ପ୍ରୋଟିନୁରିଆ କୁହାଯାଏ ଯେତେବେଳେ ମୂତ୍ରରେ ଅତ୍ୟଧିକ ପ୍ରୋଟିନର ଉପସ୍ଥିତି ମିଳେ ।[2] ଏହାଦ୍ୱାରା ପରିସ୍ରା ଫେଣଯୁକ୍ତ ହୋଇପାରେ ।[2] ରୋଗ ଜଟିଳ ହେଲେ ଗୋଡ ଫୁଲିଯିବା, ହୃଦ ରୋଗ, ରକ୍ତ ଜମାଟ ବାନ୍ଧିବା ଏବଂ ମାଂସପେଶୀ ହ୍ରାସ ହୋଇପାରେ। [2] ଏହାକୁ କ୍ଷଣସ୍ଥାୟୀ ଏବଂ ସ୍ଥାୟୀ ଭାବରେ ବିଭକ୍ତ କରାଯାଇପାରେ | [2]

Quick Facts Proteinuria, ଉଚ୍ଚାରଣ ...
Proteinuria
Protein in the urine
ଫାଇଲ:Proteinuria.jpg
Foamy and cloudy urine due to high protein including albumin[1]
ଉଚ୍ଚାରଣ
  • /ˌprtˈnjʊəriə/
ବିଭାଗNephrology
ଲକ୍ଷଣFoamy urine, leg swelling[2]
କାରଣTransient: Urinary tract infections, fever, exercise, pregnancy, prolonged standing[2]
Persistent: Glomerulonephritis, certain medications, diabetes, heart failure, high blood pressure, myeloma[2]
ରୋଗ ନିର୍ଣ୍ଣୟ ପଦ୍ଧତିUrine protein creatinine ratio (UPCR) > 45 to 50 mg/mmol[2]
ସଠିକ ରୋଗ ନିର୍ଣ୍ଣୟDehydrated[2]
ଔଷଧACE inhibitors, ARBs[2]
ଚିକିତ୍ସାDepends on the underlying cause[2]
ପୁନଃପୌନିକRelatively common (adults)[3][2]
Close

କ୍ଷଣସ୍ଥାୟୀ କାରଣଗୁଡ଼ିକରେ ମୂତ୍ରାଙ୍ଗ ସଂକ୍ରମଣ, ଜ୍ୱର, ବ୍ୟାୟାମ, ଗର୍ଭଧାରଣ ଏବଂ ଦୀର୍ଘ ସମୟ ପର୍ଯ୍ୟନ୍ତ ଗୋଟିଏ ପାଦରେ ଠିଆ ଯୋଗୁ ହୋଇପାରେ ।[2] ମୂତ୍ରରେ ବାହାରିବା ପୁଷ୍ଟିସାର କ୍ଷୟ ହେବା ହେଉଛି ବୃକ୍‌କ ନଷ୍ଟ ହେବାର ସଙ୍କେତ; ରୋଗର ଗମ୍ଭୀରତା ସହିତ ପୁଷ୍ଟିସାର କ୍ଷୟ ଜଡ଼ିତ ଥାଏ ।[2] ଏଥିରେ ଗ୍ଲୋମେରୁଲୋନେଫ୍ରାଇଟିସ୍, କେତେକ ଔଷଧ, ମଧୁମେହ, ହୃଦ୍‌ପାତ, ଉଚ୍ଚ ରକ୍ତଚାପ ଏବଂ ମାୟେଲୋମା ଅନ୍ତର୍ଭୁକ୍ତ ହୋଇପାରେ। [2]

ସାଧାରଣତ ମୂତ୍ରରେ ୧୫ ମିଗ୍ରା/ ମିମୋଲ କିମ୍ବା ୧୫୦ମିଗ୍ରା/ 24 ଘଣ୍ଟା ପୁଷ୍ଟିସାର ଥାଏ ।[2] ୪୫ରୁ ୫୦ ମିଗ୍ରା/ ମିମୋଲରୁ ଅଧିକ ପରିସ୍ରା ପ୍ରୋଟିନ୍ -କ୍ରିଏଟିନାଇନ୍ ଅନୁପାତ (ୟୁପିସିଆର/ UPCR) କିମ୍ବା 30 ମିଗ୍ରା / mmolରୁ ଅଧିକ ପରିସ୍ରା ଆଲବୁମିନ- କ୍ରିଏଟିନାଇନ୍ ଅନୁପାତ (ୟୁଏସିଆର/ UACR) ଭାବରେ ପ୍ରୋଟିନୁରିଆକୁ ବ୍ୟାଖ୍ୟା କରାଯାଇଛି ।[2] ପରିସ୍ରାରେ ରକ୍ତ ଉପସ୍ଥିତ ନହେବା କିମ୍ବା ୟୁପିସିଆର ୧୦୦ମିଗ୍ରା/ ମିମୋଲରୁ ଅଧିକ ନହେବା ପର୍ଯ୍ୟନ୍ତ ସାଧାରଣତଃ ଅଧିକ ଅନୁସନ୍ଧାନ ଆବଶ୍ୟକ ହୁଏ ନାହିଁ ।[2] ଗୁରୁତର ପ୍ରୋଟିନୁରିଆ (> ୩୫୦ ମିଗ୍ରା/ ମିମୋଲ କିମ୍ବା ୩.୫ଗ୍ରା/ ୨୪ ଘଣ୍ଟା) ଥିଲେ ତାହାକୁ ନେଫ୍ରୋଟିକ୍ ସିଣ୍ଡ୍ରୋମ ଭାବରେ ବ୍ୟାଖ୍ୟା କରାଯାଇଛି ।[2] ଯେଉଁମାନଙ୍କର ନିର୍ଜଳନ ଅଛି, ସେମାନଙ୍କର ପରୀକ୍ଷା ମିଥ୍ୟା ସକରାତ୍ମକ ହୋଇପାରେ ।[2]

ବୟସ୍କମାନଙ୍କଠାରେ ପ୍ରୋଟିନୁରିଆ ଅପେକ୍ଷାକୃତ ସାଧାରଣ, ପ୍ରାୟ ୨୦% ଲୋକଙ୍କଠାରେ ଦେଖାଯାଏ ।[2] [3] ଯେଉଁମାନଙ୍କର ସକରାତ୍ମକ ପରିସ୍ରା ଡିପଷ୍ଟିକ୍ ଥାଏ, ସେମାନଙ୍କ ମଧ୍ୟରୁ ୨%ରୁ କମ୍ ଗୁରୁତର ଥାଏ ।[2] ଜାପାନରେ ଲୋକମାନେ ଏହି ଅବସ୍ଥା ପାଇଁ ରୁଟିନ ସ୍କ୍ରିନିଂ କରନ୍ତି ।[2]

ଆଧାର

Wikiwand in your browser!

Seamless Wikipedia browsing. On steroids.

Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.

Wikiwand extension is a five stars, simple, with minimum permission required to keep your browsing private, safe and transparent.