![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/15/TransCellCaMark.png/640px-TransCellCaMark.png&w=640&q=50)
ମୂତ୍ରାଶୟ କର୍କଟ
From Wikipedia, the free encyclopedia
ମୂତ୍ରାଶୟ କର୍କଟ (ଇଂରାଜୀ ଭାଷାରେ Bladder cancer) ରୋଗ ମୂତ୍ରାଶୟରେ (urinary bladder) ଥିବା ଅନେକ ପ୍ରକାରର ତନ୍ତୁରୁ (tissue) ଜାତ ବିଭିନ୍ନ ପ୍ରକାର କର୍କଟ ରୋଗର ଏକ ସାମୁହିକ ନାମ ।[1] ଏହି ରୋଗରେ ଜୀବକୋଷ ଅସାଧାରଣ ଓ ଅନିୟମିତ ଭାବରେ ବୃଦ୍ଧି ଓ ଦେହର ଅନ୍ୟ ସ୍ଥାନକୁ ମେଟାସ୍ଟାସିସ ବା ବିସ୍ତାର (spread to other parts of the body) ଲାଭ କରନ୍ତି ।[6][7] ହେମାଚୁରିଆ ବା ପରିସ୍ରାରେ ରକ୍ତ (Blood in the urine), ଡିସୟୁରିଆ ବା ମୂତ୍ରତ୍ୟାଗ ବେଳେ ଯନ୍ତ୍ରଣା (pain with urination) ବା କଟି ଯନ୍ତ୍ରଣା ଆଦି ଲକ୍ଷଣ ଏହି ରୋଗରେ ଦେଖାଯାଏ ।[1]
ମୂତ୍ରାଶୟ କର୍କଟ (Bladder cancer) | |
---|---|
![]() ଟ୍ରାଞ୍ଜିସନାଲ ସେଲ କାର୍ସିନୋମା ଅଫ ଦି ବ୍ଲାଡର (Transitional cell carcinoma of the bladder. The white in the bladder is contrast.) | |
ବିଭାଗ | କର୍କଟ ରୋଗ ବିଜ୍ଞାନ (Oncology) |
ଲକ୍ଷଣ | ହେମାଚୁରିଆ ବା ପରିସ୍ରାରେ ରକ୍ତ (Blood in the urine), ଡିସୟୁରିଆ ବା ମୂତ୍ରତ୍ୟାଗ ବେଳେ ଯନ୍ତ୍ରଣା (pain with urination)[1] |
ଆକ୍ରାନ୍ତ ସମୟ | ୬୫ରୁ ୮୫ ବର୍ଷ ବୟସ [2] |
ବିପଦ କାରକ | ଧୂମ୍ରପାନ (Smoking), ପାରିବାରିକ ଇତିହାସ, ପୂର୍ବରୁ ପାଇଥିବା ରାଡିଏସନ ଥେରାପି (prior radiation therapy), ବାରମ୍ବାର ମୂତ୍ରାଶୟ ସଂକ୍ରମଣ (bladder infections), କେତେକ ରାସାୟନିକ ଦ୍ରବ୍ୟ[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ସିସ୍ଟୋସ୍କୋପି (Cystoscopy) ଓ ତନ୍ତୁ ବାୟୋପ୍ସି (tissue biopsies)[3] |
ଚିକିତ୍ସା | ଅପରେଶନ, ରାଡିଏସନ ଥେରାପି, (କେମୋଥେରାପି (chemotherapy), ଇମ୍ମ୍ୟୁନୋଥେରାପି (immunotherapy)[1] |
Prognosis | ୫ ବର୍ଷ ଆୟୁଷ (Five-year survival rates) ~୭୭% (ଯୁକ୍ତରାଷ୍ଟ୍ର ଆମେରିକା)[2] |
ପୁନଃପୌନିକ | ୩.୪ ନିୟୁତ ରୋଗୀ (୨୦୧୫)[4] |
ମୃତ୍ୟୁ ସାନ୍ଦ୍ରତା | ବାର୍ଷିକ ୧୮୮,୦୦୦[5] |
ଧୂମ୍ରପାନ (Smoking), ପାରିବାରିକ ଇତିହାସ, ପୂର୍ବରୁ ପାଇଥିବା ରାଡିଏସନ ଥେରାପି (prior radiation therapy), ବାରମ୍ବାର ମୂତ୍ରାଶୟ ସଂକ୍ରମଣ (bladder infections), କେତେକ ରାସାୟନିକ ଦ୍ରବ୍ୟ ଏହି ରୋଗର ସଙ୍କଟ କାରକ ହୁଅନ୍ତି ।[1] ଏହି ରୋଗ ଦଳ ମଧ୍ୟରେ ଟ୍ରାଞ୍ଜିସନାଲ ସେଲ କାର୍ସିନୋମା (Transitional cell carcinoma) ସର୍ବାଧିକ ସାଧାରଣ ରୋଗ ।[8] ଅନ୍ୟ ରୋଗ ମଧ୍ୟରେ ସ୍କ୍ୱାମସ ସେଲ କାର୍ସିନୋମା (squamous cell carcinoma), ଆଡେନୋକାର୍ସିନୋମା (adenocarcinoma) ନାମ ଉଲ୍ଲେଖଯୋଗ୍ୟ ।[8] ସିସ୍ଟୋସ୍କୋପି (Cystoscopy) ଓ ତନ୍ତୁ ବାୟୋପ୍ସି (tissue biopsies) କରି ରୋଗ ନିର୍ଣ୍ଣୟ କରାଯାଏ ।[3] ରୋଗର ସୋପାନ ଜାଣିବା ନିମନ୍ତେ ସିଟି ସ୍କାନ (CT scan) ଓ ବୋନ ସ୍କାନ (bone scan) ଭଳି ମେଡିକାଲ ଇମେଜିଙ୍ଗର (medical imaging) ସାହାଯ୍ୟ ନିଆଯାଏ ।[1]
ରୋଗର ସୋପାନ (stage of the cancer ଉପରେ ଚିକିତ୍ସା ନିର୍ଭର କରେ ।[1] ଅପରେଶନ, ରାଡିଏସନ ଥେରାପି, କେମୋଥେରାପି (chemotherapy), ଇମ୍ମ୍ୟୁନୋଥେରାପି (immunotherapy) ସାହାଯ୍ୟରେ ଚିକିତ୍ସା କରାଯାଏ ।[1] ସୋପାନ ଅନୁସାରେ ଟ୍ରାନ୍ସୟୁରେଥ୍ରାଲ ରିସେକସନ, ଆଂଶିକ ବା ସମ୍ପୁର୍ଣ୍ଣ ମୂତ୍ରାଶୟ ବହିସ୍କାର ବା ୟୁରିନାରି ଡାଇଭର୍ସନ (urinary diversion) ଆଦି ଅପରେଶନ କରାଯାଏ ।[1] ଯୁକ୍ତରାଷ୍ଟ୍ର ଆମେରିକାରେ ରୋଗୀର ପାଞ୍ଚ ବର୍ଷିଆ ଆୟୁଷ (five-year survival rates) ୭୭% ଲୋକଙ୍କର ଥାଏ ।[2]
ସନ ୨୦୧୫ ସୁଦ୍ଧା ମୂତ୍ରାଶୟ କର୍କଟ ରୋଗରେ ପ୍ରାୟ ୩.୪ ନିୟୁତ ଲୋକ ପୀଡ଼ିତ ହୁଅନ୍ତି ଓ ପ୍ରତିବର୍ଷ ପ୍ରାୟ ୪୩୦,୦୦୦ ନୂଆ ରୋଗୀ ଚିହ୍ନଟ ହୁଅନ୍ତି । [4][9] ଏହି ରୋଗ ପ୍ରାୟ ୬୫ରୁ ୮୫ ବର୍ଷ ବୟସରେ ଆକ୍ରମଣ କରେ ।[2] ମହିଳାଙ୍କ ଅପେକ୍ଷା ପୁରୁଷମାନେ ଅଧିକ ସଂଖ୍ୟରେ ପୀଡ଼ିତ ହୁଅନ୍ତି ।[2] ସନ ୨୦୧୫ରେ ୧୮୮,୦୦୦ ରୋଗୀଙ୍କର ମୃତ୍ୟୁ ହୋଇଥିଲା ।[5]