ରଣଜିତ ପଟ୍ଟନାୟକ
ଓଡ଼ିଆ ସାହିତ୍ୟିକ / From Wikipedia, the free encyclopedia
ରଣଜିତ ପଟ୍ଟନାୟକ (୨୦ ମାର୍ଚ୍ଚ ୧୯୫୭ - ୧୦ ଅଗଷ୍ଟ ୨୦୨୨) ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ନାଟ୍ୟ ନିର୍ଦ୍ଦେଶକ ଥିଲେ ।[1][2][3] ନାଟକ ବ୍ୟତୀତ ସେ କବିତା ଓ ସାହିତ୍ୟର ଅନ୍ୟାନ୍ୟ ବିଭାଗରେ ମଧ୍ୟ ଲେଖନି ଚାଳନା କରିଥିଲେ । ନାଟକ ରଚନା ନିମନ୍ତେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ସମେତ ଅନ୍ୟାନ୍ୟ ପୁରସ୍କାର ଲାଭ କରିଥିଲେ। ସେ ବହୁ ଓଡ଼ିଆ ଚଳଚ୍ଚିତ୍ର ଓ ଧାରାବାହିକରେ ସଂଳାପ ଓ ଗୀତ ରଚନା ମଧ୍ୟ କରିଥିଲେ। ସେ ଆକାଶବାଣୀ କଟକ ଓ ଦୂରଦର୍ଶନରେ ଜଣେ ସ୍ୱୀକୃତିପ୍ରାପ୍ତ ଅଭିନେତା ଥିଲେ। ସେ ବିଜୁ ପଟ୍ଟନାୟକ ଫିଲ୍ମ ଓ ଟେଲିଭିଜନ ଅନୁଷ୍ଠାନରେ ଅଧ୍ୟାପନା କରିଥିଲେ । ସେ କଳିଙ୍ଗ ଷ୍ଟୁଡିଓର ନିର୍ଦ୍ଦେଶକ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।
Quick Facts ରଣଜିତ ପଟ୍ଟନାୟକ, ଜନ୍ମ ...
ରଣଜିତ ପଟ୍ଟନାୟକ | |
---|---|
ଜନ୍ମ | (1957-03-20)୨୦ ମାର୍ଚ୍ଚ ୧୯୫୭ ରାଜାସମ୍ବର, ପଦ୍ମପୁର, ବରଗଡ଼ |
ମୃତ୍ୟୁ | ୧୦ ଅଗଷ୍ଟ ୨୦୨୨(2022-08-10) (ବୟସ ୬୫) |
ଜାତୀୟତା | ଭାରତୀୟ |
ଶିକ୍ଷା | ଏମଫିଲ (ଇତିହାସ) |
ଶିକ୍ଷାନୁଷ୍ଠାନ | ସମ୍ବଲପୁର ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ଓଡ଼ିଆ ନାଟ୍ୟକାର, ନିର୍ଦ୍ଦେଶକ |
ବୈବାହିକ-ସାଥୀ | ଦିପ୍ତୀ |
ସନ୍ତାନ | ନିରବ |
ପିତାମାତା(s) | ଜଗନ୍ନାଥ ପଟ୍ଟନାୟକ, ହେମଲତା ପଟ୍ଟନାୟକ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର |
Close