ପାକସ୍ଥଳୀ ପ୍ରଦାହ
From Wikipedia, the free encyclopedia
ପାକସ୍ଥଳୀ ପ୍ରଦାହ (ଇଂରାଜୀରେ Gastritis) ଏକ ରୋଗ ଯେଉଁଥିରେ ପାକସ୍ଥଳୀର ଭିତର ସ୍ତରରେ ପ୍ରଦାହ ହୁଏ । ଓଡ଼ିଆ ଭାଷାରେ ଏହି ରୋଗକୁ ଜଠର ଶୋଥ, ପାକାଶୟ ଶୋଥ ଓ ପାକସ୍ଥଳୀ ଘାଆ ମଧ୍ୟ କହନ୍ତି । ଏହି ରୋଗ ଅଳ୍ପ ଦିନ ହୁଏ ବା ବହୁତ ଦିନ ଧରି ହୁଏ । ଏହାର ସାଧାରଣ ଲକ୍ଷଣ ହେଲା ଉପର ପେଟ ଯନ୍ତ୍ରଣା । [1] ଅନ୍ୟାନ୍ୟ ଲକ୍ଷଣ ମଧ୍ୟରେ ଅଇ ଉଠିବା, ବାନ୍ତି ହେବା, ଅରୁଚି ହେବା ଓ ଛାତି ଜ୍ୱାଳା ବା ହାର୍ଟ ବର୍ଣ୍ଣ ହୁଏ । [1][2] କିଛି ଲକ୍ଷଣ ମଧ୍ୟ ନ ଥାଇପାରେ । ଏହି ରୋଗର ଜଟିଳତା ମଧ୍ୟରେ ପାକସ୍ଥଳୀରେ ରକ୍ତସ୍ରାବ, ପାକସ୍ଥଳୀ ଘାଆ ଓ ପାକସ୍ଥଳୀ ଅର୍ବୁଦ ଉଲ୍ଲେଖଯୋଗ୍ୟ । [1] ଅଟୋଇମ୍ମ୍ୟୁନ ଅସୁବିଧା ଥିଲେ ପର୍ନିସିୟସ ଆନିମିଆ ହୁଏ ଓ ଯଥେଷ୍ଟ ଭିଟାମିନ ବି୧୨ ଅଭାବ ଯୋଗୁ କମ ଲୋହିତ ରକ୍ତ କଣିକା ହୁଏ । [3]
ପାକସ୍ଥଳୀ ପ୍ରଦାହ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Gastroenterology |
ଆଇସିଡ଼ି-୧୦ | K29.0-K29.7 |
ଆଇସିଡ଼ି-୯-ସିଏମ୍ | 535.0-535.5 |
ରୋଗ ଡାଟାବେସ | 34500 |
ମେଡ଼ିସିନ-ପ୍ଲସ | 001150 |
ଇ-ମେଡ଼ିସିନ | emerg/820 med/852 |
MeSH | D005756 |
ହେଲିକୋବ୍ୟାକ୍ଟର ପାଇଲୋରି ଜୀବାଣୁ ଓ ଏନଏସଆଇଡିର ପାର୍ଶ୍ୱ ପ୍ରତିକ୍ରିୟା ଯୋଗୁ ଏହି ରୋଗ ହୁଏ । ଅସାଧାରଣ କାରଣମାନଙ୍କ ନାମ ଆଲକୋହୋଲ, ଧୁମ୍ରପାନ ଓ କୋକେନ ସେବନ, ଗମ୍ଭୀର ବେମାରୀ, ଅଟୋଇମ୍ମ୍ୟୁନ ସମସ୍ୟା, ରାଡିଏସନ ଥେରାପି ଓ କ୍ରନ ରୋଗ ଇତ୍ୟାଦି । [1][4] ରକ୍ତ, ମଳ ପରୀକ୍ଷା ଓ ଏଣ୍ଡୋସ୍କୋପିଦ୍ୱାରା ରୋଗ ନିର୍ଣ୍ଣୟ କରାଯାଏ । [1] ହୃଦ୍ଘାତ ରୋଗର ଲକ୍ଷଣ ଓ ପାକସ୍ଥଳୀ ପ୍ରଦାହ ରୋଗ ଲକ୍ଷଣ ଅନେକ ସମୟରେ ସମାନ ଥାଏ । ସମାନ ଲକ୍ଷଣ ଥିବା ଅନ୍ୟ ରୋଗ ନାମ: ଅଗ୍ନାଶୟ ପ୍ରଦାହ, ବିଲିଆରି କଲିକ ଓ ପେପଟିକ ଅଲସର ରୋଗ । [2]
ଏହି ରୋଗ ଜନ୍ମାଉଥିବା ଅବସ୍ଥାମାନଙ୍କୁ ଆଡ଼େଇ ଗଲେ ପ୍ରତିଷେଧ ହୋଇଯିବ । [5] ଆଣ୍ଟାସିଡ, ଏଚ୨ ବ୍ଲକର ବା ପ୍ରୋଟୋନ ପମ୍ପ ଇନହିବିଟର ଇତ୍ୟାଦି ଔଷଧ ଦେଇ ଏହାର ଚିକିତ୍ସା କରାଯାଏ । [1] ଆକ୍ୟୁଟ ଆକ୍ରମଣ ସମୟରେ ବହଳିଆ ଲୋଡୋକେନ ପିଇଲେ ଉପକାର ମିଳେ । [6] ଏନଏସଆଇଡି ଖାଇ ଏହି ରୋଗ ହେଉଥିଲେ ତୁରନ୍ତ ଔଷଧ ଖାଇବା ବନ୍ଦ କରିବା ଉଚିତ । ଏଚ ପାଇଲୋରି ଜୀବାଣୁଯୋଗୁ ରୋଗ ହେଉଥିଲେ ଯୁଗ୍ମ ଆଣ୍ଟିବାୟୋଟିକ ଯେପରିକି ଆମୋକ୍ସିସିଲିନ ଓ କ୍ଲାରିଥ୍ରୋମାଇସିନ ଦିଆଯାଏ । [1] ପରନିସିୟସ ଆନିମିଆ ରୋଗ ଥିଲେ ଅଧିକ ଭିଟାମିନ ବି ପାଟିବାଟେ ବା ଇଞ୍ଜେକସନ ଆକାରରେ ଦିଆଯାଏ । [3] ରୋଗ ଜନ୍ମାଉଥିବା ଖାଦ୍ୟ ବର୍ଜନ କରିବା ଉଚିତ । [7]
ପାକସ୍ଥଳୀ ପ୍ରଦାହ ରୋଗ ପ୍ରାୟ ୫୦ % ଲୋକଙ୍କର ଥିବା ବିଶ୍ୱାସ କରାଯାଏ । [5] ବୟସ ବଢ଼ିବା ସଙ୍ଗେ ସଙ୍ଗେ ଏହି ରୋଗ ସାଧାରଣତଃ ହୁଏ । [5] ସନ ୨୦୧୩ରେ ଏହି ରୋଗ ସହିତ ଡୁଓଡେନାଇଟିସ ରୋଗ ମିଶି ୬୦,୦୦୦ ଲୋକଙ୍କ ମୃତ୍ୟୁର କାରଣ ହୋଇଥିଲେ । [8] ବାରି ମାର୍ସାଲ ଓରବିକ ୱାରେନ ଦୁହେଁ ସନ ୧୯୮୧ରେ ଏଚ. ପାଇଲୋରି ଜୀବାଣୁ ଆବିଷ୍କାର କରିଥିଲେ । [9]