କ୍ଲିଣ୍ଡାମାଇସିନ
From Wikipedia, the free encyclopedia
କ୍ଲିଣ୍ଡାମାଇସିନ ଏକ ଆଣ୍ଟିବାୟୋଟିକ ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣରେ ବ୍ୟବହୃତ ହୁଏ ।[1] ଏହି ସଂକ୍ରମଣ ମଧ୍ୟରେ ମଧ୍ୟ କର୍ଣ୍ଣ ସଂକ୍ରମଣ, ଅସ୍ଥି ଓ ଗଣ୍ଠି ସଂକ୍ରମଣ, ପେଲଭିକ ଇନଫ୍ମାମେଟରି ଡିଜିଜ, ସ୍ଟ୍ରେପ ଥ୍ରୋଟ, ନିମୋନିଆ ଓ ଏଣ୍ଡୋକାର୍ଡ଼ାଇଟିସ ଇତ୍ୟାଦି ଉଲ୍ଲେଖନୀୟ । [1]ଏହା କେତେକ ମେଥିସିଲିନ ପ୍ରତିରୋଧିତ ସ୍ଟାଫିଲୋକୋକସ ଅରିଅସ ସଂକ୍ରମଣ ରୋଗ ସମୂହ ନିମନ୍ତେ ମଧ୍ୟ ବ୍ୟବହାର କରାଯାଏ ।[2] ବ୍ରଣରେ ଦିଆଯାଏ ଓ ମ୍ୟାଲେରିଆରେ କୁଇନାଇନ ସହିତ ଦିଆଯାଏ । ଏହା ପାଟିରେ ଦେବା ଔଷଧ, ଶୀରା ଇଞ୍ଜେକସନ ଓ କ୍ରିମ ଆକାରରେ ଚର୍ମ ତଥା ଯୋନୀରେ ଲଗାଇବାକୁ ମିଳେ ।[1][3]
Clinical data | |
---|---|
Pronunciation | /klɪndəˈmaɪs[invalid input: 'ɨ']n/ |
Trade names | Cleocin, Dalacin |
Synonyms | 7-chloro-lincomycin 7-chloro-7-deoxylincomycin |
AHFS/Drugs.com | monograph |
MedlinePlus | a682399 |
data |
|
Pregnancy category |
|
Routes of administration | Oral, topical, IV, intravaginal |
ATC code | |
Legal status | |
Legal status |
|
Pharmacokinetic data | |
Bioavailability | 90% (oral) 4–5% (topical) |
Protein binding | 95% |
Metabolism | Hepatic |
Elimination half-life | 2–3 hours |
Excretion | Biliary and renal (around 20%) |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
ECHA InfoCard | 100.038.357 |
Chemical and physical data | |
Formula | C18H33ClN2O5S |
Molar mass | 424.98 g/mol |
3D model (JSmol) | |
SMILES
| |
InChI
| |
NY (what is this?) (verify) |
ଇଞ୍ଜେକସନ ଦିଆଯାଇଥିବା ସ୍ଥାନରେ କଷ୍ଟ, ଅଇ, ରାସ୍ ଓ ତରଳ ଝାଡ଼ା ଏହାର ମୂଖ୍ୟ ପାର୍ଶ୍ୱ ପ୍ରତିକ୍ରିୟା ।[1] ଏହା କ୍ଲସ୍ଟ୍ରିଡିଅମ ଡିଫିସିଲ କୋଲାଇଟିସ ରୋଗ ସଙ୍କଟ ୪ ଗୁଣ ବଢ଼େଇ ଦିଏ ।[4] ଏହା ଯୋଗୁ ଅନ୍ୟ ଆଣ୍ଟିବାୟୋଟିକ ଦିଆଯାଏ । [1] ଗର୍ଭାବସ୍ଥାରେ ଏହା ନିରାପଦ । ଏହା ଲିଙ୍କୋସାମାଇଡ ଶ୍ରେଣୀର ଔଷଧ ଓ ଜୀବାଣୁର ପ୍ରୋଟିନ ତିଆରି ପଦ୍ଧତିକୁ ପ୍ରତିହତ କରି କାମ କରେ ।[1]
କ୍ଲିଣ୍ଡାମାଇସିନ ପ୍ରଥମେ ସନ ୧୯୬୭ରେ ତିଆରି ହୋଇଥିଲା ।[5] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[6] ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଓ ଦାମିକା ନୁହେଁ ।[7]ଗୋଟିଏ ପିଲ ପିଛା ଏହାର ମୂଲ୍ୟ ୦.୦୬ରୁ ୦.୧୨ ଆମେରିକୀୟ ଡଲାର ।[8] ଯୁକ୍ତରାଷ୍ଟ୍ର ଆମେରିକାରେ ଏହାର ମୂଲ୍ୟ ଡୋଜ ପିଛା ୨.୭୦ ଡଲାର ।[1]