ଓଡ଼ିଆ ଅଭିନେତା From Wikipedia, the free encyclopedia
ଦୁଃଖୀରାମ ସ୍ୱାଇଁ (୨୩ ଅପ୍ରେଲ ୧୯୨୫ - ୧୮ ଜାନୁଆରୀ ୧୯୯୫)[1] ଜଣେ ଭାରତୀୟ ଓଡ଼ିଆ କଥାଚିତ୍ର ଅଭିନେତା ଥିଲେ । ସେ ମୋଟ ୪୬ଟି ଓଡ଼ିଆ କଥାଚିତ୍ରରେ ଖଳ, ହାସ୍ୟ ଓ ଚରିତ୍ର ଆଦି ଭୂମିକାରେ ଅଭିନୟ କରିଛନ୍ତି । ତାଙ୍କର ଅଭିନୟରେ ପାରଦର୍ଶିତା ନିମନ୍ତେ ସେ ୧୯୯୪ ମସିହାରେ ଜୟଦେବ ପୁରସ୍କାର ପାଇଥିଲେ ।[2] ଏଥି ସହିତ ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଓ ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମଧ୍ୟ ପାଇଥିଲେ । ୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ତାଙ୍କର ଦେହାନ୍ତ ହୋଇଥିଲା ।
ଦୁଃଖୀରାମ ସ୍ୱାଇଁ | |
---|---|
ଜନ୍ମ | ଦରବା, ଜଗତସିଂହପୁର, ଓଡ଼ିଶା | ୨୩ ଅପ୍ରେଲ ୧୯୨୫
ମୃତ୍ୟୁ | ୧୮ ଜାନୁଆରୀ ୧୯୯୫ ୬୯) କଟକ | (ବୟସ
ଜାତୀୟତା | ଭାରତୀୟ |
ବୃତ୍ତି | କଥାଚିତ୍ର ଅଭିନେତା |
ସକ୍ରିୟ ବର୍ଷ | ୧୯୬୦-୧୯୯୪ |
ପ୍ରସିଦ୍ଧି | ଓଡ଼ିଆ ସିନେମା ଅଭିନେତା |
ବୈବାହିକ-ସାଥୀ | ହେମଲତା ସ୍ୱାଇଁ |
ଦୁଃଖୀରାମ ସ୍ୱାଇଁ ୧୯୨୫ ମସିହାରେ ଓଡ଼ିଶାର ଜଗତସିଂହପୁର ଜିଲ୍ଲାସ୍ଥିତ ଦରବାଠାରେ ଜନ୍ମଗ୍ରହଣ କରିଥିଲେ ।[3]
ସ୍କୁଲରେ ପଢ଼ିବା ଦିନରୁ ସେ ଅଭିନୟ କରିବା ଆରମ୍ଭ କରିଥିଲେ । ପରେ ଘର ଛାଡ଼ି କଟକ ଆସି କାଳୀଚରଣ ପଟ୍ଟନାୟକଙ୍କ ଓଡ଼ିଶା ଥିଏଟର୍ସରେ ଯୋଗଦେଇଥିଲେ । ପଟ୍ଟନାୟକଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢ଼ା ମଧ୍ୟ ଜାରି ରଖିଥିଲେ । ପେଟ ପୋଷିବା ପାଇଁ ଯୋଗାଣ ବିଭାଗରେ ସରକାରୀ ଚାକିରି କରିଥିଲେ । ତେବେ ପରେ ଚାକିରି ଛାଡ଼ି ସମ୍ପୂର୍ଣ୍ଣ ଭାବରେ ନିଜକୁ ଅଭିନୟ ଆରମ୍ଭ କରିଥିଲେ ।[4] ସେ ସଦାନନ୍ଦ ନାଟ୍ୟ ନିକେତନ ଓ ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ ସହ ସଂଳିଷ୍ଟ ରହି ଅଭିନୟ ଜାରି ରଖିଥିଲେ ।[5]
୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ଦୁଃଖୀରାମ ସ୍ୱାଇଁଙ୍କର ମୃତ୍ୟୁ ଘଟିଥିଲା ।
ଦୁଃଖୀରାମ ସ୍ୱାଇଁ ୧୯୬୦ ମସିହାରେ ଶ୍ରୀ ଲୋକନାଥ କଥାଚିତ୍ରରୁ ଓଡ଼ିଆ ସିନେମା ଜଗତରେ ପ୍ରବେଶ କରିଥିଲେ । ସେ ମୋଟ ୪୬ଟି ଓଡ଼ିଆ ଓଡ଼ିଆ କଥାଚିତ୍ରରେ ଅଭିନୟ କରିଛନ୍ତି ।
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.