ଆସ୍ପିରେସନ ନିମୋନିଆ
ଡାକ୍ତରୀ ଅବସ୍ଥା / From Wikipedia, the free encyclopedia
ଆସ୍ପିରେସନ ନିମୋନିଆ (ଇଂରାଜୀ ଭାଷାରେ Aspiration pneumonia) ଏକ ପ୍ରକାର ନିମୋନିଆ ଯେଉଁଥିରେ ଅନେକ ପରିମାଣର ପଦାର୍ଥ ପାଟିରୁ ବା ପାକସ୍ଥାଳୀରୁ ଫୁସଫୁସକୁ ପଶିଯାଇଥାଏ । [1] ଏହି ରୋଗ ହଠାତ୍ ଆରମ୍ଭ ହୋଇ ଦୃତ ଗତିରେ ଜ୍ୱର ଓ କାଶ (cough) ହୁଏ ।[1] ରୋଗ ଜଟିଳ ହେଲେ ଫୁସଫୁସ ଆବସେସ (Lung abscess) ହୋଇଯାଏ ।[1] ପାକସ୍ଥଳୀର ଅଣସଂକ୍ରମଣୀୟ ଅମ୍ଳ ଫୁସଫୁସରେ ପଶି କେମିକାଲ ନିମୋନିଆ (chemical pneumonitis) ହେଉଥିବା ରୋଗକୁ ଆସ୍ପିରେସନ ନିମୋନିଆର ସବଟାଇପ ଭାବରେ ଅନେକ ଗ୍ରହଣ କରନ୍ତି ।[1][2]
ଆସ୍ପିରେସନ ନିମୋନିଆ (Aspiration pneumonia) | |
---|---|
ବିଭାଗ | ଆଶୁ ଚିକିତ୍ସା ବିଜ୍ଞାନ (Emergency medicine), ଫୁସଫୁସୀୟ ବିଜ୍ଞାନ (pulmonology) |
ଲକ୍ଷଣ | ଜ୍ୱର, କାଶ (cough)[1] |
ଆକ୍ରାନ୍ତ ସମୟ | ବୟସ୍କ ଲୋକ[2] |
ବିପଦ କାରକ | କମ୍ ଚେତନା ଶକ୍ତି (Decreased level of consciousness), ଡିସଫେଜିଆ (problems with swallowing), ମଦ୍ୟାତ୍ୟୟ, ଟ୍ୟୁବ ଫିଡିଙ୍ଗ (tube feeding), ଖରାପ ମୁଖ ସ୍ୱାସ୍ଥ୍ୟ (oral health)[1] |
ରୋଗ ନିର୍ଣ୍ଣୟ ପଦ୍ଧତି | ରୋଗ ଇତିହାସ, ଲକ୍ଷଣ, ଛାତି ଏକ୍ସ-ରେ (chest X-ray), ସ୍ପୁଟମ କଲଚର (sputum culture) [2][1] |
ସଠିକ ରୋଗ ନିର୍ଣ୍ଣୟ | କେମିକାଲ ନିମୋନିଆ (Chemical pneumonitis), ଯକ୍ଷ୍ମା[1][2] |
ଔଷଧ | କ୍ଲିଣ୍ଡାମାଇସିନ, ମେରୋପେନେମ (meropenem), ଆମ୍ପିସିଲିନ/ସଲବାକ୍ଟମ (ampicillin/sulbactam), ମୋକ୍ସିଫ୍ଲୋକ୍ସାସିନ (moxifloxacin)[1] |
ପୁନଃପୌନିକ | ~ ନିମୋନିଆ ରୋଗୀଙ୍କ ମଧ୍ୟରୁ ୧୦% ଡାକ୍ତରଖାନାରେ ଆଡମିସନ ହେବା ଆବଶ୍ୟକ ହୁଅନ୍ତି ।[1] |
ବିଭିନ୍ନ ପ୍ରକାରର ଜୀବାଣୁ ଯୋଗୁ ସଂକ୍ରମଣ (bacteria) ହୁଏ । [2] କମ୍ ଚେତନା ଶକ୍ତି (Decreased level of consciousness), ଡିସଫେଜିଆ (problems with swallowing), ମଦ୍ୟାତ୍ୟୟ, ଟ୍ୟୁବ ଫିଡିଙ୍ଗ (tube feeding), ଖରାପ ମୁଖ ସ୍ୱାସ୍ଥ୍ୟ (oral health) ଇତ୍ୟାଦି କାରଣ ଯୋଗୁ ଏହି ରୋଗ ସଙ୍କଟ ସୃଷ୍ଟି ହୋଇପାରେ ।[1] ରୋଗ ଇତିହାସ, ଲକ୍ଷଣ, ଛାତି ଏକ୍ସ-ରେ (chest X-ray), ସ୍ପୁଟମ କଲଚର (sputum culture) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[1][2] ଅନ୍ୟାନ୍ୟ ନିମୋନିଆ ରୋଗର ପାର୍ଥକ୍ୟ ନିର୍ଣ୍ଣୟ କରିବା କଷ୍ଟକର । [1]
ଏହାର ଚିକିତ୍ସାରେ କ୍ଲିଣ୍ଡାମାଇସିନ, ମେରୋପେନେମ (meropenem), ଆମ୍ପିସିଲିନ/ସଲବାକ୍ଟମ (ampicillin/sulbactam), ମୋକ୍ସିଫ୍ଲୋକ୍ସାସିନ (moxifloxacin) ଆଦି ଆଣ୍ଟିବାୟୋଟିକ ବ୍ୟବହୃତ ହୁଏ ।[1] କେବଳ କେମିକାଲ ନିମୋନିଆ ହୋଇଥିଲେ ଆଣ୍ଟିବାୟୋଟିକ ଆବଶ୍ୟକ ହୁଏନାହିଁ ।[2] ଡାକ୍ତରଖାନାରେ ଆଡମିସନ ହୋଇଥିବା ରୋଗୀଙ୍କ ମଧ୍ୟରୁ ୧୦% ଲୋକ କେବଳ ଆସ୍ପିରେସନ ଯୋଗୁ ହୋଇଥାଏ ।[1] ଅଧିକାଂଶ କେଶ୍ରେ ନର୍ସିଙ୍ଗ ହୋମରେ ବୟସ୍କ ଲୋକଙ୍କୁ ଏହି ବେମାରୀ ହୁଏ ।[2] ପୁରୁଷ ଓ ମହିଳା ଉଭୟ ସମ ଭାବରେ ଆକ୍ରାନ୍ତ ହୁଅନ୍ତି ।[2]