ମେରୋପେନେମ
ଆଣ୍ଟିବାୟୋଟିକ ଭାବରେ ବ୍ୟବହୃତ ହୁଏ / From Wikipedia, the free encyclopedia
ମେରୋପେନେମ (ଇଂରାଜୀ ଭାଷାରେ Meropenem, ଏକ ବିକ୍ରୟ ନାମ ମେର୍ରେମ/Merrem) ଏକ ବ୍ରଡସ୍ପେକ୍ଟ୍ରମ ଆଣ୍ଟିବାୟୋଟିକ ଯାହା ଅନେକ ଜୀବାଣୁ ସଂକ୍ରମଣ ଚିକିତ୍ସାରେ (bacterial infection) ଦିଆଯାଏ । [1] ମେନିଞ୍ଜାଇଟିସ୍, ଉଦର ମଧ୍ୟସ୍ଥ ସଂକ୍ରମଣ (intra-abdominal infection), ନିମୋନିଆ, ପୁଞ୍ଜିତ ପୂଯ ଓ ଅନ୍ଥ୍ରାକ୍ସ (anthrax) ରୋଗମାନଙ୍କରେ ଦିଆଯାଏ ।[1] ଶିରାଭ୍ୟନ୍ତର ଇଞ୍ଜେକସନ (injection into a vein) ଆକାରରେ ଦିଆଯାଏ ।[1]
Clinical data | |
---|---|
Trade names | Merrem, others |
AHFS/Drugs.com | monograph |
Pregnancy category |
|
Routes of administration | ଶିରାଭ୍ୟନ୍ତର (Intravenous) |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | ୧୦୦% |
Protein binding | Approximately ୨% |
Elimination half-life | ୧ ଘଣ୍ଟା |
Excretion | ବୃକ୍କ (Renal) ମାଧ୍ୟମରେ |
Identifiers | |
IUPAC name
| |
CAS Number | |
PubChem CID | |
DrugBank |
|
ChemSpider |
|
UNII | |
KEGG |
|
ChEBI | |
ChEMBL | |
PDB ligand | |
ECHA InfoCard | 100.169.299 |
Chemical and physical data | |
Formula | C17H25N3O5S |
Molar mass | 383.464 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟାରେ ଅଇ, ତରଳ ଝାଡ଼ା, କୋଷ୍ଟକାଠିନ୍ୟ, ମୁଣ୍ଡବିନ୍ଧା, ରାସ ଓ ଇଞ୍ଜେକସନ ନେଇଥିବା ସ୍ଥାନରେ କଷ୍ଟ ହୁଏ ।[1] ପାର୍ଶ୍ୱ ପ୍ରତିକ୍ରିୟା ସାଂଘାତିକ ହେଲେ କ୍ଲସ୍ଟ୍ରିଡିଅମ ଡିଫିସିଲ ସଂକ୍ରମଣ (Clostridium difficile infection), ବାତ ଓ ଆନାଫାଇଲାକ୍ସିସ ଭଳି ଆଲର୍ଜି ପ୍ରତିକ୍ରିୟା (allergic reactions) ଦେଖାଯାଏ ।[1] ଅନ୍ୟାନ୍ୟ ବିଟା-ଲାକ୍ଟମ ଆଣ୍ଟିବାୟୋଟିକ (β-lactam antibiotic) ପ୍ରତି ଆଲର୍ଜି ଥିଲେ ମେରୋପେନେମ ପ୍ରତି ଆଲର୍ଜି ସମ୍ଭାବନ ଅଧିକ ରହିବ ।[1] ଗର୍ଭାବସ୍ଥାରେ ଏହା ନିରାପଦ ରହେ ।[1] ଏହା କାର୍ବାପେନେମ (carbapenem) ପରିବାରର ଏକ ସଦସ୍ୟ । [1] ଜୀବାଣୁର କୋଷ କାନ୍ଥ (cell wall) ତିଆରି ଶକ୍ତିକୁ ମେରୋପେନେମ ଅବରୋଧ କରିବାଦ୍ୱାରା ଜୀବାଣୁ ମୃତ୍ୟୁ (bacterial death) ହୁଏ ।[1]
ସନ ୧୯୮୩ରେ ମେରୋପେନେମ ପେଟେଣ୍ଟ ହୋଇଥିଲା ।[2] ଯୁକ୍ତରାଷ୍ଟ୍ର ଆମେରିକାରେ ସନ ୧୯୯୬ରେ ଏହା ଡାକ୍ତରୀ ବ୍ୟବହାର ନିମନ୍ତେ ସ୍ୱୀକୃତ ହୋଇଥିଲା ।[1] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ (World Health Organization's List of Essential Medicines) ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ (health system) ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ସନ ୨୦୧୫ରେ ବିକାଶଶିଳ ଦେଶରେ ଏହାର ଏକ ଗ୍ରାମ ଭାଏଲ ଔଷଧର ମୂଲ୍ୟ ୩.୪୪ରୁ ୨୦.୫୮ ଆମେରିକୀୟ ଡଲାର ।[4] ସଂଯୁକ୍ତ ରାଷ୍ଟ୍ରରେ ସନ ୨୦୧୫ରେ ଏହାର ମୂଲ୍ୟ ୧୬ ପାଉଣ୍ଡ ଥିଲେ ।[5]