ହାଇପରକ୍ୟାଲସେମିଆ
From Wikipedia, the free encyclopedia
ହାଇପରକ୍ୟାଲସେମିଆ (ଇଂରାଜୀ ଭାଷାରେ Hypercalcaemia ବା hypercalcemia) ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) କ୍ୟାଲସିଅମ (calcium) (Ca2+) ମାତ୍ରା ସାଧାରଣ ସ୍ତର ଅପେକ୍ଷା ଅଧିକ ହୋଇଯାଏ ।[1][2] କ୍ୟାଲସିଅମର ସାଧାରଣ ସ୍ତର ରକ୍ତରେ ୨.୧ରୁ ୨.୬ ମିମୋ/ଲି ବା ୮.୮ରୁ ୧୦.୭ ମିଗ୍ରା/ଡେଲି ଥାଏ, ଏହି ସ୍ତର ୪.୩ରୁ ୫.୨ ମିଇକ୍ୟୁ/ଲିରୁ ଅଧିକ ହେଲେ ହାଇପରକ୍ୟାଲସେମିଆ ନାମ ଦିଆଯାଏ ।[3][4][2] ଏହି ମାତ୍ରା ସାମାନ୍ୟ ଅଧିକ ହୋଇଥିଲେ ଓ ଧୀରେ ଧୀରେ ଅଧିକ ହେଉଥିଲେ ସାଧାରଣତଃ କୌଣସି ଲକ୍ଷଣ ଦେଖାଯାଏ ନାହିଁ । [2] ଶୀଘ୍ର କ୍ୟାଲସିଅମ ସ୍ତର ବଢ଼ୁଥିଲେ ବା ଅଧିକ ଥିଲେ ଉଦର ଯନ୍ତ୍ରଣା (abdominal pain), ଅସ୍ଥି ଯନ୍ତ୍ରଣା, ଦ୍ୱନ୍ଦ (confusion), ଅବସାଦ (depression), ଦୁର୍ବଳତା, ବୃକ୍କ ପଥର ରୋଗ ବା ହୃଦ୍ରୋଧ ଭଳି ଅନିୟମିତ ହୃତ୍ ସ୍ପନ୍ଦନ ଇତ୍ୟାଦି ବେମାରୀ ହୋଇପାରେ । [3][2]
ହାଇପରକ୍ୟାଲସେମିଆ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | endocrinology[*] |
ଆଇସିଡ଼ି-୧୦ | E83.5 |
ଆଇସିଡ଼ି-୯-ସିଏମ୍ | 275.42 |
ରୋଗ ଡାଟାବେସ | 6196 |
ମେଡ଼ିସିନ-ପ୍ଲସ | 000365 |
ଇ-ମେଡ଼ିସିନ | med/1068 emerg/260 ped/1062 |
Patient UK | ହାଇପରକ୍ୟାଲସେମିଆ |
MeSH | D006934 |
ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ବା କର୍କଟ ରୋଗ ଯୋଗୁ ଅଧିକାଂଶ ହାଇପରକ୍ୟାଲସେମିଆ ହୁଏ ।[2] ଅନ୍ୟାନ୍ୟ କାରଣମାନଙ୍କ ମଧ୍ୟରେ ସାର୍କଏଡୋସିସ (sarcoidosis), ଯକ୍ଷ୍ମା। ପ୍ୟାଜେଟସ ଡିଜିଜ (Paget disease), ଜୀବସାର ଘ ବିଷାକ୍ତତା (vitamin D toxicity), ଫ୍ୟାମିଲିଆଲ ହାଇପୋକ୍ୟାଲସିୟୁରିକ ହାଇପରକ୍ୟାଲସେମିଆ (familial hypocalciuric hypercalcaemia) ଓ ଲିଥିଅମ (lithium) ତଥା ହାଇଡ୍ରୋକ୍ଲୋରୋଥିଆଜାଇଡ ଭଳି କେତେକ ଔଷଧ ଯୋଗୁ ଏହି ଅବସ୍ଥା ଜାତ ହୁଏ ।[3][1][2] ଗୋଟିଏ ସପ୍ତାହର ଚିକିତ୍ସା ପରେ କ୍ୟାଲସିଅମ ସ୍ତର ସଠିକ (corrected calcium) ହେଲେ ବ ଆୟୋନାଇଜଡ କ୍ୟାଲସିଅମ (ionized calcium) ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଏ । [2] ଇସିଜିରେ (electrocardiogram) ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖାଯାଏ । [3]
ଅନ୍ତର୍ନିହିତ କାରଣର ଚିକିତ୍ସା ସହିତ ଶିରାଭ୍ୟନ୍ତର ତରଳ ପଦାର୍ଥ (intravenous fluids), ଫୁରୋସେମାଇଡ, କ୍ୟାଲସିଟୋନିନ (calcitonin) ବା ପାମିଡ୍ରୋନେଟ (pamidronate) ଇତ୍ୟାଦି ଦିଆଯାଏ ।[3][2] ଫୁରୋସେମାଇଡର ଉପକାରୀତାର ବିଶେଷ ପ୍ରମାଣ ମିଳୁନାହିଁ । କ୍ୟାଲସିଅମ ସ୍ତର ଅତ୍ୟଧିକ ହୋଇଥିଲେ ଡାକ୍ତରଖାନାରେ ଆଡମିଶନ ଆବଶ୍ୟକ ହୁଏ । ଏହି ଚିକିତ୍ସା ଯୋଗୁ ଉପକାର ନ ମିଳିଲେ ହେମୋଡାଏଲିସିସ (Hemodialysis) କରାଯାଇପାରେ । ଜୀବସାର ଘ ଯୋଗୁ ହୋଇଥିଲେ ସ୍ଟିରଏଡ ଆବଶ୍ୟକ ହୁଏ । ହାଇପରକ୍ୟାଲସେମିଆ ସାଧାରଣ ଭାବରେ ଦେଖାଯାଏ । ପ୍ରାଥମିକ ହାଇପରପାରାଥାଇରଏଡିଜ୍ମ ରୋଗ ପ୍ରତି ଏକ ହଜାର ଲୋକରେ ୧ରୁ୭ ଜଣକୁ ହୁଏ ଓ କର୍କଟ ରୋଗୀଙ୍କ ମଧ୍ୟରୁ ୨.୭% ଜଣକୁ ହାଇପରକ୍ୟାଲସେମିଆ ହୁଏ । [2]