ପିଣ୍ଟୁ ନନ୍ଦ
ଓଡ଼ିଆ କଥାଚିତ୍ର ଅଭିନେତା / From Wikipedia, the free encyclopedia
ପିଣ୍ଟୁ ନନ୍ଦ (୭ ଜୁଲାଇ ୧୯୭୭ - ୧ ମାର୍ଚ୍ଚ ୨୦୨୩), ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ୧୯୯୬ରେ କୋଇଲି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ । ଏହାପରେ ସେ ରାମ ଲକ୍ଷ୍ମଣ, ତୋ ଆଖି ମୋ ଆଇନା, ରଙ୍ଗ୍ ନମ୍ବର, ବାହୁଡ଼ିବେ ମୋ ଜଗା ବଳିଆ, ଓଃ ମାଇଁ ଲଭ୍, ଆଇ ଲଭ୍ ୟୁ, ଆଇ ଲଭ୍ ମାଇଁ ଇଣ୍ଡିଆ, ପ୍ରେମ ରୋଗୀ, ଜୟ ଜଗନ୍ନାଥ, ନନ୍ଦିନୀ ଆଇ ଲଭ୍ ୟୁ, ମିତରେ ମିତ, ମୁଁ କ'ଣ ଏତେ ଖରାପ, ସ୍ୱୟଂସିଦ୍ଧା, ପହିଲି ରଜ, ପ୍ରେମ ଅଢ଼େଇ ଅକ୍ଷର, ଦୋସ୍ତି, ଶପଥ, ଗୁଡ୍ ବୟ, ଲଭ୍ ମାଷ୍ଟର, ହରି ଓମ ହର, ଡାହା ବାଳୁଙ୍ଗା, ସୁନାପିଲା- ଟିକେ ସ୍କୃ ଢିଲା ଆଦି କଥାଚିତ୍ରରେ ଅଭିନୟ କରିଥିଲେ ।[1] ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ପିଣ୍ଟୁ ଓଡ଼ିଆ ଧାରାବାହିକ ଶଙ୍ଖା ସିନ୍ଦୂର ଆଦିରେ ଅଭିନୟ କରିଥିଲେ । ଏଥିସହ ସେ ଗୃହଲକ୍ଷ୍ମୀ ଭଳି କିଛି ଦୂରଦର୍ଶନ କାର୍ଯ୍ୟକ୍ରମର ଉପସ୍ଥାପକ ଭାବରେ କାର୍ଯ୍ୟ କରିଥିଲେ ।
Quick Facts ପିଣ୍ଟୁ ନନ୍ଦ, ଜନ୍ମ ...
ପିଣ୍ଟୁ ନନ୍ଦ | |
---|---|
ଜନ୍ମ | ପିଣ୍ଟୁ ନନ୍ଦ (1977-07-07)୭ ଜୁଲାଇ ୧୯୭୭
|
ମୃତ୍ୟୁ | ୧ ମାର୍ଚ୍ଚ ୨୦୨୩(2023-03-01) (ବୟସ ୪୫) |
ବୃତ୍ତି | (ଓଡ଼ିଆ) ଅଭିନେତା |
ସକ୍ରିୟ ବର୍ଷ | ୧୯୯୬[1] - ୨୦୨୩ |
ପିତାମାତା(s) | ଅଶୋକ କୁମାର ନନ୍ଦ କାନ୍ତିଲତା ନନ୍ଦ |
ସମ୍ପର୍କୀୟ | ଅଭିରାମ ନନ୍ଦ (ଭାଇ) |
Close