ମହୁଆ (ଓଡ଼ିଆ କଥାଚିତ୍ର)
୧୯୯୪ର ଓଡ଼ିଆ କଥାଚିତ୍ର / From Wikipedia, the free encyclopedia
ମହୁଆ, ୧୯୯୪ରେ ମୁକ୍ତିଲାଭ କରିଥିବା ଏକ ଓଡ଼ିଆ କଥାଚିତ୍ର । ଏହି କଥାଚିତ୍ରଟିର ପ୍ରଯୋଜନା କରିଥିଲେ ଅରୁନ୍ଧତୀ ଦାସ ଏବଂ ସତ୍ୟବ୍ରତ ଦାସ । ପ୍ରିୟବ୍ରତ ଦାସ ଏହି କଥାଚିତ୍ରଟିର କାହାଣୀ ରଚନା କରିଥିଲେ । ସୁବୋଧ ପଟ୍ଟନାୟକ ଏହି କଥାଚିତ୍ରଟିର ସଂଳାପ ରଚନା କରିଥିଲେ । ହରିଶ ମହାନ୍ତି ଏହି କଥାଚିତ୍ରଟିର ଚିତ୍ରନାଟ୍ୟ ରଚନା କରିଥିଲେ ଏବଂ ନିର୍ଦ୍ଦେଶନା ଦେଇଥିଲେ ।[1]
Quick Facts ମହୁଆ, ନିର୍ଦ୍ଦେଶକ ...
ମହୁଆ | |
---|---|
ନିର୍ଦ୍ଦେଶକ | ହରିଶ ମହାନ୍ତି |
ପ୍ରଯୋଜକ | ଅରୁନ୍ଧତୀ ଦାସ ସତ୍ୟବ୍ରତ ଦାସ |
ସଂଳାପ | (ସଂଳାପ): ସୁବୋଧ ପଟ୍ଟନାୟକ |
ଚିତ୍ରନାଟ୍ୟ | ହରିଶ ମହାନ୍ତି |
କାହାଣୀ | ପ୍ରିୟବ୍ରତ ଦାସ |
କଳାକାର | ଶ୍ରୀରାମ ପଣ୍ଡା ସ୍ନିଗ୍ଧା ମହାନ୍ତି ମିହିର ଦାସ ଦେବୁ ବୋଷ ଗ୍ଲୋରିଆ ମହାନ୍ତି ନିହାରିକା ସାହୁ ସୁଜାତା ଆନନ୍ଦ |
ସଙ୍ଗୀତ | ପୂର୍ଣ୍ଣଚନ୍ଦ୍ର ଖୁଣ୍ଟିଆ |
ଚିତ୍ରଗ୍ରହଣ | ଶାମ୍ବା ଶିବା ରାଓ |
ସମ୍ପାଦକ | ଏ. ମଦନ ମୋହନ ପ୍ରସାଦ |
ମୁକ୍ତିଲାଭ ତାରିଖ | ୮ ସେପ୍ଟେମ୍ବର ୧୯୯୪ |
ଦେଶ | ![]() |
ଭାଷା | ଓଡ଼ିଆ |
Close
ଶ୍ରୀରାମ ପଣ୍ଡା, ସ୍ନିଗ୍ଧା ମହାନ୍ତି, ମିହିର ଦାସ, ଦେବୁ ବୋଷ, ଗ୍ଲୋରିଆ ମହାନ୍ତି, ନିହାରିକା ସାହୁ, ସୁଜାତା ଆନନ୍ଦ, ଦୁଃଖିରାମ ସ୍ୱାଇଁ, କାନ୍ତ ସିଂହ, ପ୍ରତିଭା ସାହୁ, ସରୋଜ ଦାସ, ଇଲୁ ବାନାର୍ଜୀ ଆଦି କଳାକାରମାନେ ଏହି କଥାଚିତ୍ରଟିର ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ ।