ବାବୁଶାନ୍
ଓଡ଼ିଆ ଅଭିନେତା / From Wikipedia, the free encyclopedia
ତନ୍ମୟ ମହାନ୍ତି (ଜନ୍ମ: ୩୦ ଜୁଲାଇ ୧୯୯୦; ମଞ୍ଚନାମ ବାବୁଶାନ୍) ଜଣେ ଓଡ଼ିଆ କଥାଚିତ୍ର ଅଭିନେତା ।[2] ସେ ଓଡ଼ିଆ କଥାଚିତ୍ର ଜଗତରେ ଜଣେ ଅଭିନେତା, ଗୀତ ଲେଖକ, ପ୍ରଚ୍ଛଦପଟ ଗାୟକ ଭାବରେ କାମ କରୁଛନ୍ତି । ସେ ଅଭିନେତା ଉତ୍ତମ ମହାନ୍ତି ଓ ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କ ପୁଅ ଅଟନ୍ତି ।
Quick Facts ବାବୁଶାନ୍ ମହାନ୍ତି, ଜନ୍ମ ...
ବାବୁଶାନ୍ ମହାନ୍ତି | |
---|---|
ଜନ୍ମ | ତନ୍ମୟ ମହାନ୍ତି (1989-07-30) ଜୁଲାଇ ୩୦, ୧୯୮୯ (ବୟସ ୩୪)[1] |
ଶିକ୍ଷାନୁଷ୍ଠାନ | କିଟ୍ ବିଶ୍ୱବିଦ୍ୟାଳୟ |
ବୃତ୍ତି(ସମୂହ) | ଅଭିନେତା, ପ୍ରଚ୍ଛଦପଟ ଗାୟକ, ଗୀତିକାର |
ସକ୍ରିୟ ବର୍ଷ | ୨୦୦୯ - ଏବେଯାଏଁ |
ବୈବାହିକ-ସାଥୀ | ତ୍ରୁପ୍ତୀ ସତପଥୀ |
ପିତାମାତା(s) | ଉତ୍ତମ ମହାନ୍ତି ଅପରାଜିତା ମହାନ୍ତି |
ୱେବସାଇଟ | www.babusanmohanty.com |
Close
ବାବୁଶାନ୍ଙ୍କୁ ତାଙ୍କ ପିତାମାତା ଜଣେ ସଫଳ ପ୍ରଚ୍ଛଦପଟ ଗାୟକ ରୂପେ ଗଢ଼ି ତୋଳିବାକୁ ଚାହୁଁଥିଲେ । ସେଥିପାଇଁ ସେ ପ୍ରଶିକ୍ଷଣ ମଧ୍ୟ ନେଇଥିଲେ । ଓଡ଼ିଆ କଥାଚିତ୍ର ନିର୍ଦ୍ଦେଶକ ହର ପଟ୍ଟନାୟକ ତାଙ୍କୁ ପ୍ରଥମେ ରୋମିଓ ଚଳଚ୍ଚିତ୍ରରେ ନାୟକ ରୂପେ ଅଭିନୟ କରିବାର ସୁଯୋଗ ଦେଇଥିଲେ । ମାତ୍ର ଏହି ଚଳଚ୍ଚିତ୍ରଟି ସେତେଟା ସଫଳ ହୋଇନଥିଲା ।[1]
୨୦୧୭ ମସିହାରେ ଓଡ଼ିଆ କଥାଚିତ୍ର ଜଗତ ପାଇଁ ପ୍ରଯୋଜନା ଆରମ୍ଭ କରିଥିଲେ ବାବୁଶାନ୍ । ସୁନାପିଲା- ଟିକେ ସ୍କୃ ଢିଲା ଚଳଚ୍ଚିତ୍ରରେ ସେ ନାୟକ ଏବଂ ପ୍ରଥମ ପ୍ରଯୋଜକ ସାଜିଥିଲେ ।[3]
ସୁପର ମିଛୁଆ ହେଉଛି ବାବୁଶାନ୍ଙ୍କର ସବୁଠୁ ବେଶୀ ପାରିଶ୍ରମିକ ମିଳିଥିବା ଓଡ଼ିଆ ଫିଲ୍ମ ।[4]