ସର୍ବନିମ୍ନ ପରିବର୍ତ୍ତନ ରୋଗ ହେଉଛି ଏକ ପ୍ରକାର ବୃକ୍କ ରୋଗ ଯେଉଁଥିରେ ରୋଗୀ ମୂତ୍ରରେ ଉଲ୍ଲେଖନୀୟ ପରିମାଣର ପ From Wikipedia, the free encyclopedia
ସର୍ବନିମ୍ନ ପରିବର୍ତ୍ତନ ରୋଗ (ଇଂରାଜୀ ଭାଷାରେ Minimal change disease/ MCD ) ହେଉଛି ଏକ ପ୍ରକାର ବୃକ୍କ ରୋଗ ଯେଉଁଥିରେ ରୋଗୀ ମୂତ୍ରରେ ଉଲ୍ଲେଖନୀୟ ପରିମାଣର ପ୍ରୋଟିନ ବା ପୁଷ୍ଟିସାର ଥାଏ କିନ୍ତୁ ବୃକ୍କ ବାୟୋପ୍ସିକୁ ଅଣୁବୀକ୍ଷଣ ଯନ୍ତ୍ରରେ ପରୀକ୍ଷା କରାଯିବାବେଳେ ଅପେକ୍ଷାକୃତ ସାଧାରଣ ବୃକ୍କ ଥିବା ଦେଖାଯାଏ | [4] ଏହାର ଲକ୍ଷଣ ମଧ୍ୟରେ ଫୁଲା ଏବଂ ଫେଣଯୁକ୍ତ ମୂତ୍ର ତ୍ୟାଗ ହେଉଥିବା ଦେଖାଯାଏ | [1] ରୋଗ ଜଟିଳ ହେଲେ ରକ୍ତ ଜମାଟ ବାନ୍ଧିଯାଏ, ସଂକ୍ରମଣ, ନିର୍ଜଳନ ଏବଂ ଉଚ୍ଚ ରକ୍ତ କୋଲେଷ୍ଟେରଲ ଥାଏ । [1] [2] ବୃକ୍କ ବିଫଳତା ବିରଳ ଅଟେ | [1]
Minimal change disease | |
---|---|
Minimal change glomerulopathy, minimal change nephrotic syndrome, nil disease, lipoid nephrosis[1][2] | |
ବିଭାଗ | Nephrology |
ଲକ୍ଷଣ | Swelling, foamy urine[1] |
ଆକ୍ରାନ୍ତ ସମୟ | 2 to 3 years old[3] |
କାରଣ | Unknown[1] |
ରୋଗ ନିର୍ଣ୍ଣୟ ପଦ୍ଧତି | Generally based on symptoms, labs, and urine testing[2] |
ସଠିକ ରୋଗ ନିର୍ଣ୍ଣୟ | Glomerulonephritis, heart failure, lymphedema[2] |
ଚିକିତ୍ସା | Corticosteroids, blood pressure medication[4] |
Prognosis | Generally good[2] |
ପୁନଃପୌନିକ | 1 in 20,000 children per year[2] |
ଏହାର କାରଣ ସାଧାରଣତଃ ଜଣା ପଡ଼ିନାହିଁ | [1] [2] ଏହା ସଂକ୍ରମଣ କିମ୍ବା ଆଲର୍ଜି ପ୍ରତିକ୍ରିୟାଦ୍ୱାରା ସକ୍ରିୟ ହୋଇପାରେ । [1] ବୃକ୍କରରେ ଥିବା ଗ୍ଲୋମେରୁଲସରେ କ୍ଷତି ହେବା ଯୋଗୁ ଏହି ରୋଗ ହୋଇପାରେ | [1] ସାଧାରଣତଃ ଲକ୍ଷଣ ସହିତ ମୂତ୍ର ପରୀକ୍ଷା ଏବଂ ଲ୍ୟାବ ପରୀକ୍ଷା ଫଳ ଉପରେ ଆଧାରିତ କରି ରୋଗ ନିର୍ଣ୍ଣୟ କରାଯାଏ | [2] ଯଦି ତଥାପି ରୋଗ ନିର୍ଣ୍ଣୟ ଅସ୍ପଷ୍ଟ ଥାଏ, ତେବେ ବୃକ୍କ ବାୟୋପ୍ସି ଉପଯୋଗୀ ହୋଇପାରେ। [2]
ସାଇକ୍ଲୋଫସଫାମାଇଡ କିମ୍ବା ସାଇକ୍ଲୋସ୍ପୋରିନ୍ ଦେଇ ଚିକିତ୍ସା କରାଯାଏ । [4] ଏସିଇ ଇନହିବିଟର ବା କ୍ୟାଲସିଅମ ଚ୍ୟାନେଲ ବ୍ଲକର ଦେଇ ଉଚ୍ଚ ରକ୍ତଚାପ ପରିଚାଳନା କରାଯାଇପାରେ | [1] ଏକ ନିମ୍ନ ଲବଣ ଯୁକ୍ତ ଖାଦ୍ୟ ଏବଂ ଡାଇୟୁରେଟିକସ ଦେଇ ଫୁଲା ନିୟନ୍ତ୍ରଣ କରାଯାଏ । [4]ସମସ୍ତ ବୟସରେ ଫଳାଫଳ ପ୍ରାୟ ଭଲ ରହେ । [2] ପ୍ରାୟ ୮୦%ରୁ ଅଧିକ ବୟସ୍କଙ୍କର ଏହି ରୋଗ ଚିକିତ୍ସା ସହିତ ଉପଶମ ହୋଇଯାଏ । [1]
ବର୍ଷକୁ ପ୍ରାୟ ୨୦,୦୦୦ ପିଲାଙ୍କ ମଧ୍ୟରୁ ଜଣେ ଏହି ରୋଗଦ୍ୱାରା ପ୍ରଭାବିତ ହୋଇଥାଏ | [2] ସାଧାରଣତଃ ୨ରୁ ୩ ବର୍ଷ ବୟସର ପିଲାଙ୍କ ମଧ୍ୟରେ ଏହା ଅଧିକ ଦେଖାଯାଏ | [3] ପିଲାମାନଙ୍କଠାରେ ପୁରୁଷମାଙ୍କ ଅପେକ୍ଷା ମହିଳାମାନେ ଅପେକ୍ଷା ଅଧିକ ପ୍ରଭାବିତ ହୁଅନ୍ତି। [2] ବୟସ୍କମାନଙ୍କଠାରେ ଏହା ଏକ ଅଭାବନୀୟ ଘଟଣା। [2] ପିଲାଙ୍କର ହେଉଥିବା ନେଫ୍ରୋଟିକ୍ ସିଣ୍ଡ୍ରୋମର ସବୁଠାରୁ ସାଧାରଣ କାରଣ ଏହି ରୋଗ ହୋଇଥାଏ ଏବଂ ବୟସ୍କମାନଙ୍କ କ୍ଷେତ୍ରରେ ୧୦ରୁ ୨୫% ମାମଲା ଏଥିପାଇଁ ଦାୟୀ ହୁଅନ୍ତି | [1] [5] ଏହି ରୋଗ ପ୍ରଥମେ ୧୯୧୩ ମସିହାରେ ମଙ୍କ ବର୍ଣ୍ଣନା କରିଥିଲେ । [6]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.