ଲୁପସ ବୃକ୍‌କ ପ୍ରଦାହ (Lupus nephritis/ LN ) ରୋଗ ବୃକ୍‌କରେ ଏକ ଅଟୋଇମ୍ମ୍ୟୁନ ରୋଗ ଯୋଗୁ ହୁଏ ଯାହାର ନାମ ସିସ୍ଟମିକ୍ ଲୁପୁସ ଏରିଦେମାଟୋସସ୍ (SLE) | [2] ଏହାର ଲକ୍ଷଣ ମଧ୍ୟରେ ଫେଣ‌ଯୁକ୍ତ ପରିସ୍ରା, ଗୋଡ଼ ଫୁଲା, ଜ୍ୱର ଏବଂ ମାଂସପେଶୀ ଯନ୍ତ୍ରଣା ଅନ୍ତର୍ଭୁକ୍ତ ହୋଇପାରେ | [2] ସାଧାରଣତଃ ଏସଏଲଇ ଆରମ୍ଭ ହେବାର ଅତି କମରେ 3 ବର୍ଷ ପରେ ଏହି ରୋଗ ଆରମ୍ଭ ହୁଏ | [3] ରୋଗ ଜଟିଳ ହେଲେ ଉଚ୍ଚ ରକ୍ତ ଚାପ ଏବଂ ବୃକକ୍ ବିଫଳତା ହୋଇପାରେ । [2]

Quick Facts Lupus nephritis, ବିଭାଗ ...
Lupus nephritis
SLE nephritis[1]
Thumb
Micrograph of diffuse proliferative lupus nephritis showing increased mesangial matrix and mesangial hypercellularity. Kidney biopsy. PAS stain.
ବିଭାଗRheumatology, nephrology
ଲକ୍ଷଣFoamy urine, swelling of the legs, fever, muscle pains[2]
ଆକ୍ରାନ୍ତ ସମୟYoung adults[3]
କାରଣLupus[2]
ବିପଦ କାରକGenetics[3]
ରୋଗ ନିର୍ଣ୍ଣୟ ପଦ୍ଧତିSuspected based on urine and blood tests, confirmed by a kidney biopsy[2]
ସଠିକ ରୋଗ ନିର୍ଣ୍ଣୟOther causes of nephrotic syndrome, kidney stones, acute interstitial nephritis[3]
ଚିକିତ୍ସାPrednisone, cyclophosphamide, hydroxychloroquine, blood pressure medications, dialysis[2][3]
ପୁନଃପୌନିକCommon in lupus[3]
Close

କେତେକ ଜେନେଟିକ୍ ପରିବର୍ତ୍ତନ ଯୋଗୁ ଏହି ସଙ୍କଟ ସୃଷ୍ଟି ହୋଇଥାଏ । [3] ଅନ୍ତର୍ନିହିତ ପ୍ରଣାଳୀରେ ଟାଇପ-୩ ଅଧିକ ସମ୍ବେଦନଶୀଲ ପ୍ରତିକ୍ରିୟା ଓ ଇମ୍ମ୍ୟୁନ କମ୍ପ୍ଲେକ୍ସ ଯୋଗୁ ଜାତ ହୁଏ ।[3] ଏହି କମ୍ପ୍ଲେକ୍ସଗୁଡ଼ିକ ଗ୍ଲୋମେରୁଲସର ବେସମେଣ୍ଟ ମାମ୍ବ୍ରେନରେ ତିଆରି ହୁଏ ଯାହା ଯୋଗୁ ପ୍ରଦାହ ସୃଷ୍ଟି ହୁଏ ।[3] ପରିସ୍ରା ଏବଂ ରକ୍ତ ପରୀକ୍ଷା ଉପରେ ଆଧାର କରି ରୋଗ ନିର୍ଣ୍ଣୟ କରାଯାଇପାରେ ଏବଂ ବୃକ୍‌କ ବାୟୋପ୍ସି କରି ନିଶ୍ଚିତ କରାଯାଇପାରେ। [2]

ରୋଗର ଗମ୍ଭୀରତା ଉପରେ ଚିକିତ୍ସା ନିର୍ଭର କରେ | [3] ଇମ୍ମ୍ୟୁନ ପ୍ରଣାଳୀକୁ ଦମନ କରିବା ପାଇଁ ପ୍ରେଡନିସୋନ, ସାଇକ୍ଲୋଫସଫାମାଇଡ କିମ୍ବା ହାଇଡ୍ରୋକ୍ସିକ୍ଲୋରୋକୁଇନ ଇତ୍ୟାଦି ବ୍ୟବହୃତ ହୁଏ । [2] ଉଚ୍ଚ ରକ୍ତଚାପ ଚିକିତ୍ସାରେ ଏସିଇ ଇନହିବିଟର, ଡାଇୟୁରେଟିକ ବା ବିଟାବ୍ଲକର ଭଳି ଔଷଧ ଦେଇ ପରିଚାଳନା କରାଯାଏ | [2] ଅବଶେଷରେ ଡାଏଲିସିସ ଆବଶ୍ୟକ ହୋଇପାରେ | [3]

୫୦% ବୟସ୍କ ଏବଂ ୮୦% ପିଲା ଲୁପସ୍ ରୋଗରେ ପ୍ରଭାବିତ ହୁଅନ୍ତି | [2] ପ୍ରାୟ ଯୁବ ବୟସ୍କମାନଙ୍କଠାରେ ଆରମ୍ଭ ହୋଇପାରେ | [3] ନାରୀମାନଙ୍କ ଅପେକ୍ଷା ପୁରୁଷମାନେ ଅଧିକ ପ୍ରଭାବିତ ହୁଅନ୍ତି | [2] ହିପୋକ୍ରେଟସ ଖ୍ରୀପୂ ୪୦୦ ଶତାବ୍ଦୀ ପ୍ରଥମେ ଲୁପୁସର ବର୍ଣ୍ଣନା କରିଥିଲେ ଓ କିଡନୀ ଉପରେ ଏହାର ପ୍ରଭାବ ପ୍ରଥମେ ୧୯୦୦ ଶତକ ଆରମ୍ଭରୁ ଲିପିପଦ୍ଧ ହୋଇଥିଲା | [3] [4]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.