ଓଡ଼ିଆ ଅଭିନେତା From Wikipedia, the free encyclopedia
ଦେବୁ ବୋଷ (ଜନ୍ମନାମ: ରବୀନ୍ଦ୍ରନାଥ ବୋଷ[2]) ଜଣେ ଓଡ଼ିଆ କଥାଚିତ୍ର ଜଗତ ଅଭିନେତା ଥିଲେ ।[3] ତପସ୍ୟା କଥାଚିତ୍ରରୁ, ସେ ଓଡ଼ିଆ ସିନେମାରେ ଅଭିନୟ କରିବା ଆରମ୍ଭ କରିଥିଲେ ।[4] ଅଭିନୟ ବ୍ୟତୀତ, ସେ ନୃତ୍ୟ କ୍ଷେତ୍ରରେ ମଧ୍ୟ ନିପୂଣ ଥିଲେ । ଗୁରୁ କେଳୁଚରଣ ମହାପାତ୍ରଙ୍କଠାରୁ ସେ ନୃତ୍ୟ ଶିକ୍ଷାଗ୍ରହଣ କରିଥିଲେ ।[5] ଦେବୁ ଓଡ଼ିଆ କଥାଚିତ୍ରର ନୃତ୍ୟ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ । ଚଳଚ୍ଚିତ୍ର ବ୍ୟତୀତ, ଦେବୁ ବୋଷ 'ଦିଗନ୍ତ' ନାମକ ନାଟ୍ୟ ଅନୁଷ୍ଠାନ ସହିତ ଜଡ଼ିତ ରହି ବହୁ ନାଟକରେ ଅଭିନେତା ଓ ନିର୍ଦ୍ଦେଶକ ମଧ୍ୟ ସାଜିଥିଲେ । ୨୦୧୮ ଅଗଷ୍ଟ ୨୨ତାରିଖରେ ହାଇଦ୍ରାବାଦଠାରେ[6] ତାଙ୍କର ଦେହାନ୍ତ ହୋଇଥିଲା ।[7] ତାଙ୍କ ଅଭିନୀତ ଶେଷ ଚଳଚ୍ଚିତ୍ର ଆପନା ହାତ ଜଗନ୍ନାଥ ୨୦୧୫ ମସିହାରେ ମୁକ୍ତିଲାଭ କରିଥିଲା ।[2] ସେ ଓଡ଼ିଆ ଧାରାବାହିକ ସତ୍ୟ ଜରିଆରେ ଧାରାବାହିକରେ ଅଭିନୟ ଆରମ୍ଭ କରିଥିଲେ ଏବଂ ତାଙ୍କ ଅଭିନୀତ ଶେଷ ଧାରାବାହିକ ଥିଲା ତରଙ୍ଗ ଟିଭିରେ ପ୍ରସାରିତ ଧାରାବାହିକ ଦୁର୍ଗା ।[2] ଦେବୁ ବୋଷ ହିନ୍ଦୀ କଥାଚିତ୍ର ଆଶ୍ରମ ଓ ହିନ୍ଦୀ ଧାରାବାହିକ ବୋହୂରେ ଅଭିନୟ କରିଥିଲେ ।[2] ଶ୍ରମ ଅଧିକାରୀ ଭାବରେ ସେ ଚାକିରୀରେ ଯୋଗ ଦେଇଥିଲେ ଏବଂ ଶିଳ୍ପ ଉନ୍ନୟନ ନିଗମର ସାଧାରଣ ପ୍ରବନ୍ଧକ ଭାବରେ ଅବସର ନେଇଥିଲେ ।[2]
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.