From Wikipedia, the free encyclopedia
ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ (ଆଇବିଏସ) ଏକ ଲକ୍ଷଣ ସମୂହ ଯେଉଁଥିରେ ପେଟ ଯନ୍ତ୍ରଣା, ଅନ୍ତର୍ନିହିତ ଅସୁବିଧା ନ ଥାଇ ମଳ ତ୍ୟାଗ ସମୟର ପରିବର୍ତ୍ତନ ପରିଲକ୍ଷିତ ହୁଏ ।[1] ବହୁତ ସମୟ ଧରି ଏପରିକି ବର୍ଷ ବର୍ଷ ଧରି ଏହି ରୋଗ ଲକ୍ଷଣ ଦେଖାଯାଏ ।[2] ରୋଗୀର ତରଳ ଝାଡ଼ା, କୋଷ୍ଠ କାଠିନ୍ୟ, ଉଭୟ ଥିବା ବା କିଛି ନ ଥିବାକୁ ନେଇ ଏହି ରୋଗକୁ ଯଥାକ୍ରମେ ଚାରି ଶ୍ରେଣୀରେ (ଆବିଏସ-ଡି, ଆବିଏସ-ସି, ଆବିଏସ-ଏମ୍ ବା ଆବିଏସ-ୟୁ) ବିଭକ୍ତ କରାଯାଇଛି ।[1] ଏହି ରୋଗ ଜୀବନର ମାନକୁ ପ୍ରଭାବିତ କରିବାରୁ କାମ ବା ସ୍କୁଲ ପାଠରେ ବ୍ୟାଘାତ ହୁଏ ।[3] ଉତ୍କଣ୍ଠା, ମେଜର ଅବସାଦ ଓ କ୍ରନିକ୍ ଫ୍ୟାଟିଗ୍ ସିଣ୍ଡ୍ରୋମ୍ ଆଦି ଲକ୍ଷଣ ଆଇବିଏସ୍ରେ ଦେଖାଯାଏ ।[4][1]
ଏହି ରୋଗର କାରଣ ଅଦ୍ୟାବଧି ଅସ୍ପଷ୍ଟ ।[2] ବିଭିନ୍ନ ପରିକଳ୍ପନା ଅନୁଯାୟୀ ଅନ୍ତନଳୀ-ମସ୍ତିଷ୍କ ଆକ୍ସିସ୍ ସମସ୍ୟା, କ୍ଷୁଦ୍ରାନ୍ତ୍ର ଜୀବାଣୁ ସଂଖ୍ୟା ଅତିବୃଦ୍ଧି, ଜେନେଟିକ କାରକ, ଖାଦ୍ୟ ସମ୍ଭେଦନଶୀଳତା ଓ ଅନ୍ତନଳୀ ଚଳନ ସମସ୍ୟା ଯୋଗୁ ରୋଗ ହେଉଛି । [2] ଅନ୍ତନଳୀ ସଂକ୍ରମଣ ଏହାକୁ ସକ୍ରିୟ କରୁଥାଇପାରେ,[5] ବା ଚାପଯୁକ୍ତ ଜୀବନର ଭୂମିକା ଥାଇପାରେ ।[6] ଏହି ରୋଗ ଏକ କାର୍ଯ୍ୟତ୍ମକ ବେମାରୀ ।[1] ଚିନ୍ତା ଜନକ ବୈଶିଷ୍ଟ୍ୟ ନ ଥିଲେ ଲକ୍ଷଣ ଓ ଚିହ୍ନ ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[7] ବୟସ ୫୦ରୁ ଉର୍ଦ୍ଧ୍ୱ, ଓଜନ ହ୍ରାସ, ମଳରେ ରକ୍ତ ଓ ପରିବାରରେ ଏହି ରୋଗ ଇତିହାସ ଥିଲେ ଚିନ୍ତା ଜନକ ଅବସ୍ଥା ବୋଲି ଚିଚାର କରାଯାଏ ।[7] ଅନୁରୂପ ଲକ୍ଷଣମାନ ସିଲିଆକ୍ ରୋଗ, ଅଣୁବୀକ୍ଷଣୀୟ କୋଲାଇଟିସ୍, ପ୍ରଦାହସମ୍ପନ୍ନ ଅନ୍ତନଳୀ ରୋଗ, ବାଇଲ ଏସିଡ ମାଲଆବସର୍ପସନ୍, ଓ କୋଲୋନ କର୍କଟ ଇତ୍ୟାଦି ରୋଗମାନଙ୍କରେ ଦେଖାଯାଏ ।[7] ଅଦ୍ୟାବଧି ଏହି ରୋଗ ଆରୋଗ୍ୟ ହୁଏ ନାହିଁ ।[8] ଲକ୍ଷଣ ଉପସମ ନିମନ୍ତେ ଚିକିତ୍ସା କରାଯାଏ ।[8] ଖାଦ୍ୟ ପରିବର୍ତ୍ତନ, ଔଷଧ, ପ୍ରୋବାୟୋଟିକ ଓ ଉପଦେଶ ଇତ୍ୟାଦି ଉପଚାରଦ୍ୱାର ଚିକିତ୍ସା କରାଯାଏ ।[8] ଦ୍ରବିଭୁତକ୍ଷମ ଫାଇବର ଥିବା ଖାଦ୍ୟ, ଗ୍ଲୁଟେନ ନ ଥିବା ଖାଦ୍ୟ ଓ କମ୍ ଫରମେଣ୍ଟ ହେଉଥିବା ଓଲିଗୋସାକାରାଇଡ, ଡାଇସାକାରାଇଡ, ମୋନୋସାକାରାଇଡ ଓ ପୋଲ୍ୟୋଲ ଖାଦ୍ୟ (FODMAP) ଦେବା ଆବଶ୍ୟକ ।[9][7] ତରଳ ଝାଡ଼ା ହେଉଥିଲେ ଲୋପେରାମାଇଡ, କୋଷ୍ଠ କାଠିନ୍ୟ ହେଉଥିଲେ ରେଚକ (laxative) ଦିଆଯାଏ ।[7] ଅବସାଦରୋଧୀ ଔଷଧଦ୍ୱାରା ଯନ୍ତ୍ରଣା ଓ ଅନ୍ୟାନ୍ୟ ଲକ୍ଷଣରେ ଉନ୍ନତି ହୁଏ ।[7] ଏହି ରୋଗୀର ଯତ୍ନରେ ରୋଗୀକୁ ଶିକ୍ଷା ଓଡାକ୍ତର–ରୋଗୀ ସମ୍ପର୍କର ବହୁତ ମହତ୍ତ୍ୱ ଅଛି ।[10][7]
ବିକଶିତ ଦେଶମାନଙ୍କରେ ପ୍ରାୟ ୧୦ରୁ ୧୫% ଲୋକ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ରେ ପୀଡ଼ିତ ହୁଅନ୍ତି ।[1][11] ଦକ୍ଷିଣ ଆମେରିକାରେ ଏହା ସାଧାରଣତଃ ଦେଖାଯାଏ ଓ ଦକ୍ଷିଣପୂର୍ବ ଏସିଆରେ ଅଳ୍ପ ସାଧାରଣ ଭାବେ ଦେଖାଯାଏ ।[7] ବୟସ ୪୫ ପୂର୍ବରୁ ପୁରୁଷଙ୍କ ଅପେକ୍ଷା ମହିଳାଙ୍କୁ ଏହି ରୋଗ ୨ ଗୁଣ ଅଧିକ ହୁଏ । [1] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ଏହି ରୋଗ ଅଳ୍ପ ଦେଖାଯାଏ ।[7] ଏହି ରୋଗ ଆୟୁଷ କମାଏ ନାହିଁ ବା ସାଂଘାତିକ ରୋଗ ଦିଗକୁ ଗତି କରାଏ ନାହିଁ ।[12] ଏହି ରୋଗର ପ୍ରଥମ ବର୍ଣ୍ଣନା ସନ ୧୮୨୦ରେ କରାଯାଇଥିଲେ ମଧ୍ୟ ଆଧୁନିକ ନାମ ଇରିଟେବ୍ଲ ବାୱେଲ ସିଣ୍ଡ୍ରୋମ୍ ସନ ୧୯୪୪ରେ ବ୍ୟବହାର କରାଗଲା ।[13]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.