୨୦୧୦ର ଓଡ଼ିଆ କଥାଚିତ୍ର From Wikipedia, the free encyclopedia
ପହିଲି ରଜ, ୨୦୧୦ରେ ମୁକ୍ତିଲାଭ କରିଥିବା ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ନିରଞ୍ଜନ ରଣା ।[1] ଗୀତାଞ୍ଜଳୀ ରଣା ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ଡଃ ରଜନୀ ରଞ୍ଜନ ଏହି କଥାଚିତ୍ରଟିର ସଂଳାପ ଏବଂ ଚିତ୍ରନାଟ୍ୟ ରଚନା କରିଥିଲେ । ତାପସ ସରଘରିଆ ଏହି କଥାଚିତ୍ରଟିର ନିର୍ଦ୍ଦେଶନା ଦେଇଥିଲେ ।[2]
ପହିଲି ରଜ | |
---|---|
ନିର୍ଦ୍ଦେଶକ | ତାପସ ସରଘରିଆ |
ପ୍ରଯୋଜକ | ନିରଞ୍ଜନ ରଣା |
ସଂଳାପ | ରଜନୀ ରଞ୍ଜନ |
ଚିତ୍ରନାଟ୍ୟ | ଡଃ ରଜନୀ ରଞ୍ଜନ |
କାହାଣୀ | ଗୀତାଞ୍ଜଳୀ ରଣା |
କଳାକାର | ସିଦ୍ଧାନ୍ତ ମହାପାତ୍ର, ଅନୁ ଚୌଧୁରୀ, ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ମୀନକେତନ, ଦେବୁ ବୋଷ |
ସଙ୍ଗୀତ | ରବିନାରାୟଣ ନନ୍ଦ |
ମୁକ୍ତିଲାଭ ତାରିଖ | ୭ ଜୁଲାଇ ୨୦୧୦ |
ଦେଶ | ଭାରତ |
ଭାଷା | ଓଡ଼ିଆ |
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ ସିଦ୍ଧାନ୍ତ ମହାପାତ୍ର ଏବଂ ଅନୁ ଚୌଧୁରୀ । ମିହିର ଦାସ, ପ୍ରିୟଙ୍କା ମହାପାତ୍ର, ମୀନକେତନ, ଦେବୁ ବୋଷ, ସରୋଜ ଦାସ, ହାଡ଼ୁ, ହରିହର ମହାପାତ୍ର, ପିଣ୍ଟୁ ନନ୍ଦ, ଦେବାଶିଷ ପାତ୍ର, ଜୟୀରାମ ସାମଲ, ବ୍ରଜ ସିଂହ, ସୁମନ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ । ସ୍ୱରାଜ ବାରିକ, ନିକି, ସୀମ୍ରନ୍, ଖୁସି ଆଦି ଶିଶୁ କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।
ଏହି କଥାଚିତ୍ରଟିର ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ରବିନାରାୟଣ ନନ୍ଦ । ଦେବଦାସ ଛୋଟରାୟ ଏବଂ ପଞ୍ଜାନନ ନାୟକ ଏହି କଥାଚିତ୍ରଟିର ଗୀତଗୁଡ଼ିକ ରଚନା କରିଥିଲେ । କୁମାର ବାପି, ଗୋବିନ୍ଦ ଚନ୍ଦ୍ର, ପାମେଲା ଜୈନ, ମାମୁନ୍, ତପୁ ମିଶ୍ର, ଉଦିତ ନାରାୟଣ, ମାନସ ପ୍ରୀତମ, ସୁଲଗ୍ନା ଆଦି କଣ୍ଠଶିଳ୍ପୀମାନେ ଏହି କଥାଚିତ୍ରଟିର କଣ୍ଠଦାନ କରିଥିଲେ ।
କ୍ରମ | ଗୀତ | ସମୟ |
---|---|---|
1. | "କେମିତ ସଖି ତୁ" | |
2. | "ସପନର ଆର ପାରି ଗାଁ" | |
3. | "ଯୋଡ଼ି ମହୁରୀ ଦିଅ ଲୋ" | |
4. | "ଆଇଲାରେ ପହିଲି ରଜ" | |
5. | "ଆଖି ବୁଜିଲି" |
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.