From Wikipedia, the free encyclopedia
ଯୋନୀପଥ ରକ୍ତସ୍ରାବ କୁହାଯାଏ ଯେତେବେଳେ ଯୋନୀପଥରୁ ଯେ କୌଣସି ରକ୍ତସ୍ରାବ ହୁଏ । ଏହା ସାଧାରଣ କିମ୍ବା ଅସ୍ୱାଭାବିକ ଏହି ଦୁଇ ଭାଗରେ ବର୍ଗୀକୃତ ହୋଇଛି । [3] ସନ୍ତାନ ପ୍ରସବକ୍ଷମ ମହିଳାମାନଙ୍କଠାରେ ସାଧାରଣଃ ପ୍ରତ୍ୟେକ ୨୪ରୁ ୩୮ ଦିନରେ ଯୋନୀ ରକ୍ତସ୍ରାବ ହୁଏ ଓ ପ୍ରତ୍ୟେକ ଥର ଏହା ୪.୫ରୁ ୮ଦିନ ପର୍ଯ୍ୟନ୍ତ ରହିଥାଏ ଏବଂ ଫଳସ୍ୱରୂପ ୫ ମିଲି ୮୦ ମିଲି ରକ୍ତ ନଷ୍ଟ ହୋଇଯାଏ ।[4] [5] ସନ୍ତାନ ପ୍ରସବକ୍ଷମ ମହିଳାମାନଙ୍କର ଅତ୍ୟଧିକ ରକ୍ତସ୍ରାବ ହେଲେ, ଦୁଇ ଅବଧି ମଧ୍ୟରେ ହେଲେ, ବାରମ୍ବାର ହେଲେ, ଦୀର୍ଘ ସମୟ ଧରି ହେଲେ ବା ଯୌନ ସଙ୍ଗମ ସମୟରେ ରକ୍ତସ୍ରାବ ହେଲେ ତାହାକୁ ଅସ୍ୱାଭାବିକ ରକ୍ତସ୍ରାବ କୁହାଯାଏ । [4] [6]
Vaginal bleeding | |
---|---|
Uterine bleeding[1] | |
ବିଭାଗ | Gynecology, obstetrics |
କାରଣ | Before puberty: Trauma, tumors, foreign objects[2] Early pregnancy: Implantation, miscarriage, ectopic pregnancy, subchorionic bleeding Later pregnancy: Placenta previa, placenta accreta, placental abruption[2] After menopause: Atrophic vaginitis, thyroid problems, cancer of the female reproductive tract[2] |
ଯୌବନ ପୂର୍ବରୁ, ଗର୍ଭାବସ୍ଥାରେ ଏବଂ ଋତୁବନ୍ଦ ପରେ ରକ୍ତସ୍ରାବକୁ ସାଧାରଣତଃ ଅସ୍ୱାଭାବିକ କୁହାଯାଏ | [7] ଆଘାତ, ଅର୍ବୁଦ ବା ଯୋନୀପଥରେ କୌଣସି ପଦାର୍ଥ ଥିଲେ ଯୌବନ ପୂର୍ବରୁ ରକ୍ତସ୍ରାବ ହୋଇପାରେ | [2] ପ୍ରତିରୋପଣ, ସ୍ୱତଃ ଗର୍ଭପାତ, ଅଥାନ ଗର୍ଭଧାରଣ କିମ୍ବା ସବକୋରିଓନିକ ରକ୍ତସ୍ରାବ ଯୋଗୁ ପ୍ରାରମ୍ଭିକ ଗର୍ଭଧାରଣ ସମୟରେ ରକ୍ତସ୍ରାବ ହୋଇପାରେ; ପରବର୍ତ୍ତୀ ଗର୍ଭାଧନ ସମୟରେ ପ୍ଲେସେଣ୍ଟା ପ୍ରିଭିଆ, ପ୍ଲେସେଣ୍ଟା ଆକ୍ରେଟା କିମ୍ବା ପ୍ଲାସେଣ୍ଟାଲ ଆବରପସନ ହେତୁ ରକ୍ତସ୍ରାବ ହୋଇପାରେ । [2] ଋତୁବନ୍ଦ ପରେ ରକ୍ତସ୍ରାବ ଆଟ୍ରୋଫିକ୍ ଭାଜିନାଇଟିସ, ଥାଇରଏଡ୍ ସମସ୍ୟା କିମ୍ବା ପରଜନନ ଅଙ୍ଗରେ କର୍କଟ ରୋଗ କାରଣରୁ ରକ୍ତସ୍ରାବ ହୋଇପାରେ। [2]
ରକ୍ତସ୍ରାବ ସମ୍ପର୍କୀୟ ରୋଗ କିମ୍ବା ଯକୃତ ରୋଗ କାରଣରୁ ମଧ୍ୟ ଯୋନୀ ରକ୍ତସ୍ରାବ ହୋଇପାରେ | [8] ମୂତ୍ରାଶୟ କିମ୍ବା ମଳାଶୟର ରକ୍ତସ୍ରାବ ହେଲେ ଭୂଲରେ ଯୋନୀ ରକ୍ତସ୍ରାବ କୁହାଯାଇପାରେ | [9]
ଯୋନୀ ରକ୍ତସ୍ରାବ ଥିବା ବ୍ୟକ୍ତିଙ୍କ ବୟସ ଉପରେ କାର୍ଯ୍ୟକ୍ରମ ନିର୍ଭର କରେ | [7] ପ୍ରସବକ୍ଷମ ବୟସର ସମସ୍ତ ମହିଳାଙ୍କଠାରେ ଏକ ଗର୍ଭାଧାନ ପରୀକ୍ଷା କରାଯାଏ | [2] ଉଲ୍ଲେଖନୀୟ ରକ୍ତସ୍ରାବର ରୋକିବା ପାଇଁ ଯୋନୀ ପ୍ୟାକିଂ ଏବଂ ରକ୍ତଦାନ ଆବଶ୍ୟକ ହୁଏ | [2] ଅନ୍ୟଥା ଚିକିତ୍ସା ମୂଳ କାରଣ ଉପରେ ନିର୍ଭର କରେ। [2] ଅସ୍ୱାଭାବିକ ଗର୍ଭାଶୟ ରକ୍ତସ୍ରାବ ସନ୍ତାନ ପ୍ରସବ ବୟସର ପ୍ରାୟ ୨୦% ମହିଳାଙ୍କୁ ପ୍ରଭାବିତ କରିଥାଏ | [3]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.