ଶକ୍ତି (ଓଡ଼ିଆ କଥାଚିତ୍ର)
୨୦୧୮ର ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ଶକ୍ତି, ୨୦୧୮ ମସିହାରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର ।[3][4][5][6] ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ରୋନକ ସାହୁ ଏବଂ ମିନତି ସାହୁ ।[7] ରଣଜିତ ପଟ୍ଟନାୟକ ଏହି କଥାଚିତ୍ରଟିର କାହାଣୀ ଏବଂ ସଂଳାପ ରଚନା କରିଥିଲେ ।[8] ସୁଧାକର ବସନ୍ତ ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[9][10][11] ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଏହି କଥାଚିତ୍ରଟିର ସ୍ୱର ସଂଯୋଜନା କରିଥିଲେ ।
Quick Facts ଶକ୍ତି, ନିର୍ଦ୍ଦେଶକ ...
ଶକ୍ତି | |
---|---|
ନିର୍ଦ୍ଦେଶକ | ସୁଧାକର ବସନ୍ତ |
ପ୍ରଯୋଜକ | ରୋନକ ସାହୁ, ମିନତି ସାହୁ |
ସଂଳାପ | ରଣଜିତ ପଟ୍ଟନାୟକ |
ଚିତ୍ରନାଟ୍ୟ | ସୁଧାକର ବସନ୍ତ |
କାହାଣୀ | ରଣଜିତ ପଟ୍ଟନାୟକ |
କଳାକାର | କରନ୍ ସୂର୍ଯ୍ୟମୟୀ ମିହିର ଦାସ ଉତ୍ତମ ମହାନ୍ତି ପିଣ୍ଟୁ ନନ୍ଦ ହରିହର ମହାପାତ୍ର ଗୁଡ୍ଡୁ ବିଜୁ ବଡ଼ଜେନା |
ସଙ୍ଗୀତ | ଅଭିଜିତ ମଜୁମଦାର |
ମୁକ୍ତିଲାଭ ତାରିଖ | ୨୭ ଅପ୍ରେଲ ୨୦୧୮[1][2] |
ଦେଶ | ![]() |
ଭାଷା | ଓଡ଼ିଆ |
Close
ଏହି କଥାଚିତ୍ରଟିର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ କରନ ଏବଂ ସୂର୍ଯ୍ୟମୟୀ ।[12][13][14][7] ଏହି ଚଳଚ୍ଚିତ୍ର ଜରିଆରେ କରନ ଓଡ଼ିଆ କଥାଚିତ୍ର ଜଗତରେ ଅଭିନୟ ଆରମ୍ଭ କରିଥିଲେ ।[15] ମିହିର ଦାସ, ଉତ୍ତମ ମହାନ୍ତି, ପିଣ୍ଟୁ ନନ୍ଦ, ହରିହର ମହାପାତ୍ର, ଗୁଡ୍ଡୁ, ବିଜୁ ବଡ଼ଜେନା, ରାଜୀବ ମହାନ୍ତି, ମଧୁ, ଅପରାଜିତା, ପ୍ରତିଭା ପଣ୍ଡା, ଶୁଭାଶିଷ ଆଦି କଳାକାରମାନେ ଏହି କଥାଚିତ୍ରଟିରେ ଅଭିନୟ କରିଥିଲେ ।[11][16]