From Wikipedia, the free encyclopedia
କୋଷ୍ଠକାଠିନ୍ୟ (ଇଂରାଜୀ ଭାଷାରେ Constipation) ଏକ ଅବସ୍ଥା ଯେଉଁଥିରେ କଠିନ ମଳତ୍ୟାଗ କଦବା କେମିତି ହୁଏ ।[2] ଅଧିକାଂଶ ସମୟରେ ମଳ ଶୁଖିଲା ଓ କଠିନ ଥାଏ ।[4] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ପେଟ ଯନ୍ତ୍ରଣା, ପେଟ ଫୁଲା ଓ ଅନ୍ତନଳୀ କାମ ନ କରିବା ଅନୁଭବ ହୁଏ ।[3] ଜଟିଳ ହେଲେ ଅର୍ଶ (hemorrhoids), ମଳାଶୟ ଫିସର୍ (anal fissure) ବା ମଳ ଜାମ୍ (fecal impaction) ହୋଇଯାଏ । ସାଧାରଣତଃ ବୟଃପ୍ରାପ୍ତ ଲୋକ ଦିନକୁ ୩ ଥରରୁ ସପ୍ତାହକୁ ୩ ଥର ମଳ ତ୍ୟାଗ କରନ୍ତି ।[4] ଛୋଟ ଶିଶୁ ଦିନକୁ ୩ରୁ ୪ଥର ଓ ବଡ଼ ପିଲା ଦିନକୁ ୨-୩ ଥର ମଳ ତ୍ୟାଗ କରନ୍ତି ।[8]
କୋଷ୍ଠକାଠିନ୍ୟ | |
---|---|
ଇଂରାଜୀ ପ୍ରତିଶବ୍ଦ କୋସ୍ଟିଭନେସ୍ (Costiveness),[1] ଓ ଡିସକେଜିଆ (dyschezia)[2] | |
ବିଭାଗ | ଜଠରାନ୍ତ୍ର ବିଜ୍ଞାନ (Gastroenterology) |
ଲକ୍ଷଣ | କଠିନ ଅନ୍ତ୍ର ଚାଳନ (bowel movements), ପେଟ ଯନ୍ତ୍ରଣା ଓ ପେଟ ଫୁଲା । [3][2] |
କାରଣ | କୋଲୋନ ମଧ୍ୟରେ ମଳର ଧୀର ସଞ୍ଚାଳନ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (irritable bowel syndrome), ସିଲିଆକ ଡିଜିଜ (celiac disease), ପେଲଭିକ ଫ୍ଲୋର (pelvic floor) ବେମାରୀଗଣ ଓ ନନ୍ ସିଲିଆକ ଗ୍ଲୁଟେନ ସେନ୍ସିଟିଭିଟି (non-celiac gluten sensitivity) ।[4][5][6] |
ବିପଦ କାରକ | ହାଇପୋଥାଇରଏଡିଜ୍ମ (Hypothyroidism), ମଧୁମେହ, ପାର୍କିନ୍ସନ୍ ରୋଗ, ଗ୍ଲୁଟେନ ସମ୍ପର୍କୀୟ ବେମାରୀ (gluten-related disorders), ଲୋଲୋନ କର୍କଟ (colon cancer), ଡାଇଭର୍ଟିକୁଲାଇଟିସ (diverticulitis), ଇନଫ୍ଲାମେଟାରି ବାୱେଲ ଡିଜିଜ (inflammatory bowel disease) ଓ କେତେକ ଔଷଧ ।[4][5][6] |
ଔଷଧ | ପରିମାଣ ବୃଦ୍ଧିକାରୀ ରେଚକ (Laxatives of the (bulk forming agent), ଅସମୋଟିକ ଏଜେଣ୍ଟ (osmotic agent), ମଳ ନରମକାରୀ (stool softener), ବା (ଲୁବ୍ରିକାଣ୍ଟ ଟାଇପ) ବା (lubricant type)[4] |
ଚିକିତ୍ସା | ଯଥେଷ୍ଟ ପାଣି ପିଇବା, ଫାଇବର ଥିବା ଖାଦ୍ୟ (fiber) ଖାଇବା ଓ ବ୍ୟାୟାମ ।[4] |
ପୁନଃପୌନିକ | ୨-୩୦%[7] |
କୋଷ୍ଠକାଠିନ୍ୟର ଅନେକ କାରଣ ଅଛି । ସାଧାରଣ କାରଣମାନଙ୍କ ମଧ୍ୟରେ କୋଲୋନ ମଧ୍ୟରେ ମଳର ଧୀର ସଞ୍ଚାଳନ, ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ (irritable bowel syndrome), ସିଲିଆକ ଡିଜିଜ (celiac disease), ପେଲଭିକ ଫ୍ଲୋର (pelvic floor) ବେମାରୀଗଣ ଓ ନନ୍ ସିଲିଆକ ଗ୍ଲୁଟେନ ସେନ୍ସିଟିଭିଟି (non-celiac gluten sensitivity) । ଅନ୍ତର୍ନିହିତ ଅନ୍ୟାନ୍ୟ ରୋଗମାନଙ୍କ ନାମ ହାଇପୋଥାଇରଏଡିଜ୍ମ (Hypothyroidism), ମଧୁମେହ, ପାର୍କିନ୍ସନ୍ ରୋଗ, ଗ୍ଲୁଟେନ ସମ୍ପର୍କୀୟ ବେମାରୀ (gluten-related disorders), କୋଲୋନ କର୍କଟ, ଡାଇଭର୍ଟିକୁଲାଇଟିସ (diverticulitis), ଇନଫ୍ଲାମେଟାରି ବାୱେଲ ଡିଜିଜ (inflammatory bowel disease) ।[4][9][5][6] କୋଷ୍ଠକାଠିନ୍ୟ ସୃଷ୍ଟି କରୁଥିବା କେତେକ ଔଷଧମାନଙ୍କ ନାମ ଓପିଅଏଡ (opioids), କେତେକ ଆଣ୍ଟାସିଡ (antacids), କ୍ୟାଲସିଅମ ଚ୍ୟାନେଲ ବ୍ଲକର (calcium channel blockers) ଓ ଆଣ୍ଟକଲିନର୍ଜିକ୍ସ (anticholinergics) । [4] ଓପିଅଏଡ ସେବନ କରୁଥିବା ଲୋକଙ୍କ ମଧ୍ୟରୁ ୯୦% ଲୋକଙ୍କର କୋଷ୍ଠକାଠିନ୍ୟ ହୁଏ ।[10] କୋଷ୍ଠକାଠିନ୍ୟ ସାଥୀରେ ଆନିମିଆ, ରକ୍ତମିଶା ମଳ (blood is present in the stool), ବୃଦ୍ଧାବସ୍ଥାରେ କୋଷ୍ଠକାଠିନ୍ୟ, ଇନଫ୍ଲାମେଟରି ବାୱେଲ ରୋଗ (Inflammatory bowel disease) ବା କୋଲୋନ କର୍କଟ ରୋଗର ଇତିହାସ ପରିବାରରେ ଥିଲେ ଚିନ୍ତାର ବିଷୟ ହୁଏ ।[11]
କୋଷ୍ଠକାଠିନ୍ୟର ପ୍ରକାର ଓ ଅବଧି ଉପରେ ଚିକିତ୍ସା ନିର୍ଭର କରେ । ପ୍ରଚୁର ତରଳ ପଦାର୍ଥ ପାନ, ଫାଇବର ଥିବା ଖାଦ୍ୟ (fiber) ଖାଇବା ଓ ବ୍ୟାୟାମ କଲେ ଅନେକ ଉପକାର ହୁଏ । ଏହାଦ୍ୱାରା ଉପକାର ନହେଲେ ପରିମାଣ ବୃଦ୍ଧିକାରୀ ରେଚକ (Laxatives of the bulk forming agent), ଅସମୋଟିକ ଏଜେଣ୍ଟ (osmotic agent), ମଳ ନରମକାରୀ (stool softener), ବା ଲୁବ୍ରିକାଣ୍ଟ ଟାଇପ (lubricant type) ଦିଆଯାଏ । ଏହା ସତ୍ତ୍ୱେ ଉପକାର ନ ମିଳିଲେ ଉତ୍ତେଜକ ରେଚକ (Stimulant laxatives) ଦିଆଯାଏ । ଅନ୍ୟ ଏକ ଚିକିତ୍ସା ବାୟୋଫିଡବ୍ୟାକ (biofeedback) ବା କ୍ୱଚିତ ଅପରେଶନ କରାଯାଇପାରେ । [4]
ମୋଟ ଜନସଂଖ୍ୟାର ୨ରୁ ୩% ଲୋକ ଏହି ରୋଗରେ ପୀଡ଼ିତ ହୁଅନ୍ତି ।[7] ଜରାଶ୍ରମରେ ବାସ କରୁଥିବା ଲୋକଙ୍କ ମଧ୍ୟରୁ ୫୦-୭୦% ଲୋକଙ୍କର ଏହି ରୋଗ ହୁଏ ।[10] ଯୁକ୍ତରାଷ୍ଟ୍ର ଆମେରିକାରେ ଲୋକମାନେ ଏହି ରୋଗ ବାବଦ ବାର୍ଷିକ ପ୍ରାୟ ୨୫୦ ନିୟୁତ ଆମେରିକୀୟ ଡଲାରରୁ ଅଧିକ ଖର୍ଚ୍ଚ କରନ୍ତି ।[12]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.