![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/35/Harihar_Mohapatra.jpg/640px-Harihar_Mohapatra.jpg&w=640&q=50)
ହରିହର ମହାପାତ୍ର (ଅଭିନେତା)
ଓଡ଼ିଆ ଅଭିନେତା / From Wikipedia, the free encyclopedia
ହରିହର ମହାପାତ୍ର, ଜଣେ ଜଣାଶୁଣା ଓଡ଼ିଆ ଅଭିନେତା ।[2] ବ୍ୟଙ୍ଗ ଅଭିନୟ ପାଇଁ ସେ ବିଶେଷ ଭାବରେ ପରିଚିତ । ଚଳଚ୍ଚିତ୍ର ବ୍ୟତିତ ରଙ୍ଗମଞ୍ଚ ଓ ଦୂରଦର୍ଶନରେ ମଧ୍ୟ ସେ ଅଭିନୟ ଓ ନିର୍ଦ୍ଦେଶନା କରନ୍ତି ।
Quick Facts ହରିହର ମହାପାତ୍ର, ଜନ୍ମ ...
ହରିହର ମହାପାତ୍ର | |
---|---|
![]() | |
ଜନ୍ମ | (1975-12-23) ୨୩ ଡିସେମ୍ବର ୧୯୭୫ (ବୟସ ୪୮) |
ଜାତୀୟତା | ![]() |
ଶିକ୍ଷାନୁଷ୍ଠାନ | ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ |
ପ୍ରସିଦ୍ଧି | ଅଭିନେତା |
ବୈବାହିକ-ସାଥୀ | ମୋନାଲିସା ମହାପାତ୍ର |
ସନ୍ତାନ | ତାବିସି ତନୟା ମହାପାତ୍ର[1] |
ପିତାମାତା | ଭଗବାନ ମହାପାତ୍ର ପାର୍ବତୀ ମହାପାତ୍ର |
ଦସ୍ତଖତ | |
![]() |
Close
ହରିହର ମହାପାତ୍ର, ୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ଭଦ୍ରକ ଜିଲ୍ଲାର ଭଣ୍ଡାରିପୋଖରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଭଗବାନ ମହାପାତ୍ର ଓ ମାତାଙ୍କ ନାମ ପାର୍ବତୀ ମହାପାତ୍ର ଅଟେ । ପିଲାଦିନରୁ ତାଙ୍କର ନାଟକ ଓ ଅଭିନୟ ପ୍ରତି ଦୂର୍ବଳତା ରହିଥିଲା । ସେ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ, ଅଭିନୟ ବିଷୟରେ ଶିକ୍ଷାଗ୍ରହଣ କରିଛନ୍ତି । ୧୯୯୦ ମସିହାରୁ, ସେ ଅଭିନୟକୁ ନିଜର ପେଷାଭାବରେ ଗ୍ରହଣ କରିଛନ୍ତି ।[3]