![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/3/3e/Desmopressin.svg/langor-640px-Desmopressin.svg.png&w=640&q=50)
ଡେସମୋପ୍ରେସିନ
From Wikipedia, the free encyclopedia
ଡେସମୋପ୍ରେସିନ (ଇଂରାଜୀରେ Desmopressin, ବିକ୍ରୟ ନାମ DDAVP) ଏକ ଔଷଧ ଯାହା ଡାଏବେଟିସ ଇନସିପିଡସ (diabetes insipidus), ରାତ୍ରୀକାଳୀନ ବିଛଣା ପରିସ୍ରା (bedwetting), ହେମୋଫିଲିଆ ଏ (hemophilia A), ଭନ ଉଇଲବ୍ରାଣ୍ଡ ଡିଜିଜ (von Willebrand disease), ଓ ଯୁରିମିଆ (high blood urea levels) ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବହୃତ ହୁଏ । ସାମାନ୍ୟ ଓ ମଧ୍ୟମ ଧରଣର ହେମୋଫିଲିଆ ଏ ଓ ଭନ ଉଇଲବ୍ରାଣ୍ଡ ଡିଜିଜ ରୋଗରେ ଏହି ଔଷଧ ଦିଆଯାଏ । ଏହା ନାକ ଭିତରେ, ଶିରାଭ୍ୟନ୍ତର ଇଞ୍ଜେକସନ ଆକାରରେ, ପାଟିରେ ଓ ଜିଭ ତଳେ ଦିଆଯାଏ । [1]
![]() | |
![]() | |
Clinical data | |
---|---|
Trade names | Ddavp, Minirin, other |
AHFS/Drugs.com | monograph |
Pregnancy category |
|
Routes of administration | IV, IM, SC, intranasal, by mouth, under the tongue |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | Variable; 0.08–0.16% (by mouth) |
Protein binding | 50% |
Elimination half-life | 1.5–2.5 hours |
Excretion | Kidney |
Identifiers | |
IUPAC name
| |
CAS Number | |
PubChem CID | |
IUPHAR/BPS | |
DrugBank |
|
ChemSpider |
|
UNII | |
KEGG |
|
ChEMBL | |
ECHA InfoCard | 100.037.009 ![]() |
Chemical and physical data | |
Formula | C46H64N14O12S2 |
Molar mass | 1069.22 g/mol |
3D model (JSmol) | |
SMILES
| |
InChI
| |
![]() ![]() |
ସାଧାରଣ ପ୍ରତିକ୍ରିୟାରେ ମୁଣ୍ଡବଥା, ତରଳ ଝାଡ଼ା, ଅଳ୍ପ ସୋଡ଼ିଅମ ରକ୍ତତା ଇତ୍ୟାଦି ଲକ୍ଷଣ ଦେଖାଯାଏ । ରକ୍ତରେ ଅଳ୍ପ ସୋଡ଼ିଅମ ଥିବା ଯୋଗୁ ବାତ (seizures) ମାରିପାରେ । ବୃକ୍କ ସମସ୍ୟା ବା ସ୍ୱଳ୍ପ ରକ୍ତ ସୋଡ଼ିଅମ ଥିଲେ ଏହି ଔଷଧ ଦିଆଯାଏନାହିଁ । ଗର୍ଭାବସ୍ଥାରେ ଏହା ନିରାପଦ ଜଣାଯାଏ । ଏହା ଭାସୋପ୍ରେସିନ (vasopressin) ହରମୋନର (hormone) ଏକ କୃତ୍ରିମ (synthetic) ପ୍ରସ୍ତୁତି ଯାହା ମୂତ୍ର ତିଆରି କମେଇଦିଏ ।[1]
ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୭୮ରେ ଡାକ୍ତରୀ ବ୍ୟବହାର ନିମନ୍ତେ ଡେସମୋପ୍ରେସିନ ସ୍ୱୀକୃତିପ୍ରାପ୍ତ ହେଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[2] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ।[1] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ଔଷଧର ଗୋଟିଏ ମାସର ଖର୍ଚ୍ଚ ପ୍ରାୟ ୧୦୦ରୁ ୨୦୦ ଆମେରିକୀୟ ଡଲାର ।[3]