![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/1/16/Padmasambhab_Mahavihara_Monastery.jpg/640px-Padmasambhab_Mahavihara_Monastery.jpg&w=640&q=50)
ଗଜପତି ଜିଲ୍ଲା
ଓଡ଼ିଶାର ଜିଲ୍ଲା, ଭାରତ / From Wikipedia, the free encyclopedia
[[Category:Lua error in package.lua at line 80: module 'Module:Pagetype/disambiguation' not found. with short description]]
ଗଜପତି ଜିଲ୍ଲା | ||||||||
---|---|---|---|---|---|---|---|---|
ଓଡ଼ିଶାର ଜିଲ୍ଲା | ||||||||
ଉପର-ବାମରୁ ଘଣ୍ଟାକଣ୍ଟା ଦିଗରେ: ପଦ୍ମସମ୍ଭବ ମହାବିହାର, ମହେନ୍ଦ୍ରଗିରି, ମହେନ୍ଦ୍ରଗିରି ପର୍ବତ, ଗଣ୍ଡାହାଟୀ ଜଳପ୍ରପାତ, ବି. ଏନ. ପ୍ରାସାଦ, ଗଜପତି ପ୍ରାସାଦ | ||||||||
![]() ଓଡ଼ିଶାରେ ଅବସ୍ଥିତି | ||||||||
Coordinates: 18.88°N 84.2°E / 18.88; 84.2 | ||||||||
ଦେଶ | ![]() | |||||||
ରାଜ୍ୟ | ![]() | |||||||
ବ୍ଲକ & ତହସିଲ | ୭ | |||||||
ଜିଲ୍ଲା ଗଠନ | ୨ ଅକ୍ଟୋବର ୧୯୯୨ | |||||||
Named for | ମହାରାଜା କୃଷ୍ଣଚନ୍ଦ୍ର ଗଜପତି ନାରାୟଣ ଦେବ | |||||||
ସଦର ମହକୁମା | ପାରଳାଖେମୁଣ୍ଡି | |||||||
ବ୍ଲକ & ତହସିଲ | ଗୋଷାଣୀ କାଶୀନଗର ଗୁମ୍ମା ରାୟଗଡ଼ା ନୂଆଗଡ଼ ରା. ଉଦୟଗିରି ମୋହନା | |||||||
Government | ||||||||
• ଜିଲ୍ଲାପାଳ | ଶ୍ରୀ ସ୍ମୃତି ରଞ୍ଜନ ପ୍ରଧାନ, ଭାପ୍ରସେ | |||||||
• ଜିଲ୍ଲା ଆରକ୍ଷୀ ଅଧିକ୍ଷକ | ଶ୍ରୀମତୀ ସ୍ୱାତୀ ଏସ. କୁମାର, ଭାଆସେ | |||||||
• ସାଂସଦ (ବ୍ରହ୍ମପୁର) | ଡଃ. ପ୍ରଦୀପ କୁମାର ପାଣିଗ୍ରାହୀ, ଭାଜପା | |||||||
• ବିଧାୟକ | ଦାଶରଥୀ ଗମାଙ୍ଗ କଂଗ୍ରେସ, (ମୋହନା) ରୂପେଶ କୁମାର ପାଣିଗ୍ରାହୀ ବିଜଦ,(ପାରଳାଖେମୁଣ୍ଡି) | |||||||
Area | ||||||||
• ସମୁଦାୟ | 3850 km2 (1,490 sq mi) | |||||||
• Rank | ୧୬ତମ | |||||||
Elevation | 850 m (2,790 ft) | |||||||
Population (୨୦୨୪)[1] | ||||||||
• Total | ୮୧୪୭୨୨ | |||||||
• Rank | ୨୮ତମ | |||||||
• Density | 212/km2 (550/sq mi) | |||||||
Demonym | ଗଜପତିଆ | |||||||
ଭାଷାସମୂହ | ||||||||
• ସରକାରୀ | ଓଡ଼ିଆ, ଇଂରାଜୀ | |||||||
• ଅନ୍ୟ ସ୍ଥାନୀୟ ଭାଷା | ସଉରା • କୁଇ | |||||||
Time zone | UTC+୫:୩୦ (ଭାମସ) | |||||||
ପିନ | ୭୬୧ xxx | |||||||
ଟେଲିଫୋନ କୋଡ଼ | ୦୬୮୧୫ ପାରଳାଖେମୁଣ୍ଡି ୦୬୮୧୬ ମୋହନା ୦୬୮୧୭ ଆର. ଉଦୟଗିରି | |||||||
ଯାନବାହାନ ପଞ୍ଚୀକରଣ | OD-20 ଓଡ଼ି-୨୦ | |||||||
ନିକଟତମ ନଗର | ବ୍ରହ୍ମପୁର | |||||||
ଲିଙ୍ଗ ଅନୁପାତ | ୧୦୪୬ ♂/♀ | |||||||
ସାକ୍ଷରତା | ୫୩.୪୯% | |||||||
ଲୋକ ସଭା ନିର୍ବାଚନ ମଣ୍ଡଳୀ | ବ୍ରହ୍ମପୁର | |||||||
ଓଡ଼ିଶା ବିଧାନ ସଭା | ୨
| |||||||
ପାଣିପାଗ | Aw (Köppen) | |||||||
ଆର୍ଦ୍ରତା | 1,403.3 millimetres (55.25 in) | |||||||
ମଧ୍ୟମ ଗ୍ରୀଷ୍ମ ତାପମାତ୍ରା | 41 °C (106 °F) | |||||||
ମଧ୍ୟମ ଶୀତ ତାପମାତ୍ରା | 16 °C (61 °F) | |||||||
Website | www |
ଗଜପତି ଜିଲ୍ଲା, ଓଡ଼ିଶାର ଦକ୍ଷିଣରେ ଥିବା ଏକ ଜିଲ୍ଲା । ଗଜପତି ଜିଲ୍ଲାର ନାମକରଣ ମହାରାଜା ଶ୍ରୀ କୃଷ୍ଣ ଚନ୍ଦ୍ର ଗଜପତି ନାରାୟଣ ଦେଓ , ଯିଏକି ପାରଳାଖେମୁଣ୍ଡି ଜମିଦାରୀର ପୂର୍ବତନ ରାଜା ସାହେବ ତଥା ଓଡ଼ିଶାର ପ୍ରଥମ ପ୍ରଧାନମନ୍ତ୍ରୀ ଥିଲେ। ଯାହାଙ୍କର ଅବଦାନ ଯୋଗୁଁ ଓଡ଼ିଶା ସ୍ୱତନ୍ତ୍ର ରାଜ୍ୟ ଗଠନ ସମ୍ଭବ ହୋଇପାରିଥିଲା ଏବଂ ପାରଳାଖେମୁଣ୍ଡି ଜମିଦାରୀ ଓଡ଼ିଶାରେ ଅବସ୍ଥାପିତ ହୋଇପାରିଛି । ୧୯୯୨ ମସିହାର ଅକ୍ଟୋବର ୨ ତାରିଖରୁ ଗଜପତି ଜିଲ୍ଲା ଗଞ୍ଜାମ ଜିଲ୍ଲାଠାରୁ ସ୍ୱତନ୍ତ୍ର ଭାବରେ ଜିଲ୍ଲାର ମାନ୍ୟତା ହାସଲ କରିଥିଲା । ତେବେ ଏହା ଗଞ୍ଜାମ ଜିଲ୍ଲାର ପାରଳାଖେମୁଣ୍ଡି ଉପଖଣ୍ଡରେ ନାମିତ ଥିଲା । ତାହା ବର୍ତ୍ତମାନ ଗଜପତି ଜିଲ୍ଲା ନାମିତ ହୋଇଛି । ବର୍ତ୍ତମାନ ମୋଟରେ ୭ଟି ତହସିଲ, ୭ଟି ବ୍ଲକ, ୧୫୩୪ଟି ଗ୍ରାମ, ୧୪୯ ଗ୍ରାମ ପଞ୍ଚାୟତ, ୧୧ଟି ପୋଲିସ ଥାନା ରହିଛି ।
୩,୮୫୦ ବର୍ଗ କିଲୋମିଟର କ୍ଷେତ୍ରଫଳରେ ଗଜପତି ଜିଲ୍ଲା ରହିଛି ଓ ଏହା ୧୮ ଡିଗ୍ରୀ ୪୪ ମିନିଟରୁ ୧୯ ଡିଗ୍ରୀ ୩୦ ମିନିଟ ଉତ୍ତର ଅକ୍ଷାଂଶ ଏବଂ ୮୩ ଡିଗ୍ରୀ ୪୮ ମିନିଟରୁ ୮୪ ଡିଗ୍ରୀ ୦୮ ମିନିଟ ପୂର୍ବ ଦ୍ରାଘିମାରେ ଅବସ୍ଥିତ । ଗଜପତି ଜିଲ୍ଲାର ପାଣିପାଗ ପ୍ରାୟ ୧୨.୫ ଡିଗ୍ରୀରୁ ୪୨ ଡିଗ୍ରୀ ପାରଦ ଓ ବାର୍ଷିକ ବର୍ଷାପାତ ହାରାହାରି ୧୯୨୫.୬ ମିଲିମିଟର ଅଟେ । ଏହି ଜିଲ୍ଲାର ଦକ୍ଷିଣ ପଟେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ , ପୂର୍ବ ପଟେ ଗଞ୍ଜାମ ଜିଲ୍ଲା ,ପଶ୍ଚିମ ପଟେ ରାୟଗଡ଼ା ଜିଲ୍ଲା ଓ ଉତ୍ତର ପଟେ କନ୍ଧମାଳ ଜିଲ୍ଲା ରହିଛି।