From Wikipedia, the free encyclopedia
, ଫୁରୋସେମାଇଡ,ବିକ୍ରୟ ନାମ ଲାସିକ୍ସ, ଏକ ଔଷଧ ଯାହା ହୃଦ୍ରୋଧ, ସିରୋସିସ, ବୃକ୍କ ରୋଗମାନଙ୍କରେ ହେଉଥିବା ଶୋଫ (ଜମିଥିବା ତରଳ ପଦାର୍ଥ)ର ଚିକିତ୍ସା ନିମନ୍ତେ ବ୍ୟବହାର କରାଯାଏ । [1] ଉଚ୍ଚ ରକ୍ତଚାପ ରୋଗରେ ମଧ୍ୟ ଏହା ଦିଆଯାଏ । ଔଷଧର ପରିମାଣ ରୋଗୀ ଉପରେ ନିର୍ଭର କରେ । ଏହା ଶିରାଭ୍ୟନ୍ତରରେ ବା ପାଟିରେ ଦିଆଯାଏ । ଶିରାଭ୍ୟନ୍ତରରେ ଦେଲେ ଏହା ୫ ମିନିଟ ମଧ୍ୟରେ ଓ ପାଟିରେ ଦେଲେ ଏକ ଘଣ୍ଟା ମଧ୍ୟରେ କାର୍ଯ୍ୟକ୍ଷମ ହୁଏ । [1]
Clinical data | |
---|---|
AHFS/Drugs.com | monograph |
data |
|
Pregnancy category |
|
Routes of administration | Oral, IV, IM |
ATC code |
|
Legal status | |
Legal status |
|
Pharmacokinetic data | |
Bioavailability | 43-69% |
Metabolism | hepatic and renal glucuronidation |
Onset of action | 30 to 60 min (PO), 5 min (IV)[1] |
Elimination half-life | up to 100 minutes |
Excretion | renal 66%, biliary 33% |
Identifiers | |
IUPAC name
| |
CAS Number | |
PubChem CID | |
DrugBank | |
ChemSpider | |
UNII | |
KEGG | |
ChEBI | |
ChEMBL | |
ECHA InfoCard | 100.000.185 |
Chemical and physical data | |
Formula | C12H11ClN2O5S |
Molar mass | 330.745 g/mol |
3D model (JSmol) | |
SMILES
| |
InChI
| |
(verify) |
ସାଧାରଣ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଠିଆ ନିମ୍ନ ରକ୍ତଚାପ, ଟିନାଇଟସ ଓ ସୂର୍ଯ୍ୟ ସମ୍ଭେଦନ ଦେଖାଯାଏ । ସମ୍ଭାବ୍ୟ ସାଂଘାତିକ ପାର୍ଶ୍ୱ ପ୍ରତିକ୍ରିୟା ମଧ୍ୟରେ ଅସାଧାରଣ ବିଦ୍ୟୁତ୍ ବିଶ୍ଳେଷ୍ୟ (electrolyte abnormality), ନିମ୍ନ ରକ୍ତଚାପ ଓ ଶ୍ରବଣ ହାନୀ ଉଲ୍ଲେଖନୀୟ । ଚିକିତ୍ସାରେ ଥିବା ରୋଗୀଙ୍କର ନିୟମିତ ରକ୍ତ ପରୀକ୍ଷା କରିବାକୁ ଉପଦେଶ ଦିଆଯାଏ । ଫୁରୋସେମାଇଡ ଏକ ପ୍ରକାର ଲୁପ ମୂତ୍ରବର୍ଦ୍ଧକ ଔଷଧ ଯାହା ବୃକ୍କରେ ସୋଡ଼ିଅମ ଅବଶୋଷଣ କମେଇଦିଏ ।[1]
ସନ ୧୯୬୨ରେ ଫୁରୋସେମାଇଡ ଆବିଷ୍କୃତ ହୋଇଥିଲା ।[2] ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[3] ପୃଥିବୀରେ ଏହା ହୋଲସେଲ ମୂଲ୍ୟ ଦୈନିକ ୦.୦୦୪ରୁ ୦.୦୨ ଆମେରକୀୟ ଡଲାର ।[4] ଆମେରିକାରେ ଏହା ଜେନେରିକ ଔଷଧ ନାମରେ ଉପଲବ୍ଧ ହୁଏ ଯାହାର ମୂଲ୍ୟ ଦିନକୁ ପ୍ରାୟ ୦.୧୫ ଡଲାର ।[1] ବିଶ୍ୱ ଆଣ୍ଟ-ଡୋପିଙ୍ଗ ଏଜେନ୍ସିର ନିଷିଦ୍ଧ ଔଷଧ ମଧ୍ୟରେ ଏହାର ନାମ ଅଛି ଯେହେତୁ ଏହାଦ୍ୱାରା ଅନ୍ୟ ଔଷଧର କାମ ଲୁଚିଯାଏ (mask) ।[5] ଘୋଡ଼ାମାନଙ୍କର ବ୍ୟାୟାମ ଜନିତ ଫୁସଫୁସ ରକ୍ତସ୍ରାବର ପ୍ରତିଷେଧ ଓ ଚିକିତ୍ସା ନିମନ୍ତେ ଏହି ଔଷଧ ବ୍ୟବହାର ହୁଏ ।[6][7]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.