ୍ର, ସ୍ମିତା ମହାନ୍ତି, କନକ ପଣ୍ଡା, ବିଦୁସ୍ମିତା, ରବି ମିଶ୍ର, ଦେବାଶିଷ ପାତ୍ର ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ଏହି କଥାଚିତ୍ରଟି ୨୦୧୨ ମସିହା ଅକ୍ଟୋବର ମାସରେ ମୁକ୍ତିଲାଭ କରିଥିଲା ।