ଓ ମାଇଁ ଲଭ୍
୨୦୦୫ର ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ଓ ମାଇଁ ଲଭ୍ ୨୦୦୫ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର ।[1] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ପ୍ରଭାଂସୁ ସାମନ୍ତରାୟ । ସଞ୍ଜୟ ନାୟକ ଏହି କଥାଚିତ୍ରଟିର କାହାଣୀ ଓ ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[2]
Quick Facts ଓ ମାଇଁ ଲଭ୍, ନିର୍ଦ୍ଦେଶକ ...
ଓ ମାଇଁ ଲଭ୍ | |
---|---|
ନିର୍ଦ୍ଦେଶକ | ସଞ୍ଜୟ ନାୟକ |
ପ୍ରଯୋଜକ | ପ୍ରଭାଂସୁ ସାମନ୍ତରାୟ |
ସଂଳାପ | ସଞ୍ଜୟ ନାୟକ |
ଚିତ୍ରନାଟ୍ୟ | ସଞ୍ଜୟ ନାୟକ |
କାହାଣୀ | ସଞ୍ଜୟ ନାୟକ |
କଳାକାର | ରାଜଦୀପ ଅର୍ଚ୍ଚିତା ସାହୁ ପିଣ୍ଟୁ ନନ୍ଦ ହରିହର ମହାପାତ୍ର କୁନା ତ୍ରିପାଠୀ ବିଜୟ ମହାନ୍ତି ତନ୍ଦ୍ରା ରାୟ |
ସଙ୍ଗୀତ | ମଳୟ ମିଶ୍ର |
ଚିତ୍ରଗ୍ରହଣ | ରଞ୍ଜନ |
ସମ୍ପାଦକ | ବିଶ୍ୱନାଥ ରାଓ |
ମୁକ୍ତିଲାଭ ତାରିଖ | ୨୦୦୫ |
ଦେଶ | ଭାରତ |
ଭାଷା | ଓଡ଼ିଆ |
Close
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ରାଜଦୀପ ଏବଂ ଅର୍ଚ୍ଚିତା ସାହୁ ।[3] ଅର୍ଚ୍ଚିତା ଏହି କଥାଚିତ୍ର ଜରିଆରେ ଓଡ଼ିଆ କଥାଚିତ୍ର ଜଗତରେ ପ୍ରବେଶ କରିଥିଲେ ।[4][5] ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, କୁନା ତ୍ରିପାଠୀ, ବିଜୟ ମହାନ୍ତି, ପ୍ରେମାଞ୍ଜନ ପରିଡ଼ା, ତନ୍ଦ୍ରା ରାୟ, ଗ୍ଲୋରିଆ ମହାନ୍ତି ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।