ହୃତ୍ପିଣ୍ଡ ସଙ୍କୋଚନ ହଠାତ୍ ବନ୍ଦ ହେବାରୁ ରକ୍ତ ସରବରାହ ବନ୍ଦ ହେବା From Wikipedia, the free encyclopedia
ହୃଦ୍ରୋଧ (ଇଂରାଜୀ ଭାଷାରେ Cardiac arrest) ରୋଗରେ ହୃତ୍ପିଣ୍ଡ ସଙ୍କୋଚନ ହଠାତ୍ ବନ୍ଦ ହେବାରୁ ରକ୍ତ ସରବରାହ ବନ୍ଦ ହୋଇଯାଏ ।[2] ମୂର୍ଚ୍ଛା ଓ ଅସାଧାରଣ ଶ୍ୱାସକ୍ରିୟା ବା ଆଦୌ ଶ୍ୱାସକ୍ରିୟା ନ ହେବା ଆଦି ଲକ୍ଷଣ ଦେଖାଯାଏ । [1][3] କେତେକ ଲୋକଙ୍କର ଛାତି ଯନ୍ତ୍ରଣା (chest pain), ଛୋଟ ଶ୍ୱାସକ୍ରିୟା (shortness of breath), ଅଇ (nausea) ଇତ୍ୟାଦି ଲକ୍ଷଣ ହୃଦ୍ରୋଧ ହେବା ପୂର୍ବରୁ ଦେଖାଯାଏ ।[3] କିଛି ମିନିଟ ମଧ୍ୟରେ ଚିକିତ୍ସା ନ ହେଲେ ସାଧାରଣତଃ ମୃତ୍ୟୁ ହୁଏ ।[2]
କରୋନାରି ଧମନୀ ରୋଗଯୋଗୁ (coronary artery disease) ସାଧରଣତଃ ହୃଦ୍ରୋଧ ରୋଗ ହୁଏ । ଅତ୍ୟଧିକ ରକ୍ତସ୍ରାବ (major blood loss), ଅମ୍ଳଜାନ ଅଭାବ, ଅଳ୍ପ ପୋଟାସିଅମ (very low potassium), ହୃଦ୍ପାତ (heart failure), ଓ ଅତ୍ୟଧିକ ଶାରୀରିକ ବ୍ୟାୟାମ କଲେ ମଧ୍ୟ ଏହି ରୋଗ ହୋଇପାରେ । କେତେକ ବଂଶାନୁକ୍ରମିକ ବେମାରୀ ଯେପରିକି ଦୀର୍ଘ କ୍ୟୁଟି ସିଣ୍ଡ୍ରୋମ (long QT syndrome) ରୋଗରେ ହୃଦ୍ରୋଧ ସଙ୍କଟ ଥାଏ । ରୋଗ ଆରମ୍ଭ ସମୟରେ ଭେଣ୍ଟ୍ରିକୁଲାର ଫିବ୍ରିଲେସନ (ventricular fibrillation) ହୁଏ ।[4] ନାଡ଼ି ଅନୁଭବ କରି ନ ପାରିଲେ ଏହି ରୋଗ ହୋଇଥିବା ସିଦ୍ଧ ହୁଏ ।[1] ଉଭୟ ହୃଦ୍ଘାତ ଓ ହୃଦ୍ପାତ ରୋଗମାନଙ୍କରେ ହୃଦ୍ରୋଧ ହେଲେ ମଧ୍ୟ ସେହି ଦୁଇ ରୋଗ ସମାନ ନୁହେଁ ।[2]
ସ୍ୱାସ୍ଥ୍ୟପ୍ରଦ ଓଜନ ରଖିଲେ, ଶାରୀରିକ ସକ୍ରିୟତା ଥିଲେ ଓ ଧୂମ୍ରପାନ ନ କଲେ ଏହି ରୋଗ ପ୍ରତିଷେଧ ସମ୍ଭବ ହୁଏ ।[5] ହୃଦ୍ରୋଧରେ ତୁରନ୍ତ ରିସସିଟେସନ (cardiopulmonary resuscitation ବା CPR) ଆବଶ୍ୟକ ହୁଏ ଓ ସକେବ୍ଲ ରିଦମ (shockable rhythm) ଥିଲେ ଡିଫିବ୍ରିଲେସନ (defibrillation) ଦିଆଯାଏ ।[6] ବଞ୍ଚିଯାଇଥିବା ଲୋକଙ୍କୁ ଟାର୍ଗେଟେଡ ଟେମ୍ପରେଚର ମ୍ୟାନେଜମେଣ୍ଟ (targeted temperature management) ଦେଲେ ଫଳାଫଳ ଉନ୍ନତ ହୁଏ ।[7] ପୁନରାବୃତ୍ତି ନ ହେବା ପାଇଁ କାର୍ଡ଼ିଆକ ଡିଫିବ୍ରିଲେଟର ଇମ୍ପ୍ଲାଣ୍ଟ (implantable cardiac defibrillator) ଦେଲେ ମୃତ୍ୟୁ ସଙ୍କଟ କମିଯାଏ ।[5]
ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗ ଯୋଗୁ ଡାକ୍ତରଖାନା ସମ୍ମୁଖରେ ପ୍ରତି ୧୦,୦୦୦ ଲୋକ ମଧ୍ୟରୁ ୫.୨ ଜଣଙ୍କର ମୃତ୍ୟୁ ହୁଏ ।[8] ବୟସ ବୃଦ୍ଧି ସଙ୍ଗେ ସଙ୍ଗେ ହୃଦ୍ରୋଧ ସାଧାରଣ ହୋଇଯାଏ । ମହିଳାଙ୍କ ଅପେକ୍ଷା ପୁରୁଷମାନେ ଏହି ରୋଗରେ ଅଧିକ ଆକ୍ରାନ୍ତ ହୁଅନ୍ତି ।[9] ଚିକିତ୍ସା ସତ୍ତ୍ୱେ ମାତ୍ର ୮% ରୋଗୀ ବଞ୍ଚିପାରନ୍ତି । ବଞ୍ଚିଯାଇଥିବା ଲୋକଙ୍କ ମଧ୍ୟରୁ ଅଧିକାଂଶ ଅସମର୍ଥ (disability) ହୋଇଯାଆନ୍ତି । ଟେଲିଭିଜନରେ କିନ୍ତୁ ଅନେକ ସମୟରେ ୭୫% ବଞ୍ଚିଯିବା ଦେଖାଯାଏ ।[8]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.