From Wikipedia, the free encyclopedia
ହେଲିକୋବ୍ୟାକ୍ଟର ପାଇଲୋରି (ଇଂରାଜୀ ଭାଷାରେ Helicobacter pylori, ପୂର୍ବତନ ନାମ କ୍ୟାମ୍ପିଲୋବ୍ୟାକ୍ଟର ପାଇଲୋରି/ Campylobacter pylori) ଏକ ଗ୍ରାମ ନେଗେଟିଭ (Gram-negative), ମାଇକ୍ରୋଏରୋଫିଲିକ (microaerophilic ଜୀବାଣୁ ଯାହା ପାକସ୍ଥଳୀ ଭିତରେ ଥାଏ । କ୍ରନିକ ଗ୍ୟାସ୍ଟ୍ରାଇଟିସ ଓ ପେପଟିକ ଅଲସର ରୋଗୀଙ୍କ ପାକସ୍ଥଳୀରେ ଏହି ଜୀବାଣୁ ଥିବା ବାରି ମାର୍ଶାଲ ଓ ରବିନ ୱାରେନ ନାମକ ଦୁଇ ଅଷ୍ଟ୍ରେଲିଆ ନିବାସୀ ଡାକ୍ତର ଦର୍ଶାଇଥିଲେ ଯାହା ଏଥି ପୂର୍ବରୁ ଅଣୁଜୀବ ଜନିତ ରୋଗ ବୋଲି ବିଶ୍ୱାସ କରାଯାଇ ନଥିଲା ।[4][5][6] ଡୁଓଡେନାଲ ଅଲସର ଓ ସ୍ଟମାକ ଅଲସର ବିକାଶ ସହିତ ଏହାର ସଂମ୍ପର୍କ ଅଛି ।[7] କିନ୍ତୁ ଏହି ଜୀବାଣୁ ସଂକ୍ରମିତ ଥିବା ୮୦%ରୁ ଅଧିକ ବ୍ୟକ୍ତି ଲକ୍ଷଣହୀନ ଅଟନ୍ତି ଓ ଏହାର ପ୍ରାକୃତିକ ପାକସ୍ଥଳୀ ପରିବେଶ ସହିତ କିଛି ଭୂମିକା ଥିବା ଜଣାଯାଏ । [8]
Helicobacter pylori | |
---|---|
Campylobacter pylori | |
ବିଭାଗ | Infectious disease, gastroenterology |
ଲକ୍ଷଣ | None, abdominal pain, nausea[1][2] |
କାରଣ | Helicobacter pylori spread by fecal oral route[3] |
ରୋଗ ନିର୍ଣ୍ଣୟ ପଦ୍ଧତି | Urea breath test, fecal antigen assay, tissue biopsy[3] |
ଔଷଧ | Proton pump inhibitor, clarithromycin, amoxicillin, metronidazole[3] |
ପୁନଃପୌନିକ | >୫୦%[2] |
ପୃଥିବୀର ଜନସଂଖ୍ୟାର ୫୦%ରୁ ଅଧିକ ଲୋକଙ୍କର ଉପର ପାକଅନ୍ତନଳୀରେ (gastrointestinal tract) ହେଲିକୋବ୍ୟାକ୍ଟର ପାଇଲୋରି ଅଛି ।[2] ବିକାଶଶୀଳ ରାଷ୍ଟ୍ରମାନଙ୍କରେ ଏହି ସଂକ୍ରମଣ ଅଧିକ ହୁଏ ।[3] ପାକସ୍ଥଳୀର ମ୍ୟୁକଏଡ ସ୍ତରକୁ ଭେଦ କରିବା ପାଇଁ ବୋଧହୁଏ ହେଲିକୋବ୍ୟାକ୍ଟର ପାଇଲୋରିର ବିକାଶ ହୋଇ ହେଲିକାଲ ଗଠନ ହୋଇଛି । [9][10]
ହେଲିକୋବ୍ୟାକ୍ଟର ପାଇଲୋରି ସଂକ୍ରମିତ ପ୍ରାୟ ୯୦% ଲୋକଙ୍କର କୌଣସି ଲକ୍ଷଣ ବା ଜଟିଳତା ଅନୁଭବ ହୁଏନି ।[11] ଆକ୍ୟୁଟ ସଂକ୍ରମଣ ହେଲେ ଗ୍ୟାସ୍ଟ୍ରାଇଟିସ (gastritis) ଯନ୍ତ୍ରଣା ଭଳି ଲାଗେ ଓ ଉଦର ଯନ୍ତ୍ରଣା (abdominal pain) ସହିତ ଅଇ ହୁଏ ।[1] ଏହା କ୍ରନିକ ଗ୍ୟାସ୍ଟ୍ରାଇଟିସରେ ପରିଣତ ହୋଇଗଲେ ଉଦର ଯନ୍ତ୍ରଣା, ବଦହଜମୀ, ଅଇ, ପେଟଫମ୍ପା, ଓକାଳ ଓ ବେଳେବେଳେ ବାନ୍ତି ଓ କଳା ମଳ ହେବା ଦେଖାଯାଏ ।[12][13]
ଏଚ.ପାଇଲୋରି ସଂକ୍ରମିତ ବ୍ୟକ୍ତିମାନଙ୍କ ମଧ୍ୟରୁ ୨୦% ଲୋକଙ୍କର ଆଜୀବନ ପେପଟିକ ଅଲସର ସମ୍ଭାବନା ରହେ ଓ ୧-୨% ଲୋକଙ୍କର ପାକସ୍ଥଳୀ କର୍କଟ ହେବା ସମ୍ଭାବନା ରହେ ।[14][15] ପାଇଲୋରିକ ଆଣ୍ଟ୍ରମ ପ୍ରଦାହ (pyloric antrum) ହେଲେ ଡୁଓଡେନମ ଅଲସର (duodenal) ହୋଇପାରେ ଓ ପାକସ୍ଥଳୀ ବଡିର ପ୍ରଦାହ ହେଲେ ଗ୍ୟାସ୍ଟ୍ରିକ ଅଲସର ବା ପାକସ୍ଥଳୀ କର୍କଟ ହୋଇପାରେ ।[16][17] କ୍ରନିକ ପ୍ରଦାହ ହେବାରେ ଏଚ.ପାଇଲୋରିର ଭୂମିକା ରହିପାରେ କିନ୍ତୁ ତା'ପରେ କର୍କଟ ହେବାରେ କିଛି କାର୍ସିନୋଜେନେସିସ (carcinogenesis) ଭୂମିକା ନଥାଏ ।[10] ସନ ୨୦୦୯ରେ ଏକ ମେଟାଆନାଲିସିସ କରି ଦେଖାଗଲା ଯେ ପୂର୍ବରୁ ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କର ଏଚ.ପାଇଲୋରି ନିର୍ମୁଳ କରିଦେଲେ ପାକସ୍ଥଳୀ କର୍କଟ ସମ୍ଭାବନ କମିଯାଏ; ଯାହା ପାକସ୍ଥଳୀ କର୍କଟ ସୃଷ୍ଟି କରିବାରେ ନିରବଚ୍ଛିନ୍ନ ଏଚ.ପାଇଲୋରି ଉପସ୍ଥିତି ୬୫% ଆପେକ୍ଷିକ ରିସ୍କ ବା ସମ୍ଭାବନା ରଖେ ଓ ୧.୧ରୁ ୧.୭ ସମ୍ପୁର୍ଣ୍ଣ ରିସ୍କ ରହେ [18]
କୋଲୋରେକ୍ଟାଲ ପଲିପ ଓ କୋଲୋରେକ୍ଟାଲ କର୍କଟ ସହିତ ହେଲିକୋବ୍ୟାକ୍ଟର ପାଇଲୋରି ସହଭାଗୀ ହୋଇପାରେ । [19] ଚକ୍ଷୁ ରୋଗ ହେବା ସହିତ ମଧ୍ୟ ଏହା ସଂଯୁକ୍ତ ଥାଇପାରେ ।[20]
ସ୍ୱାଭାବିକ ଭାବରେ ଦୁଇ ମିଲ ସମୟ ମଝିରେ ଓ ବଡ଼ି ଭୋରରେ ପାକସ୍ଥଳୀ ଖାଲି ରହି ଯନ୍ତ୍ରଣା ହୁଏ କିନ୍ତୁ ଅନ୍ୟ ଯେ କୌଣସି ସମୟରେ ମଧ୍ୟ ଯନ୍ତ୍ରଣା ହୋଇପାରେ । ଅନ୍ୟାନ୍ୟ ଅଳ୍ପ ଲକ୍ଷଣ ମଧ୍ୟରେ ଅଇ, ବାନ୍ତି ଓ ଅରୁଚି ହୋଇପାରେ । ରକ୍ତସ୍ରାବ ମଧ୍ୟ ହୋଇପାରେ; ଦୀର୍ଘକାଳୀନ ରକ୍ତସ୍ରାବ ହେଲେ ଆନିମିଆ ହୋଇ ଥକ୍କାଣ ଓ ଦୁର୍ବଳ ହୋଇପାରେ । ଅତ୍ୟଧିକ ରକ୍ତସ୍ରାବ ହେଲେ ହେମାଟେମେସିସ, ହେମାଟୋଚେଜିଆ ଓ ମେଲିନା ହୋଇପାରେ ।[21] }}
Seamless Wikipedia browsing. On steroids.
Every time you click a link to Wikipedia, Wiktionary or Wikiquote in your browser's search results, it will show the modern Wikiwand interface.
Wikiwand extension is a five stars, simple, with minimum permission required to keep your browsing private, safe and transparent.