![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/c/c6/Arginine_vasopressin3d.png/640px-Arginine_vasopressin3d.png&w=640&q=50)
ଡାଏବେଟିସ ଇନସିପିଡସ
From Wikipedia, the free encyclopedia
ଡାଏବେଟିସ ଇନସିପିଡସ ବା ଡିଆଇ (ଇଂରାଜୀ ଭାଷାରେ Diabetes insipidus ବାDI) ଏକ ପ୍ରକାର ରୋଗ (condition) ଯେଉଁଥିରେ ପଲିୟୁରିଆ ବା ପ୍ରଚୁର ପରିମାଣର ପତଳା ପରିସ୍ରା (large amounts of dilute urine) ହୁଏ ଓ ପଲିଡିପସିଆ ବା ଅତ୍ୟଧିକ ଶୋଷ (increased thirst) ହୁଏ ।[1] ଏହି ପରିସ୍ରାର ପରିମାଣ ଦୈନିକ ୨୦ ଲିଟର ପର୍ଯ୍ୟନ୍ତ ହୋଇପାରେ ।[1] ପରିସ୍ରାର ସାନ୍ଦ୍ରତା ଉପରେ ତରଳ ପଦାର୍ଥ କମ କଲେ ମଧ୍ୟ କୌଣସି ପ୍ରଭାବ ପଡ଼େନାହିଁ ।[1] ରୋଗ ଜଟିଳ ହେଲେ ନିର୍ଜଳନ (dehydration) ବା ଅପସ୍ମାର ବାତ ହୋଇପାରେ । [1]
ଡାଏବେଟିସ ଇନସିପିଡସ | |
---|---|
![]() | |
ବିଭାଗ | ଅନ୍ତଃସ୍ରାବୀ ବିଜ୍ଞାନ (Endocrinology) ପ୍ରତିଶବ୍ଦ- ପିଟୁଇଟାରି ଡାଏବେଟିସ ଇନସିପିଡସ (Pituitary diabetes insipidus) |
ଲକ୍ଷଣ | ପ୍ରଚୁର ପରମାଣର ପତଳା (dilute) ପରିସ୍ରା, ଅତ୍ୟଧିକ ଭୋକ [1] |
ଆକ୍ରାନ୍ତ ସମୟ | ଯେ କୌଣସି ବୟସ[2][3] |
କାରଣ | ପ୍ରକାର ଉପରେ ନିର୍ଭର[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ପରିସ୍ରା ପରୀକ୍ଷା (Urine tests), ରକ୍ତ ପରୀକ୍ଷା blood tests, ଫ୍ଲୁଇଡ ଡେପ୍ରିଭେସନ ଟେଷ୍ଟ (fluid deprivation test)[1] |
ସଠିକ ରୋଗ ନିର୍ଣ୍ଣୟ | ଭେଦାତ୍ମକ ନିର୍ଣ୍ଣୟ - ମଧୁମେହ [1] |
ଔଷଧ | ଡେସମୋପ୍ରେସିନ, ଥିଆଜାଇଡସ (thiazides), ଆସ୍ପିରିନ [1] |
ଚିକିତ୍ସା | ପ୍ରଚୁର ଜଳ ପାନ [1] |
Prognosis | ଚିକିତ୍ସାରେ ଉନ୍ନତି ହୁଏ । [1] |
ପୁନଃପୌନିକ | ଏକ ଲକ୍ଷ ଲୋକରେ ବାର୍ଷିକ ୩ ଜଣ ଆକ୍ରାନ୍ତ ହୁଅନ୍ତି ।[4] |
ଚାରି ପ୍ରକାର ଡିଆଇ ରୋଗ ଦେଖାଯାଏ । [1] ଯଥେଷ୍ଟ ଭାସୋପ୍ରେସିନ (vasopressin) ବା ଆଣ୍ଟିଡାଇୟୁରେଟିକ ହରମୋନ (antidiuretic hormone) ଅଭାବ ଯୋଗୁ କେନ୍ଦ୍ରୀୟ ବା ସେଣ୍ଟ୍ରାଲ ଡିଆଇ ରୋଗ ହୁଏ ।[1] ହାଇପୋଥାଲାମସ (hypothalamus) ବା ପିଟୁଇଟାରି ଗ୍ରନ୍ଥି (pituitary gland) ଆଘାତ ଯୋଗୁ ବା ଜେନେଟିକ (genetics) କାରଣ ଯୋଗୁ ଏହି ରୋଗ ହୁଏ ।[1] ଭାସୋପ୍ରେସିନ ହରମୋନକୁ ବୃକ୍କ ସଠିକ ଭାବରେ ନକଲେ ନେଫ୍ରୋଜେନିକ ଡିଆଇ (Nephrogenic diabetes insipidus ବା (NDI) ହୁଏ ।[1] ହାଇପୋଥାଲାମସରେ ଶୋଷ (thirst) ମେକାନିଜ୍ମରେ ତୃଟି ରହିଲେ ଡିପସୋଜେନିକ ଡିଆଇ ହୁଏ ଓ ଗର୍ଭାବସ୍ଥାରେ ଜେସ୍ଟେସନାଲ ଡିଆଇ ରୋଗ ହୁଏ ।[1] ପରିସ୍ରା ପରୀକ୍ଷା (urine tests), ରକ୍ତ ପରୀକ୍ଷା (blood tests) ଓ ଫ୍ଲୁଇଡ ଡେପ୍ରାଇଭେସନ (fluid deprivation test) ଟେଷ୍ଟ କରି ଏହି ରୋଗ ନିର୍ଣ୍ଣୟ କରାଯାଏ ।[1] ମଧୁମେହ ବା ଡାଏବେଟିସ ମେଲାଇଟସ ଏକ ପୃଥକ ରୋଗ ଯେଉଁଥିରେ ଡିଆଇ ରୋଗ ଭଳି ପ୍ରଚୁର ପରିସ୍ରା ହୁଏ ।[1]
ଏହି ରୋଗରେ ନିର୍ଜଳନରୁ ରକ୍ଷା କରିବା ନିମନ୍ତେ ଯଥେଷ୍ଟ ତରଳ ପଦାର୍ଥ ଦିଆଯାଏ ।[1] ରୋଗର ପ୍ରକାର ଅନୁସାରେ ଅନ୍ୟାନ୍ୟ ଚିକିତ୍ସା କରାଯାଏ ।[1] ସେଣ୍ଟ୍ରାଲ ଓ ଜେସ୍ଟେସନାଲ ଡିଆଇରେ ଡେସମୋପ୍ରେସିନ ଦିଆଯାଏ ।[1] ନେଫ୍ରୋଜେନିକ ରୋଗରେ ଅନ୍ତର୍ନିହିତ ରୋଗ ଅନୁସାରେ ବା ଥିଆଜାଇଡ (thiazide), ଆସ୍ପିରିନ ବା ଆଇବୁପ୍ରୋଫେନ୍ ଦିଆଯାଏ ।[1] ପ୍ରତି ୧୦୦,୦୦୦ ଲୋକରେ ବାର୍ଷିକ ୩ ଜଣ ଏହି ରୋଗରେ ଆକ୍ରାନ୍ତ ହୁଅନ୍ତି ।[4] ଦଶରୁ କୋଡ଼ିଏ ବର୍ଷ ବୟସ ମଧ୍ୟରେ ସେଣ୍ଟ୍ରାଲ ଡିଆଇ ପୁରୁଷ ଓ ମହିଳାଙ୍କୁ ସମ ଭାବରେ ଆକ୍ରମଣ କରେ ।[2] ନେଫ୍ରୋଜେନିକ ଡିଆଇ ଯେକୋଣସି ବୟସରେ ଆରମ୍ଭ ହୋଇପାରେ ।[3] ଡାଏବେଟି ଶବ୍ଦଟି ଏକ ଗ୍ରୀକ ଶବ୍ଦରୁ ନିଆଯାଇଛି ଯାହାର ଇଂରାଜୀ ପ୍ରତିଶବ୍ଦ ସାଇଫନ (siphon) ।[5]