ମେମ୍ବ୍ରେନୋପ୍ରୋଲିଫରେଟିଭ ଗ୍ଲୋମେରୁଲୋନେଫ୍ରାଇଟିସ
From Wikipedia, the free encyclopedia
Remove ads
ମେମ୍ବ୍ରେନୋପ୍ରୋଲିଫରେଟିଭ ଗ୍ଲୋମେରୁଲୋନେଫ୍ରାଇଟିସ ( MPGN ) ହେଉଛି ବୃକ୍କ ଗ୍ଲୋମେରୁଲାଇର ଏକ ପ୍ରକାର ଆଘାତର ଏକ ନମୁନା ।[୧] ଏହାର ଲକ୍ଷଣଗୁଡିକରେ ଫେଣଯୁକ୍ତ ପରିସ୍ରା, ପରିସ୍ରାରେ ରକ୍ତ କିମ୍ବା ଇଡିମା ହୋଇପାରେ[୧] ସାଧାରଣତଃ ସମୟ ସହିତ ଏହା ଧୀରେ ଧୀରେ ଖରାପ ଦିଗକୁ ଗତି କରେ । [୧] ଏହାର ଜଟିଳତାରେ ଅନେକ ସମୟରେ ଉଚ୍ଚ ରକ୍ତଚାପ, ସ୍ୱଳ୍ପ ଲାଲ ରକ୍ତ କଣିକା ଏବଂ ବୃକ୍କ ବିଫଳତା ହୋଇପାରେ ।[୧]
ଏହାର କାରଣ ଅଜ୍ଞାତ ହୋଇପାରେ କିମ୍ବା ସଂକ୍ରମଣ, ଅଟୋଇମ୍ୟୁନ ଡିଜିଜ, କର୍କଟ, ଯକୃତ ରୋଗ କିମ୍ବା କିଛି ଔଷଧଦ୍ୱାରା ଏହା ହୋଇପାରେ। ।[୧] ଅନ୍ତର୍ନିହିତ କ୍ରିୟାବିଧିରେ ବୃକ୍କରେ ପ୍ରତିରକ୍ଷା କମ୍ପ୍ଲେକ୍ସ ଗଠନ ଏବଂ ସଂପୃକ୍ତ ସିଷ୍ଟମକୁ ସକ୍ରିୟ କରିବା ସହିତ ଜଡିତ ବୋଲି ବିଶ୍ୱାସ କରାଯାଏ ।[୧] ଏହାଦ୍ୱାରା ଛୋଟ ରକ୍ତନଳୀଗୁଡ଼ିକର କାନ୍ଥର ଘନତା ସହିତ ମେସାଞ୍ଜିଆଲ୍ କୋଷ ବୃଦ୍ଧି ହୁଏ | [୧] ବୃକ୍କ ବାୟୋପ୍ସିଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ ।[୨]
ଏହି ରୋଗର ପରିଚାଳନା ପାଇଁ ସର୍ବୋତ୍ତମ ପଦ୍ଧତି ଅସ୍ପଷ୍ଟ ଅଟେ ।[୧] ଚିକିତ୍ସାରେ ଷ୍ଟିରଏଡ, ସାଇକ୍ଲୋଫସଫାମାଇଡ କିମ୍ବା ଆସ୍ପିରିନ ବ୍ୟବହାର କରାଯାଇପାରେ ।[୧] [୨] ପ୍ଲାଜ୍ମା ବିନିମୟ ଚେଷ୍ଟା କରାଯାଇଛି। ।[୧] ବୃକ୍କ ପ୍ରତିରୋପଣ କରାଯାଇପାରେ, କିନ୍ତୁ ପରେ ଏହି ରୋଗ ପୁନର୍ବାର ହୋଇପାରେ ।[୧] ଚିକିତ୍ସା ବିନା ରୋଗର ସମାଧାନ ହେବା ଏକ ଅସାଧାରଣ କଥା ।[୧] ଫଳାଫଳ ସାଧାରଣତଃ ଖରାପ ଅଟେ ।[୨]
ଏହି ରୋଗ ଅସାଧାରଣ ଅଟେ ।[୧] ଏହା ସାଧାରଣଃ ଶିଶୁ ଏବଂ ଅଳ୍ପ ଯୁବାବୟସ୍କମାନଙ୍କଠାରେ ଦେଖାଯାଏ ।[୧] ପୁରୁଷ ଏବଂ ମହିଳାମାନେ ସମାନ ଭାବରେ ବାରମ୍ବାର ପ୍ରଭାବିତ ହୁଅନ୍ତି ।[୧] ପିଲାମାନଙ୍କ ମଧ୍ୟରୁ ନେଫ୍ରୋଟିକ୍ ସିଣ୍ଡ୍ରୋମର ପ୍ରାଥମିକ ବୃକ୍କ କାରଣ ୪% ହୋଇଥାଏ ଏବଂ ବୟସ୍କମାନଙ୍କ ମଧ୍ୟରୁ ୭% ହୋଇଥାଏ ।[୧] ଏହି ରୋଗ ପ୍ରଥମେ ୧୯୬୫ରେ ଗୋଟୋଫ୍ ଏବଂ ୱେଷ୍ଟ୍ ବର୍ଣ୍ଣନା କରିଥିଲେ ।[୪]
Remove ads
ଆଧାର
Wikiwand - on
Seamless Wikipedia browsing. On steroids.
Remove ads