ସୁଭଦ୍ରା
ମହାଭାରତର ଏକ ଚରିତ୍ର / From Wikipedia, the free encyclopedia
ଶ୍ରୀମନ୍ଦିରରେ ପୂଜା ପାଉଥିବା ସୁଭଦ୍ରା ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ଭଗିନୀ । ଦ୍ୱାପର ଯୁଗରେ ସୁଭଦ୍ରା ଶ୍ରୀକୃଷ୍ଣ ଓ ଶ୍ରୀବଳରାମଙ୍କ ଭଗିନୀ । ନନ୍ଦଙ୍କ ଔରସରେ ଯଶୋଦାଙ୍କ ଗର୍ଭରୁ ଜାତ ହୋଇଥିଲେ । ସେ ହେଲେ ସ୍ୱୟଂ ଅଷ୍ଟଭୁଜା ଯୋଗମାୟା।
ପରେ ମଧ୍ଯ ରାତ୍ରରେ ଶ୍ରୀକୃଷ୍ଣଙ୍କ ପିତା ବସୁଦେବ କୃଷ୍ଣଙ୍କୁ ସୁରକ୍ଷିତ ଭାବରେ ବଡ଼ କରାଇକି ଦୁଷ୍ଟାଚାରୀଙ୍କୁ ବିନାଶ କରିବା ଲାଗି ତାଙ୍କୁ ଯଶୋଦାଙ୍କ ପାଖରେ ଥୋଇ ସୁଭଦ୍ରାଙ୍କୁ ମଥୁରାର କାରାଗାରରେ ନିଜ ପାଖକୁ ନେଇ ଆସିଲେ । କାରାଗାରର ଦ୍ୱାରପାଳମାନେ ଯାଇ ଯେତେବେଳ ମଥୁରାର ରାଜା କଂସକୁ କହିଲେ ଯେ ଦେବକୀଙ୍କ ୮ମ ସନ୍ତାନ ହେଲା କଂସ ଦୌଡ଼ି ଆସିଲା ତାକୁ କାନ୍ଥରେ ବାଡ଼ାଇକି ମାରିବା ଲାଗି ।
କାହିଁକିନା ଯେହେତୁ ଦେବକୀ ତାର ଭଉଣୀ ତେଣୁ ତାର ବିବାହ ବସୁଦେବ ସହ ହେଲା ପରେ ତାକୁ ରଥରେ ନେଇ ଛାଡ଼ୁଥିଲା ତ ହଠାତ୍ ଆକାଶବାଣୀ ହେଲା ଯେ ଦେବକୀ ଓ ବସୁଦେବଙ୍କ ୮ମ ସନ୍ତାନ ତାର ବଧ କରିବ, ସିଏ ସେ ଦୁଇ ଜଣଙ୍କୁ କାରାଗାରରେ ବନ୍ଦୀ କଲା। ତାଙ୍କର ଯେତକ ସବୁ ୬ଟି ସନ୍ତାନମାନଙ୍କୁ କାନ୍ଥରେ ପିଟିକି ମାରିଲା । ୭ମ ସନ୍ତାନ ବଳରାମ ସଂକର୍ଷିତ ହୋଇ ଦେବକୀଙ୍କ ଗର୍ଭରୁ ରୋହିଣୀଙ୍କ ଗର୍ଭକୁ ପଳେଇଲେ ଓ ତାଙ୍କ ଗର୍ଭରୁ ଜାତ ହେଲେ । ସେ କଂସ ଭାବିଥିଲା ଯେ ୮ମ ସନ୍ତାନ ପୁଅ ହେଇଥିବ ।
ସେ ଦୁଇ ଜଣ ମିଛରେ କହିଲେ ଯେ ଝିଅ ହୋଇଛି, ତ କଂସ ପ୍ରଥମେ ବିଶ୍ୱାସ କଲାନି । ତା ପରେ ସୁଭଦ୍ରାଙ୍କୁ ମାରିବାକୁ ବାହାରିଲା ଯେତେବେଳେ ମା ସୁଭଦ୍ରା ଅଷ୍ଟଭୁଜା ଯୋଗମାୟା ରୂପରେ ଆବିର୍ଭାବ ହୋଇ ତାକୁ ଚେତେଇ ଦେଇ ଅନ୍ତର୍ଦ୍ଧ୍ୟାନ ହେଲେ ଓ ଯାଇ କାମ୍ପିଲ୍ୟ ଦେଶରେ ଦ୍ରୌପଦୀ ସ୍ୱୟମ୍ବର ପର୍ଯ୍ୟନ୍ତ ରହିଲେ । ତେଣୁ ତାଙ୍କ ଆଉ ଗୋଟେ ନାମ କାମ୍ପିଲ୍ୟବାସିନୀ ।
[1]
ସୁଭଦ୍ରା ତୃତୀୟ ପାଣ୍ଡବ ଅର୍ଜୁନଙ୍କୁ ବିବାହ କରିଥିଲେ । ଏହାଙ୍କ ଗର୍ଭରୁ ଅର୍ଜୁନଙ୍କ ଔରସରେ ଅଭିମନ୍ୟୁ ଜନ୍ମହୋଇଥିଲେ । ସେ ଶ୍ରୀମନ୍ଦିରରେ ଭୁବନେଶ୍ୱରୀ ବା ମା ସୁଭଦ୍ରା ରୂପରେ ପୂଜା ହୁଅନ୍ତି । ସେ ସବୁବେଳେ ଶ୍ରୀଜଗନ୍ନାଥ ଓ ଶ୍ରୀବଳଭଦ୍ରଙ୍କ ମଝିରେ ଥାଆନ୍ତି । ସେ ହେଲେ ହଳଦୀ ମୁଁହୀ ।