![cover image](https://wikiwandv2-19431.kxcdn.com/_next/image?url=https://upload.wikimedia.org/wikipedia/commons/thumb/d/de/Jagannath_Temple_on_2022_Snana_Jatra.jpg/640px-Jagannath_Temple_on_2022_Snana_Jatra.jpg&w=640&q=50)
ଜଗନ୍ନାଥ ମନ୍ଦିର
ହିନ୍ଦୁଧର୍ମର ଚାରିଧାମ ମଧ୍ୟରେ ଅନ୍ୟତମ / From Wikipedia, the free encyclopedia
ଜଗନ୍ନାଥ ମନ୍ଦିର (ବଡ଼ଦେଉଳ, ଶ୍ରୀମନ୍ଦିର ନାମରେ ମଧ୍ୟ ଜଣା) ଓଡ଼ିଶାର ପୁରୀ ସହରର ମଧ୍ୟଭାଗରେ ଅବସ୍ଥିତ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ ଶ୍ରୀସୁଦର୍ଶନ ପୂଜିତ ହେଉଥିବା ଏକ ପୁରାତନ ଦେଉଳ । ଓଡ଼ିଶାର ସଂସ୍କୃତି ଏବଂ ଜୀବନ ଶୈଳୀ ଉପରେ ଏହି ମନ୍ଦିରର ସବିଶେଷ ସ୍ଥାନ ରହିଛି । କଳିଙ୍ଗ ସ୍ଥାପତ୍ୟ କଳାରେ ନିର୍ମିତ ଏହି ଦେଉଳ ବିଶ୍ୱର ପୂର୍ବ-ଦକ୍ଷିଣ (ଅଗ୍ନିକୋଣ)ରେ ଭାରତ, ଭାରତର ଅଗ୍ନିକୋଣରେ ଓଡ଼ିଶା, ଓଡ଼ିଶାର ଅଗ୍ନିକୋଣରେ ଅବସ୍ଥିତ ପୁରୀ, ପୁରୀର ଅଗ୍ନିକୋଣରେ ଶ୍ରୀବତ୍ସଖଣ୍ଡଶାଳ ରୀତିରେ ନିର୍ମିତ ବଡ଼ଦେଉଳ ଏବଂ ବଡ଼ଦେଉଳର ଅଗ୍ନିକୋଣରେ ରୋଷଶାଳା, ଯେଉଁଠାରେ ମନ୍ଦିର ନିର୍ମାଣ କାଳରୁ ଅଗ୍ନି ପ୍ରଜ୍ଜ୍ୱଳିତ ହୋଇଥାଏ । ଏହା ମହୋଦଧିତୀରେ ଥିଲେ ହେଁ ଏଠାରେ କୂଅ ଖୋଳିଲେ ଲୁଣପାଣି ନ ଝରି ମଧୁରଜଳ ଝରିଥାଏ।[ଆଧାର ଲୋଡ଼ା] ୧୯୭୫ ମସିହାରେ ଶ୍ରୀମନ୍ଦିରକୁ ଜାତୀୟ କୀର୍ତ୍ତି ରୂପେ ଘୋଷଣା କରାଯାଇଛି ।
![ଜଗନ୍ନାଥ ମନ୍ଦିର](http://upload.wikimedia.org/wikipedia/commons/thumb/d/de/Jagannath_Temple_on_2022_Snana_Jatra.jpg/640px-Jagannath_Temple_on_2022_Snana_Jatra.jpg)
- ଏହି ଲେଖାଟି 'ପୁରୀରେ ଥିବା ଜଗନ୍ନାଥ ମନ୍ଦିର' ବାବଦରେ । ବାକି ସବୁ 'ଜଗନ୍ନାଥ ମନ୍ଦିର' ପାଇଁ, ଜଗନ୍ନାଥ ମନ୍ଦିର (ବହୁବିକଳ୍ପ) ପ୍ରସଙ୍ଗଟି ଦେଖନ୍ତୁ ।
Quick Facts ଜଗନ୍ନାଥ ମନ୍ଦିର, Religion ...
ଜଗନ୍ନାଥ ମନ୍ଦିର | ||||||||
---|---|---|---|---|---|---|---|---|
ଶ୍ରୀମନ୍ଦିର, ପୁରୀ | ||||||||
Religion | ||||||||
ଅନୁବନ୍ଧଗୁଡ଼ିକ | ହିନ୍ଦୁ ଧର୍ମ | |||||||
District | ପୁରୀ | |||||||
Governing body | ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି, ପୁରୀ | |||||||
Location | ||||||||
ସ୍ଥାନ | ପୁରୀ | |||||||
Country | ![]() | |||||||
Architecture | ||||||||
Type | କଳିଙ୍ଗ ସ୍ଥାପତ୍ୟ କଳା | |||||||
ଚୋଡ଼ଗଙ୍ଗ ଦେବ | ||||||||
Elevation | 65 m (213 ft) | |||||||
Website | ||||||||
http://jagannath.nic.in/ |
Close
ଚାରି ଧାମବଦ୍ରୀନାଥ • ରାମେଶ୍ଵରମ ଦ୍ଵାରକା • ପୁରୀ |
---|
![](http://upload.wikimedia.org/wikipedia/commons/thumb/5/55/Jagannath_Temple%2C_Puri.jpg/640px-Jagannath_Temple%2C_Puri.jpg)