![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/e/e9/HematuriaGross.jpg/640px-HematuriaGross.jpg&w=640&q=50)
ରକ୍ତମେହ
From Wikipedia, the free encyclopedia
ରକ୍ତମେହ ବା ହେମାଚୁରିଆ (ଇଂରାଜୀ ଭାଷାରେ hematuria) ରୋଗରେ ମୂତ୍ରରେ ରକ୍ତ ଥାଏ, ବିଶେଷ ଭାବରେ ଲାଲ ରକ୍ତ କଣିକାର ଉପସ୍ଥିତି ଲକ୍ଷ କରାଯାଏ | [2] ଯନ୍ତ୍ରଣା ଉପସ୍ଥିତ ଥାଇପାରେ କିମ୍ବା ନ ଥାଇପାରେ | [2] ମୂତ୍ରରେ ରକ୍ତ ଜମାଟ ମଧ୍ୟ ହୋଇପାରେ। [2]
Hematuria | |
---|---|
Haematuria, erythrocyturia,[1] blood in the urine | |
![]() Visible hematuria | |
ବିଭାଗ | Nephrology, urology |
କାରଣ | Glomerular: Nephrotic syndrome, membranoproliferative glomerulonephritis, IgA nephropathy, Alport syndrome[2] Non glomerular: Urinary tract infections, prostatitis, fever, cancer, kidney stones, exercise, and bleeding problems.[2] |
ରୋଗ ନିର୍ଣ୍ଣୟ ପଦ୍ଧତି | Urinalysis, urine microscopy, medical imaging, cystoscopy, kidney biopsy[2] |
ସଠିକ ରୋଗ ନିର୍ଣ୍ଣୟ | Vaginal bleeding, gastrointestinal bleeding, certain medication or foods[3] |
ଚିକିତ୍ସା | Depends on cause[2] |
ପୁନଃପୌନିକ | Common[2] |
ବୃକ୍କର ଗ୍ଲୋମେରୁଲସ୍ ଜଡ଼ିତ ହେବା ଉପରେ ଏହାର କାରଣଗୁଡିକ ବିଭକ୍ତ କରାଯାଏ | [2] ଯେଉଁମାନେ ଗ୍ଲୋମେରୁଲସ୍ ସହିତ ଜଡ଼ିତ ଥିବା ରୋଗ ଗୁଡ଼ିକ: ନେଫ୍ରୋଟିକ୍ ସିଣ୍ଡ୍ରୋମ, ମେମ୍ବ୍ରାନୋପ୍ରୋଲିଫରେଟିଭ୍ ଗ୍ଲୋମେରୁଲୋନେଫ୍ରାଇଟିସ୍, ଆଲପୋର୍ଟ ସିଣ୍ଡ୍ରୋମ ଏବଂ ଆଇଜିଏ ନେଫ୍ରୋପାଥି ଅନ୍ତର୍ଭୁକ୍ତ । [2] ଗ୍ଲୋମେରୁଲସ୍ ସହିତ ଜଡ଼ିତ ନଥିବା କାରଣଗୁଡ଼ିକ ମଧ୍ୟରେ ମୂତ୍ରନଳୀ ସଂକ୍ରମଣ, ପ୍ରୋଷ୍ଟାଟାଇଟିସ୍, ଜ୍ୱର, କର୍କଟ, ବୃକ୍କ ପଥର, ବ୍ୟାୟାମ ଏବଂ ରକ୍ତସ୍ରାବ ସମସ୍ୟା ଅନ୍ତର୍ଭୁକ୍ତ। [2] ଯୋନୀ ରକ୍ତସ୍ରାବ, ଖାଦ୍ୟନଳୀ ରକ୍ତସ୍ରାବ, ଏବଂ କିଛି ଔଷଧ କିମ୍ବା ପରିସ୍ରାକୁ ଲାଲ କରିଦେଉଥିବା ଖାଦ୍ୟ ଯୋଗୁ ମୂତ୍ର ଲାଲ ଦେଖାଯାଏ କିନ୍ତୁ ସେଥିରେ ରକ୍ତ ମିଶ୍ରିତ ହୋଇନଥାଏ | [3]
ପରିସ୍ରା ଅନୁଶୀଳନ କରି ରୋଗ ନିର୍ଣ୍ଣୟ ସାଧାରଣତଃ କରାଯାଏ ଓ ଅଣୁବୀକ୍ଷଣ ଯନ୍ତ ସାହାଯ୍ୟରେ ମୂତ୍ର ପରୀକ୍ଷା କରି ସମର୍ଥନ କରାଯାଏ | [2] ମୂତ୍ରରେ ପ୍ରୋଟିନ କିମ୍ବା ଲାଲ ରକ୍ତ କଣିକାର ଉପସ୍ଥିତି ଯୋଗୁ ଗ୍ଲୋମେରୁଲାର ଜଡ଼ିତ ଥିବା ସୂଚାଇପାରେ | [2] ବୃକ୍କ ପଥର, ସିଷ୍ଟ କିମ୍ବା ଗୋଟାଳି ଉପସ୍ଥିତି ପାଇଁ ମେଡିକାଲ୍ ଇମେଜିଙ୍ଗ୍ ଉପଯୋଗୀ ହୋଇପାରେ | [2] ସିସ୍ଟୋସ୍କୋପି (Cystoscopy) ସାହାଯ୍ୟରେ ମୂତ୍ରାଶୟ କର୍କଟ ରୋଗ ଚିହ୍ନଟ ଉପଯୋଗୀ ହୋଇପାରେ । [2] ଗ୍ଲୋମେରୁଲାର କାରଣ ଥିବା ବ୍ୟକ୍ତିଙ୍କ ପାଇଁ ବୃକ୍କ ବାୟୋପ୍ସି ଉପଯୋଗୀ ହୋଇପାରେ। [2]
ମୂଳ କାରଣ ଉପରେ ଚିକିତ୍ସା ନିର୍ଭର କରେ | [2] ଅନ୍ୟ କୌଣସି ଲକ୍ଷଣ ନଥାଇ ପରିସ୍ରାରେ ରକ୍ତ ଯଦି ଆସେ ଏବଂ ଯାଏ ଏବଂ କୌଣସି ଲକ୍ଷଣ ନଥାଏ, ତେବେ ସାଧାରଣ ପରୀକ୍ଷା କରି ତାହାର ଅନୁଶୀଳନ କରିବା ଯଥେଷ୍ଟ ହୁଏ । [2] ଗୁରୁତ୍ୱପୂର୍ଣ୍ଣ ରକ୍ତସ୍ରାବ ହେଉଥିଲେ ଇଣ୍ଟରଭେନସନାଲ ରେଡିଓଲୋଜି ସାହାଯ୍ୟ ନିଆଯାଏ | [2] ମୂତ୍ରରେ ରକ୍ତ ପଡ଼ିବା ଏକ ସାଧାରଣ କାରଣ ଯାହା ନିମନ୍ତେ ଲୋକମାନେ ସ୍ୱାସ୍ଥ୍ୟସେବା ଚାହାଁନ୍ତି। [2]