![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/d/db/Tonsillectomy09.jpg/640px-Tonsillectomy09.jpg&w=640&q=50)
ଟନସିଲେକ୍ଟୋମି
ଗଳାରେ ଥିବା ପାଲାଟାଇନ ଟନସିଲଦ୍ୱୟ ସମ୍ପୁର୍ଣ୍ଣ ଭାବରେ ବାହାର କରିଦିଆଯାଏ । / From Wikipedia, the free encyclopedia
ଟନସିଲେକ୍ଟୋମି (ଇଂରାଜୀ ଭାଷାରେ Tonsillectomy) ଏକ ଅସ୍ତ୍ରୋପଚାର ବା ଅପରେଶନ (surgical procedure) ଯେଉଁଥିରେ ଗଳାରେ ଥିବା ପାଲାଟାଇନ ଟନସିଲଦ୍ୱୟ (palatine tonsil) ସମ୍ପୁର୍ଣ୍ଣ ଭାବରେ ବାହାର କରିଦିଆଯାଏ ।[1] ଏହି ଅପରେଶନ ମୂଖ୍ୟତଃ ଗଳା ସଂକ୍ରମଣ (throat infections) ଓ ଅବସ୍ଟ୍ରକ୍ଟିଭ ସ୍ଲିପ ଆପନିଆ (ଓଏସଏ) (obstructive sleep apnea ବା OSA) ରୋଗ ନିମନ୍ତେ କରାଯାଏ ।[1] ବାରମ୍ବାର ଗଳା ସଂକ୍ରମଣ ଥିବା ରୋଗୀଙ୍କର ଅପରେଶନ ପରେ ୨/୩ ବର୍ଷ ପାଇଁ ଅଳ୍ପ ସଂକ୍ରମଣ ହୁଏ କିନ୍ତୁ ଦୀର୍ଘକାଳୀନ ଉପକାର ବିଷୟ ସ୍ପଷ୍ଟ ହୋଇନାହିଁ । [1][2] ଓଏସଏ ରୋଗରେ ଜୀବନଚର୍ଯ୍ୟାରେ (quality of life) ଉନ୍ନତି ଘଟେ । [3]
ଟନସିଲେକ୍ଟୋମି | |
---|---|
ହସ୍ତକ୍ଷେପ | |
![]() ଟନସିଲେକ୍ଟୋମି ଅପରେଶନର ୩ ଦିନ ପରେ ଗଳା ପଛ ପାଖର ଦୃଶ୍ୟ । | |
ICD-9-CM | ଛାଞ୍ଚ:ICD9proc-ଛାଞ୍ଚ:ICD9proc |
MeSH | D014068 |
MedlinePlus | 003013 |
ଅପରେଶନ ପରବର୍ତ୍ତୀ ସମୟରେ ବାନ୍ତି, ଖାଇବା ସମସ୍ୟା, ଗଳା ଯନ୍ତ୍ରଣା, କଥା କହିବା ସମସ୍ୟା ଓ ରକ୍ତସ୍ରାବ ହୋଇପାରେ । [1] ଅପରେଶନର ଏକ ଦିନ ମଧ୍ୟରେ ଓ ତା'ପରେ ଦୁଇ ଦିନ ମଧ୍ୟରେ ରକ୍ତସ୍ରାବ ହୋଇପାରେ । [1] ଫଳରେ ପ୍ରାୟ ୨,୩୬୦ ଅପରେଶନ ପରେ ଜଣକର ମୃତ୍ୟୁ ହୋଇପାରେ ।[1] ଅପରେଶନ ପରବର୍ତ୍ତୀ ଯନ୍ତ୍ରଣା ଲାଘବ ନିମନ୍ତେ ଆଇବୁପ୍ରୋଫେନ୍ ଓ ପାରାସେଟାମୋଲ ଦିଆଯାଇପାରେ ।[1] ଧାତୁ ଯନ୍ତ୍ରପାତି (metal instruments) ବା ଇଲେକ୍ରୋକଟେରି (electrocautery) ସାହାଯ୍ୟରେ ଅପରେଶନ କରାଯାଏ ।[1][4] ଟନସିଲ ସହିତ ଆଡେନଏଡ (adenoid) ବାହାର କରିବା ଅପରେଶନକୁ ଆଡେନୋଟନସିଲେକ୍ଟୋମି କୁହାଯାଏ । [1]
ଏହି ଅପରେଶନର ବର୍ଣ୍ଣନା ସନ ୦୦୫୦ରେ ସେଲସସ୍ (Celsus) କରିଥିଲେ ।[5] ସନ ୨୦୧୦ରେ ସନ ୧୯୭୦ ଅପେକ୍ଷା କମ୍ ଅପରେଶନ ହେଉଥିଲା କିନ୍ତୁ ବାହ୍ୟ ରୋଗୀ ବିଭାଗରେ ଏହା ଦ୍ୱିତୀୟ ସର୍ବାଧିକ ସଂଖ୍ୟକ ଅପରେଶନ ଥିଲା ।[1] ସନ ୨୦୧୩ରେ ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କୁ ଏହି ଅପରେଶନ ନିମନ୍ତେ ଯୁକ୍ତରାଷ୍ଟ୍ର ଆମେରିକାରେ ୪,୪୦୦ ଡଲାର ଖର୍ଚ୍ଚ କରିବାକୁ ହେଉଥିଲା ।[6]