From Wikipedia, the free encyclopedia
ପୁଞ୍ଜିକୃତପୂଯ
ପୁଞ୍ଜିତ ପୂଯ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | dermatology[*], general surgery[*], ସଂକ୍ରାମକ ରୋଗ[*] |
ଆଇସିଡ଼ି-୧୦ | L02 |
ଆଇସିଡ଼ି-୯-ସିଏମ୍ | 682.9, 324.1 |
ମେଡ଼ିସିନ-ପ୍ଲସ | 001353 |
MeSH | D000038 |
ପୁଞ୍ଜିତ ପୂଯ ବା ଆବସେସ (ଇଂରାଜୀରେ abscess) ଏକ ରୋଗ ଯେଉଁଥିରେ ଦେହର କୌଣସି ସ୍ଥାନର ତନ୍ତୁରେ ପୂଯ ଜମାହୋଇ ରହେ । [1] ଏହାର ଲକ୍ଷଣ ଓ ଚିହ୍ନ ସମୂହ: ଲାଲ ଦେଖାଯିବା, ଯନ୍ତ୍ରଣା ହେବା ଓ ଫୁଲା ଯାହାକୁ ଚିପିଲେ ତରଳ ପଦାର୍ଥ ଥିବା ଥଳି ଭଳି ହାତକୁ ଲାଗେ । [1] ଫୁଲିବା ସ୍ଥାନଠାରୁ ଅଧିକ ସ୍ଥାନ ଲାଲ ଦେଖାଯାଏ ।[2] କାର୍ବଙ୍କଲ (ଇଂରାଜୀରେ carbuncle) ଓ ଫରଙ୍କଲ (ଇଂରାଜୀରେ furuncle) ରୋଗଦ୍ୱୟ ଏହି ଆବସେସ ପ୍ରଜାତିର ରୋଗ ଯେଉଁଥିରେ ଲୋମ ଫଲିକ୍ଲର ଖୋଲିବା ପଥ ବନ୍ଦ ହୋଇଯାଏ, କାର୍ବଙ୍କଲ ଆକାରରେ ବଡ଼ । [3]
ଏହି ରୋଗ ଜୀବାଣୁ ସଂକ୍ରମଣଦ୍ୱାରା ହୁଏ ।[4] ଅଧିକାଂଶ ସମୟରେ ଗୋଟିଏ ସଂକ୍ରମଣରେ ଏକାଧିକ ବିଭିନ୍ନ ଜୀବାଣୁ ଜଡ଼ିତ ଥାଆନ୍ତି ।[2] ଆମେରିକାଅ ଓ ପୃଥିବୀର ଅନେକ ସ୍ଥାନରେ ସାଧାରଣତଃ ମେଥିସିଲିନ ରେଜିସ୍ଟାଣ୍ଟ ସ୍ଟାଫିଲୋକୋକସ ଅରିଅସ ଜୀବାଣୁ ଏହି ରୋଗ କରାଏ ।[5] ଚମ ଆବସେସ ଦେଖିକରି ଚିହ୍ନିହୁଏ ଓ ଏହାକୁ କାଟି ଖୋଲିଦେଲେ ନିଧାର୍ଯ ଭାବେ ନିର୍ଣ୍ଣିତ ହୁଏ । [1] ସନ୍ଦେହ ଜନକ ରୋଗ ଥିଲେ ଅଲ୍ଟ୍ରାସାଉଣ୍ଡ ଇମେଜିଙ୍ଗ କରାଯାଏ । [1] ମଳଦ୍ୱାର ଆବସେସ ହୋଇଥିଲେ କମ୍ପ୍ୟୁଟର ଟୋମୋଗ୍ରାଫି କରି ଅଭ୍ୟନ୍ତର ସଂକ୍ରମଣ ନିର୍ଣ୍ଣୟ କରାଯାଏ । [5]
ଦେହରେ ପୂଯ ଥିଲେ ସେ ସ୍ଥାନଟି କାଟି ପୂଯ ବାହାର କରିଦେବା ହିଁ ମାନକ ଚିକିତ୍ସା ।[6] ଅନ୍ୟ କୌଣସି ରୋଗ ନ ଥାଇ ଲୋକର ପୂଯ ଥିଲେ କେବଳ ତାହା ବାହାର କରିଦେବା ଯଥେଷ୍ଟ, କୌଣସି ଆଣ୍ଟିବାୟୋଟିକର ଉପକାରୀତା ଥିବା ଜଣାଯାଏ ନାହିଁ । [1] ପୂଯ କଢ଼ିଦେବା ପରେ ଗଜ ପ୍ୟାକିଙ୍ଗ ନ ଦେବା ସପକ୍ଷରେ ପ୍ରମାଣ ମିଳୁଛି ।[1] କଟା ମୁହଁ ବନ୍ଦ ନ କରି ଖୋଲା ଛାଡ଼ିଲେ ଆଉଥାରେ ପୂଯ ନ ହୋଇ ଶୀଘ୍ର ଶୁଖିବ ।[7] ସିରିଞ୍ଜ ଛୁଞ୍ଚି ସାହାଯ୍ୟରେ ପୂଯ ସମ୍ପୁର୍ଣ୍ଣ ବାହାର କରିହୁଏ ନାହିଁ । [1]
ଚର୍ମରେ ପୂଯ ହେବା ଅତି ସାଧାରଣ ରୋଗ । [1] ଶୀରାରେ ଇଞ୍ଜେକସନ ଦେଲେ ଏହି ସଙ୍କଟ ଉପୁଜେ ଓ ଏହା ପ୍ରାୟ ୬୫ % ଲୋକଙ୍କର ହୁଏ । [8] ଆମେରିକାରେ ସନ ୨୦୦୫ରେ ୩.୨ ନିୟୁତ ଲୋକ ଏହି ରୋଗ ନିମନ୍ତେ ଏମରଜେନ୍ସି ଓ.ପି.ଡି.କୁ ଯାଇଥିଲେ । [9] ସନ ୨୦୦୮ରେ ଅଷ୍ଟ୍ରେଲିଆରେ ୧୩୦୦୦ ଲୋକ ଏହି ରୋଗରେ ପୀଡ଼ିତ ହୋଇ ଆଡମିସନ ହୋଇଥିଲେ ।[10]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.