![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/7/7f/Wet_bed_again.jpg/640px-Wet_bed_again.jpg&w=640&q=50)
ବିଛଣା ମୂତ୍ରତ୍ୟାଗ
ନିଦ୍ରାଗତ ସମୟରେ ବାରମ୍ବାର ଅନିଚ୍ଛାକୃତ ମୂତ୍ରତ୍ୟାଗ ହୁଏ ଯେଉଁ ବୟସରେ ମୂତ୍ରତ୍ୟାଗ ଉପରେ ନିୟନ୍ତ୍ରଣ ଆସିଥା / From Wikipedia, the free encyclopedia
ବିଛଣା ମୂତ୍ରତ୍ୟାଗ (ଇଂରାଜୀ ଭାଷାରେ Bedwetting ବା nocturnal enuresis କୁହାଯାଏ) ରୋଗରେ ନିଦ୍ରାଗତ ସମୟରେ ବାରମ୍ବାର ଅନିଚ୍ଛାକୃତ ମୂତ୍ରତ୍ୟାଗ ହୁଏ ଯେଉଁ ବୟସରେ ମୂତ୍ରତ୍ୟାଗ ଉପରେ ନିୟନ୍ତ୍ରଣ ଆସିଥାଏ । [1] ପିଲା ଏବଂ ବୟସ୍କମାନଙ୍କ ମଧ୍ୟରେ ଶୋଇବା ସମୟରେ ଭାବପ୍ରବଣ ଚାପ କିମ୍ବା ଶାରୀରିକ ନିର୍ଯାତନା ଯୋଗୁ ଏହି ଅବସ୍ଥା ସୃଷ୍ଟି ହୋଇପାରେ | [2] [1] ବେଳେବେଳେ ଦିବା ସମୟରେ ପରିସ୍ରା କ୍ଷୟ ହୋଇପାରେ କିମ୍ବା ଅନ୍ୟାନ୍ୟ ମୂତ୍ର ଲକ୍ଷଣ ଉପସ୍ଥିତ ଥାଇପାରେ | [1] ରୋଗଜଟିଳ ହେଲେ ମୂତ୍ରନଳୀ ସଂକ୍ରମଣ ହୋଇପାରେ | [2]
Bedwetting | |
---|---|
Nighttime urinary incontinence, sleepwetting, nocturnal enuresis | |
![]() Urine mark on bedding caused by a nocturnal enuresis episode. | |
ବିଭାଗ | Pediatrics |
ଲକ୍ଷଣ | Involuntary loss of urine while asleep[1] |
ଆକ୍ରାନ୍ତ ସମୟ | > 5 years old[1] |
ବିପଦ କାରକ | Family history, urinary tract infections, constipation, ADHD, diabetes, stress, obstructive sleep apnea[2][3][1] |
ରୋଗ ନିର୍ଣ୍ଣୟ ପଦ୍ଧତି | Based on symptoms and examination[1] |
ଚିକିତ୍ସା | Restricting fluids before bed, voiding before bed, bedwetting alarms, desmopressin[1] |
ପୁନଃପୌନିକ | Common[2] |
ଅଧିକାଂଶ ବିଛଣା ମୂତ୍ରତ୍ୟାଗ ଧୀର ଶାରୀରିକ ବିକାଶ ଯୋଗୁ କିମ୍ବା ଭାବପ୍ରବଣ କିମ୍ବା ଶାରୀରିକ ସମସ୍ୟା ନଥାଇ ଅତ୍ୟଧିକ ମୂତ୍ର ତିଆରି ଯୋଗୁ ହୁଏ | [4] ଯେଉଁମାନଙ୍କ ପିତାମାତା ପ୍ରଭାବିତ ହୋଇଥିଲେ ସେମାନଙ୍କଠାରେ ସାଧାରଣତଃ ଏହି ରୋଗ ହୁଏ | [2] ଅନ୍ୟାନ୍ୟ କାରଣ ମଧ୍ୟରେ ମୂତ୍ରନଳୀ ସଂକ୍ରମଣ, କୋଷ୍ଠକାଠିନ୍ୟ, ଏଡିଏଚଡି (ADHD), ମଧୁମେହ, ଚାପ, ସ୍ପାଇନା ବାଇଫିଡା ଏବଂ ସୁପ୍ତ ଅବସ୍ଥାରେ ଶ୍ୱାସକ୍ରିୟା ବନ୍ଦ ରୋଗ ((OSA)) ଯୋଗୁ ହୋଇପାରେ | [2] [4] [1] ଅନ୍ତର୍ନିହିତ କାର୍ଯ୍ୟବିଧିରେ ଭାସୋପ୍ରେସିନ୍ ଅଭାବ, ମୂତ୍ରାଶୟ ଅସ୍ଥିରତା କିମ୍ବା ମୂତ୍ରାଶୟରୁ ସଙ୍କେତ ଆସିଲେ ମଧ୍ୟ ଉଠିବାର ଅକ୍ଷମତା ଯୋଗୁ ହୋଇପାରେ | [5] ବିଛଣା ମୂତ୍ରତ୍ୟାଗ ଦୁଇ ପ୍ରକାର ହୁଏ; ପ୍ରାଥମିକ ଶ୍ରେଣୀରେ ଶିଶୁ ଦୀର୍ଘ ସମୟ ଶୁଖିଲା ଥାଏ ଏବଂ ମାଧ୍ୟମିକ ଶ୍ରେଣୀରେ ଅତି କମ୍ରେ ଛଅ ମାସ ଶୁଖିଲା ରହିବା ପରେ ବିଛଣା ଓଦା ଆରମ୍ଭ ହୁଏ | [2]
ମୂଳ କାରଣ ଏବଂ ସମ୍ଭାବ୍ୟ ସହଯୋଗୀ ବ୍ୟାଧି ଉପରେ ଚିକିତ୍ସା ଆଧାରିତ ହୁଏ | [1] ଶୋଇବାକୁ ଯିବାର ୨ରୁ ୪ ଘଣ୍ଟା ପୂର୍ବରୁ ତରଳ ପଦାର୍ଥ ଦେବା ସୀମିତ ରଖିବା ରଖିବା ଏବଂ ଶୋଇବା ପୂର୍ବରୁ ମୂତ୍ରତ୍ୟାଗ କରି ଶୋଇବାକୁ ଉପଦେଶ ଦିଆ ଯାଇପାରେ | [1] ଏଥିରେ ଡେସମୋପ୍ରେସିନ୍ ଔଷଧ ଦିଆଯାଏ ଓ ବିଛଣା ମୂତ୍ରତ୍ୟାଗ ସମୟରେ ଏକ ଆଲାର୍ମ ବାଜିବା ବ୍ୟବସ୍ଥା କରାଯାଇପାରେ | [1] ଅନ୍ୟାନ୍ୟ ପ୍ରୟାସରେ କୋଷ୍ଠକାଠିନ୍ୟର ଚିକିତ୍ସା କରାଯାଏ | [1] ଯେଉଁମାନେ ଓଏସଏ (OSA)ରେ ଅଛନ୍ତି, ତାଙ୍କର ଟନ୍ସିଲେକ୍ଟୋମି ଅସ୍ତ୍ରୋପଚାର କରି ଏହି ବ୍ୟାଧିର ସମାଧାନ କରାଯାଇପାରେ | [1] ସମୟ କ୍ରମେ ଏହି ଅବସ୍ଥାର ସାଧାରଣତଃ ସମାଧାନ ହୋଇଯାଏ | [1] ଶିଶୁମାନଙ୍କର ଯତ୍ନ ନେଉଥିବା ବ୍ୟକ୍ତିଙ୍କୁ ସଠିକ ପରାମର୍ଶ ଦିଆଯିବା ସହିତ ଦଣ୍ଡର କୌଣସି ଭୂମିକା ରଖାଯାଏ ନାହିଁ । [1]
୫ ବର୍ଷ ବୟସରେ ୧୭ %, ୬ ବର୍ଷ ବୟସରେ ୧୩ %, ୭ ବର୍ଷ ବୟସରେ ୧୦% ଏବଂ ୧୫ ବର୍ଷ ବୟସରେ ୧.୫% ପିଲାମାନଙ୍କଠାରେ ବିଛଣା ମୂତ୍ରତ୍ୟାଗ ଏକ ସାଧାରଣ କଥା ଅଟେ। [2] ବାଳିକାମାନଙ୍କ ଅପେକ୍ଷା ପୁଅମାନେ ଅଧିକ ପ୍ରଭାବିତ ହୁଅନ୍ତି; ଯଦିଓ ୧୦ ବର୍ଷ ବୟସ ପରେ ଏହି ପାର୍ଥକ୍ୟ କମ୍ ହୋଇଯାଏ | [1] [2] ପ୍ରାଚୀନ ମିଶରୀୟମାନଙ୍କ ସମୟରୁ ଏହି ଅବସ୍ଥା ବର୍ଣ୍ଣନା କରାଯାଇଛି। [6] ଗ୍ରୀକ୍ ଭାଷାରେ ଏନୁରେସିସ ("enuresis") ଶବ୍ଦର ଅର୍ଥରୁ "ମୂତ୍ରତ୍ୟାଗ କରିବା" ଅଟେ | [7]